• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର, ୧୧ ତାରିଖ, ସୋମବାର, କନ୍ୟା ୨୫ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଜ୍ୟେଷ୍ଠା ନକ୍ଷତ୍ର, ବିଚ୍ଛା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ସାମାନ୍ୟ ଘଟଣାକୁ ନେଇ କର୍ମ କ୍ଷେତ୍ରରେ ଚିନ୍ତା ବୃଦ୍ଧି ଦେଖାଦେଇପାରେ । କୌଣସି ଏକ କାର୍ଯ୍ୟରେ ଗବେଷଣା ସିଦ୍ଧି କରି ଦକ୍ଷତା ହାସଲ କରିପାରବେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳପାରେ ।

ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

 

ବୃଷ –କର୍ମ କ୍ଷେତ୍ରରେ ମାନ ସମ୍ମାନ ଓ ସଫଳତା ପାଇପାରିବେ । କୌଣସି ଏକ ଖବର ପାଇ ଦୂର ସ୍ଥାନକୁ ଯାତ୍ରା କରିପାରିବେ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ ।

ପ୍ରତିକାର- ମିଠା ଦହି ଖାଆନ୍ତୁ

 

ମିଥୁନ –ବହୁ ଦିନରୁ ଅପେକ୍ଷା କରିଥିବା ବନ୍ଧୁଙ୍କ ସହିତ ମିଳନ ହୋଇପାରିବେ । ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ, ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ଧାର ଦେଇଥିବା ପଇସା ଫେରସ୍ତ ପାଇପାରିବେ ।

ପ୍ରତିକାର- ଶ୍ରୀ ଗଣେଷ ମହାପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ

 

କର୍କଟ - ଆର୍ଥିକ ଅଭାବକୁ ନେଇ ମାନସିକ ଦୁଃଶ୍ଚିନ୍ତା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ଲାଗି ରହିପାରେ । ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇପାରେ ।

ପ୍ରତିକାର- ମାଙ୍କୁ ପ୍ରଣାମ କରନ୍ତୁ

ସିଂହ -ପାରିବାରିକ ସ୍ଥିତିକୁ ନେଇ ମନ ଭଲ ରହିବ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଓ ପେଟ ଜନିତ ସମସ୍ୟା ଦେଖାଦେବ

ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ ।

ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

 

କନ୍ୟା -ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ ।ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ମାଙ୍ଗଳିକ କାଯର୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

 

ତୁଳା -ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । ଅଘଟଣ ଘଟିବାର ସମ୍ଭାବନା ରହିଛି, ଶାରୀରିକ ଅସୁସ୍ଥତା ଅନୁଭବ କରିପାରିବେ । ମନ ଭିତରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ତ ରହିବେ, ଅପରାହ୍ନ ପରେ ସବୁ ଠିକ୍ ହୋଇଯାଇପାରେ ।

ପ୍ରତିକାର- ଗୋମାତାକୁ ଖାଦ୍ୟ ଦିଅନ୍ତୁ

 

ବିଛା -ସନ୍ତାନ ମାନଙ୍କର ଖୁସି ଖବର ଶୁଣି ବାପା ମା ଖୁସି ହୋଇପାରନ୍ତି । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ସମାଜ ସେବା କାର୍ଯ୍ୟରେ ଯୋଗ ଦେବା ସହ ଆର୍ଥିକ ସମସ୍ୟା କିଛି ମାତ୍ରାରେ ଦୂର ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ଆରାଧନା କରନ୍ତୁ

 

ଧନୁ –କର୍ମ କ୍ଷେତ୍ରରେ ବନ୍ଧୁ ସାହାଯ୍ୟର ହାତ ବଢାଇପାରନ୍ତି । ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । କୌଣସି ଏକ ଖବର ପାଇ ମନସ୍ତାପ କରିବେ, ଆର୍ଥିକ ସମସ୍ୟା ଦେଖା ଦେବାରୁ ମନ ଭଲ ରହି ନ ପାରେ ।

ପ୍ରତିକାର- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ

 

ମକର –ବହୁ ଦିନର ପୁରୁଣା ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ସୁସ୍ୱାଦିଆ ଭୋଜନ କରିପାରନ୍ତି । ଜମି କିଣିବା ପାଇଁ ମନ ବଳାଇପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବାର ଆଶା ରହିଛି ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

 

କୁମ୍ଭ – କର୍ମ କ୍ଷେତ୍ରରେ ସୁଖ ଅନୁଭବ କରିପାରିବେ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ, ବାକି ପଡିଥିବା ଅର୍ଥ ଆଦାୟ ହେବ

ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

ପ୍ରତିକାର- ଓସ୍ତ ଗଛ ମୂଳରେ ପରିକ୍ରମା କରନ୍ତୁ

 

ମୀନ -ବନ୍ଧୁଙ୍କ ସହିତ ମତଭେଦ ଦେଖା ଦେଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ମିଡିଆ ବିବାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ

କୌଣସି ଏକ ସମସ୍ୟାକୁ ନେଇ ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଅପରାହ୍ନ ପରେ ସବୁ ଠିକ୍ ଠାକ୍ ହୋଇଯିବାର ସମ୍ଭାବନା ରହିଛି ।

ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ