• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୩ ତାରିଖ, ଶନିବାର, ତୁଳା ୨୮ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ, ଦଶମୀ ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

ମେଷ - ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଆଜି ଦିନରେ ଭ୍ରମଣର ସୁଯୋଗ ମିଳିପାରିବ । ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇହେ ଏବଂ ପାରିବାରିକ ଜୀବନ ସୁଖମୟ ହେବାର ଆଶା ରହିଛି ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

ବୃଷ - ଆର୍ଥିକ ସମସ୍ୟା ଲାଗି ରହିବ କିନ୍ତୁ କର୍ମ କ୍ଷେତ୍ରରେ ଖୁସି ଖବର ମିଳିପାରିବ । ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଅପମାନିତ ହୋଇପାରନ୍ତି ।

ପ୍ରତିକାର- ମା ପାର୍ବତୀଙ୍କୁ ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ

 

ମିଥୁନ -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିପାରିବେ । ଶତ୍ରୃ ମାନେ ପରାଜିତ ହେବେ ଏବଂ ମିତ୍ରତାର ହାତ ବଢାଇପାରିବେ । ଘରକୁ ଅତିଥିମାନଙ୍କର ଆଗମନ ହେବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ ।

ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ

କର୍କଟ -ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିପାରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ସାମାଜିକ କ୍ଷେତ୍ରରେ ଅପମାନ ଯୋଗ ରହିଛି ।

ପ୍ରତିକାର- ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣ କରନ୍ତୁ

 

ସିଂହ - ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ । ଛାତ୍ରଛାତୀମାନେ ପାଠପଢାରେ ମନ ବଳାଇବେ ନାହିଁ ।କର୍ମ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରିବେ ।

ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ

 

କନ୍ୟା -ନୂତନ କାର୍ଯ୍ୟ ଲାଗି ଦୂର ସ୍ଥାନକୁ ଯାତ୍ରା କରିପାରିବେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ । ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିପାରିବେ ।

ପ୍ରତିକାର- ମିଠା ଖାଦ୍ୟ ଖାଆନ୍ତୁ

 

ତୁଳା -ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହୋଇପାରିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରିବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବାର ସମ୍ଭାବନା ରହିଛି ।

ପ୍ରତିକାର- ଗାଈକୁ କିଛି ଖାଦ୍ୟ ଦିଅନ୍ତୁ

 

ବିଛା -ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ । କଳା କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହୋଇପାରେ । କୌଣସି ଏକ ସମସ୍ୟାକୁ ନେଇ ମନରେ ଭୟ ସୃଷ୍ଟି ହୋଇପାରେ ।

ପ୍ରତିକାର- ଶ୍ରୀ ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

 

ଧନୁ –କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରିବେ ଏବଂ ମାନସମ୍ମାନ ବୃଦ୍ଧି ପାଇପାରିବ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିପାରିବେ । ଆଜି ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ ।

ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

 

ମକର -ଗୁପ୍ତଶତ୍ରୃ ଜାଗ୍ରତ ହେବାସହ ଭୟ ସୃଷ୍ଟି କରିପାରନ୍ତି । ଶରୀରରେ କୌଣସି ଅଙ୍ଗରେ ଆଘାତ ଲାଗିପାରେ । କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖାଦେଇପାରିବ ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

କୁମ୍ଭ –କର୍ମ କ୍ଷେତ୍ରରେ ମାନ ସମ୍ମାନ ଏବଂ ଯଶ ପ୍ରାପ୍ତି ମିଳିପାରିବ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିପାରିବ । ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

 

ମୀନ - ବ୍ୟବସାୟ କ୍ଷେତ୍ରକୁ ନେଇ ଅଶାନ୍ତି ଦେଖାଦେଇପାରେ । କର୍ମ କ୍ଷେତ୍ରରେ ଦ୍ୱନ୍ଦ ଦେଖାଯିବ, ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି । ନୂତନ ଯାନ ବାହାନ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ