• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୩ ତାରିଖ, ବୁଧବାର, କନ୍ୟା ୨୭ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୂର୍ବାଷାଢା ନକ୍ଷତ୍ର, ଧନୁ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ: ନିଜର ଭୁଲ ବୁଝିପାରି ଅନୁତପ୍ତ କରିପାରନ୍ତି। ବ୍ୟବସାୟୀଙ୍କ ବ୍ୟବସାୟରେ ଲାଭ ହୋଇ ପାରିବେ। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ଅସୁସ୍ଥ ଅନୁଭବ କରିପାରନ୍ତି। ଶତ୍ରୁମାନେ ପରାଜୟ ସ୍ୱୀକାର କରିପାରନ୍ତି।
ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ 

ବୃଷ: ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିପାରନ୍ତି। ପାରିବାରିକ ଅଶାନ୍ତି ଦେଖା ଦେଇପାରେ। ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଆର୍ଥିକ କ୍ଷତି ଲାଗି ରହିପାରେ। ଫଳରେ ମାନସିକ ଚିନ୍ତା ବଢିପାରେ। ପାରିବାରିକ ଦ୍ୱନ୍ଦ ଉପୁଜିପାରେ।
ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

କର୍କଟ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିପାରେ। ବ୍ୟବସାୟୀମାନେ ଲାଭ ପାଇପାରିବେ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବାପା ମା’ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବାରୁ ମାନସିକ ଅଶାନ୍ତିରେ ରହିପାରନ୍ତି। 
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ  

ସିଂହ: ପାରିବାରିକ ଦ୍ୱନ୍ଦ ଓ କଳହ ଲାଗି ରହିପାରେ। ବ୍ୟବସାୟରେ ଅର୍ଥ ଅଭାବ ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଜଳ ଓ ମହୁକୁ ସୂଯର୍ୟଦେବଙ୍କୁ ଅର୍ପଣ କରନ୍ତୁ 

କନ୍ୟା: କର୍ମକ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ ଓ ମନ ଚଳଚଞ୍ଚଳ ରହିବ। ବୃତ୍ତିଗତ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମ୍ମାନ ବୃଦ୍ଧି ହେବ।
ପ୍ରତିକାର- ନୀଳ ବସ୍ତ୍ର ପରିଧାନ କରନ୍ତୁ 

ତୁଳା: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଶତ୍ରୁ ବୃଦ୍ଧି ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ ଏବଂ ଅର୍ଥଲାଭର ଯୋଗ ରହିଛି।

ପ୍ରତିକାର- ମା’ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ

ବିଛା: ବନ୍ଧୁଙ୍କ ସହ ମତଭେଦ ଦେଖା ଦେଇପାରେ। ବ୍ୟବସାୟରେ ଅର୍ଥହାନୀ ଦେଖା ଦେଇପାରେ। ଅସୁସ୍ଥ ଅନୁଭବ ସହ ପାରିବାରିକ ସମସ୍ୟା ଦେଖା ଦେଇପାରେ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ।
ପ୍ରତିକାର- ଲାଲ୍ ସିନ୍ଦୁର ମଥାରେ ଲଗାନ୍ତୁ

ଧନୁ: ସୁସ୍ୱାଦୁ ଭୋଜନ କରିବେ। କର୍ମକ୍ଷେତ୍ରକୁ ନେଇ ସାମାନ୍ୟ ଅଶାନ୍ତି ଦେଖା ଦେଇପାରେ। 
ପ୍ରତିକାର- ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ 

ମକର: ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି। ପିଲାମାନଙ୍କ ସହିତ ବାପାଙ୍କର ବଚସା ହୋଇପାରେ। ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ ଏବଂ ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ 

କୁମ୍ଭ: ବୃତ୍ତିଗତ କାର୍ଯ୍ୟକୁ  ନେଇ ମନରେ ଦ୍ୱନ୍ଦ ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ମାନସମ୍ମାନ ମିଳିପାରେ।
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ 

ମୀନ: କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିପାରେ। ଆଜି ଅଚାନକ ଯେକୌଣସି ଦ୍ରବ୍ୟ ଲାଭର ଯୋଗ ରହିଛି। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ।
ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ