• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଦିନର ମହତ୍ତ୍ୱ କଣ ରହିଛି ? ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୧ତାରିଖ, ଗୁରୁବାର, ତୁଳା ୨୬ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ । ଅଷ୍ଟମୀ ତିଥି, ଶ୍ରବଣା ନକ୍ଷତ୍ର, ମକର ଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର ଓ ସିଂହ ରାଶିର ଘାତଚନ୍ଦ୍ର ।

ମେଷ:

ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ସାଥ୍ ଦେଇପାରେ । ଆପଣଙ୍କ ପାଖରେ ମଧୁର ବାତାବରଣ ରହିପାରେ । ବ୍ୟବସାୟରେ ଆୟ ବୃଦ୍ଧି ହେବା ସମ୍ଭାବନା, ଛାତ୍ର ଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରନ୍ତି ।

ପ୍ରତିକାର- ମାଙ୍କର ପାଦଛୁଇଁ ପ୍ରଣାମ କରନ୍ତୁ

ବୃଷ:

ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ । କର୍ମ କ୍ଷେତ୍ରେରେ ନିଜର ଲୋକ ଅସୁବିଧାରେ ପକାଇ ପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ , ଘରକୁ ଅତିଥିଙ୍କର ଆଗମନ ସମ୍ଭାବନା ରହିଛି ।

ପ୍ରତିକାର:- ମାଙ୍କର ପାଦଛୁଇଁ ପ୍ରଣାମ କରନ୍ତୁ

ମିଥୁନ

ଯାନବାହନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ ନଚେତ ଦୁର୍ଘଟଣା ଘଟିପାରେ । ପାରିବାରିକ ସମସ୍ୟାକୁ ନେଇ ଅପମାନ ଯୋଗ ରହିପାରେ । ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଏତେ ଭଲ ରହି ନପାରେ ।

ପ୍ରତିକାର- ପାଖରେ ଦୁବ ରଖନ୍ତୁ

କର୍କଟ:

ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇ ପାରିପାରନ୍ତି । ଆଜି କୌଣସି କାର୍ଯ୍ୟ ପାଇଁ ଚୁକ୍ତି କରିପାରନ୍ତି । ମହିଳାମାନଙ୍କୁ କର୍ମ କ୍ଷେତ୍ରରେ ମାନସମ୍ମାନ ପାରନ୍ତି । ସଫଳତା ପାଇବା ଦିଗରେ ଆପଣ ଅଗ୍ରସର ହୋଇପାରନ୍ତି ।

ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ସିଂହ:

ଜୀବନସାଥୀଙ୍କ ସହିତ ପ୍ରେମଭାବ ବୃଦ୍ଧି ହୋଇପାରେ । ଚାକିରୀ କ୍ଷେତ୍ରରେ ମାନସମ୍ମାନ ମିଳିବା ସମ୍ଭାବନା ରହିଛି । ଆଗକୁ ବଢିବା ପାଇଁ ବନ୍ଧୁ ସାହାଯ୍ୟର ହାତ ବଢାଇପାରେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

କନ୍ୟା

ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଭଲ ରହିପରେ, ନୂତନ କର୍ମ କିଛି କରି ପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ । ମନରେ ଦୟା ଭାବ ଦେଖାଦେବାରୁ ନିଜର ସକ୍ଷମ ଅନୁସାରେ ଅନ୍ୟକୁ ସାହାଯ୍ୟ କରିପାରନ୍ତି ।

ପ୍ରତିକାର:- ମିଠା ଦହି ଖାଆନ୍ତୁ

ତୁଳା:

କୌଣସି ଜରୁରୀକାଳୀନ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ମନ ଭଲ ରହିବ ନାହିଁ , ବ୍ୟବସାୟ ପାଇଁ ବନ୍ଧୁ ସହଯୋଗ କରିପାରନ୍ତି ।

ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଆଦର କରନ୍ତୁ

ବିଚ୍ଛା:

ପ୍ରତ୍ୟେକ କ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିନପାରେ । ଘରେ ମାଙ୍ଗଳିକ କାର୍ଯ୍ୟ କରିବାପାଇଁ ବନ୍ଧୁ ବାନ୍ଧବଙ୍କ ପରାମର୍ଶ ନେଇପାରନ୍ତି ।

ପ୍ରତିକାର:- ଲାଲ ସିନ୍ଦୁର ମଥାରେ ଲଗାନ୍ତୁ

ଧନୁ:

କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବାରୁ ମନରେ ଅସ୍ଥିର ଭାବ ବଢ଼ିପାରେ । ଧାର କରଜ ବଢୁଥିବାରୁ ଆର୍ଥିକ ସ୍ଥିତି ଭଲ ରହିନପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିପାରେ ।

ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ

ମକର:

ଆଜି ଅଧିକ ସମୟ ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ଦିଗରେ ଲାଗି ରହିପାରନ୍ତି । କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ଖୁସି ଅନୁଭବ କରିବେ । ବହୁ ଦିନରୁ ଲାଗିରହିଥିବା ବିବାଦ ସମାଧାନ ହୋଇପାରେ ।

ପ୍ରତିକାର- ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ:

ପରିବାରରେ ସନ୍ତାନଙ୍କ ପାଇଁ ଅଶାନ୍ତି ଦେଖା ଦେଇପାରେ । ମାଲି ମକଦ୍ଦମାରେ ଜୟଯୁକ୍ତ ହେବାର ସମ୍ଭାବନା ରହିଛି । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିପାରେ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି ।

ପ୍ରତିକାର : କୁକୁରକୁ ଖାଦ୍ୟ ଦିଅନ୍ତୁ

ମୀନ:

ଗୁରୁଜନଙ୍କ ପରାମର୍ଶରେ କୌଣସି ବଡ ପଦକ୍ଷେପ ନେଇପାନ୍ତି । ଅପରାହ୍ନରେ ବନ୍ଧୁଙ୍କ ସହିତ ଭ୍ରମଣ ଯୋଗ ରହିଛି । ନୂତନ ଜାଗା କିମ୍ବା ଯାନବାହନ କ୍ରୟ କରିପାରନ୍ତି ।

ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ