• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର, ୧୨ତାରିଖ, ମଙ୍ଗଳବାର, କନ୍ୟା ୨୬ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ସପ୍ତମୀତିଥି, ମୂଳା ନକ୍ଷତ୍ର, ଧନୁଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ଶାରୀରିକ ଅସୁସ୍ଥତା ଦେଖାଦେବାରୁ ମନ ଭଲ ରହି ନ ପାରେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ଘରକୁ ଅତିଥୀଙ୍କର ଆଗମନ ହୋଇପାରେ ।

ପ୍ରତିକାର- ଶ୍ରୀହନୁମାନ ଗାୟତ୍ରୀମନ୍ତ୍ର ପାଠ କରନ୍ତୁ

 

ବୃଷ: -କୌଣସି ଏକ ସମସ୍ୟାକୁ ନେଇ ଦୁର୍ଘଟଣା ହୋଇପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିପାରନ୍ତି । ପ୍ରାଇଭେଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବାର ଆଶା ରହିଛି ।

ପ୍ରତିକାର:- ମାଙ୍କର ପାଦଛୁଇଁ ପ୍ରଣାମ କରନ୍ତୁ

 

ମିଥୁନ :- ପାରିବାରିକ ହସ ଖୁସି ରହିବାରୁ ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ସୁସ୍ୱାଦିଆ ଭୋଜନ କରିପାରନ୍ତି । ମାଙ୍ଗଳିକ କାର୍ଯ୍ୟ ପାଇଁ ଚିନ୍ତା କରିପାରନ୍ତି । ବ୍ୟବସାୟରେ ଲାଭ ପାଇପାରିବେ ।

ପ୍ରତିକାର- କାଉ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ

 

କର୍କଟ:- ଆଜି ଖୁସି ଖବର ମିଳିବା ସହିତ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରିବ । ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

ପ୍ରତିକାର- ମହାଦେବଙ୍କୁ କଞ୍ଚାକ୍ଷୀର ଅର୍ପଣକରନ୍ତୁ

 

ସିଂହ:- କର୍ମ କ୍ଷେତ୍ରରେ ଗୁପ୍ତ ଶତୃ ବୃଦ୍ଧିହେବେ ଏବଂ ଅଶାନ୍ତି, ଅପବାଦ ଦେଖାଦେଇପାରେ । ଚାକିରୀ କରିଥିବା ବ୍ୟକ୍ତିମାନେ ସାମାନ୍ୟ ଅଶାନ୍ତି ଭୋଗ କରିପାରନ୍ତି । ରାଜନୀତି କରୁଥିବା ବ୍ୟକ୍ତି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ପ୍ରତିକାର-ବେଲ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

 

କନ୍ୟା:- ପ୍ରତ୍ୟେକ କାର୍ଯ୍ୟରେ ଅଯଥା ଅଶାନ୍ତି ଦେଖାଦେଇପାରେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇ ପାରିପାରିବେ । ପାରିବାରିକ ଜୀବନ ସୁଖମୟ ରହିବା ସହିତ ଭ୍ରମଣ ଯୋଗ ରହିଛି ।

ପ୍ରତିକାର:-ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ

 

ତୁଳା:- ଘର ସାଜସଜ୍ଜା ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରିବେ । ବ୍ୟବସାୟରେ ଆୟ ଅନୁପାତରେ ବ୍ୟୟ ଅଧିକ ହୋଇପାରେ । ବୃତ୍ତିଗତ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ପ୍ରତିକାର-ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

ବିଚ୍ଛା:- ସାଙ୍ଗସାଥୀ ମାନଙ୍କ ସହିତ ମନାନ୍ତର ଦେଖାଦେଇପାରେ । ପାରିବାରିକ ସମସ୍ୟା ସମାଧାନ ହେବାରୁ ମନ ଖୁସି ରହିପାରେ । ଜୀବନ ସାଥୀଙ୍କ ଠାରୁ ପୂଣ୍ଣ ସମର୍ଥନ ପାଇପାରିବେ ।

ପ୍ରତିକାର- ଶ୍ରୀହନୁମାନଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ

 

ଧନୁ:- ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ । ମାନସମ୍ମାନ ଓ ଯଶ ପ୍ରାପ୍ତି ମିଳିପାରେ । ସାମାଜିକ କାର୍ଯ୍ୟ ଅଧିକ ସମୟ ଦେଇପାରନ୍ତି ।

ପ୍ରତିକାର-ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

 

ମକର:- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ ।ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ । କୌଣସି ଏକ ସମସ୍ୟାକୁ ନେଇ ମନରେ ଭୟ ବୃଦ୍ଧି ହୋଇପାରେ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

 

କୁମ୍ଭ:- ସାମାଜିକ କ୍ଷେତ୍ରରେ ମାନସମ୍ମାନ ଓ ରାଜସମ୍ମାନ ପ୍ରାପ୍ତି ହୋଇପାରେ । କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ ।

ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ

 

ମୀନ:-କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇପାରିବେ,ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିପାରିବେ ।ଘରକୁ ଅତିଥୀ ଆସିବେ, ସୁସ୍ୱାଦୁ ଭୋଜନ କରିପାରନ୍ତି । ଦୂରସ୍ଥାନକୁ ଯାତ୍ରାକଲେ ଲାଭପ୍ରଦ ହୋଇପାରିବ ।

ପ୍ରତିକାର-ଗୁରୁଜନଙ୍କୁ ପ୍ରଣାମ କରନ୍ତୁ