• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ହେଉଛି ୨୦୨୧ ମସିହା ଅକ୍ଟୋବର ତା ୧୦ ରିଖ ରବିବାର । କନ୍ୟା ୨୪ ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଅନୁରାଧା ନକ୍ଷତ୍ର ।

ମେଷ:-

ଆଜି ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ । ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହୋଇପାରନ୍ତି ।

ପ୍ରତିକାର-: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ବୃଷ:-

ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିପାରେ । ବିଭିନ୍ନ ପ୍ରକାର ବ୍ୟବସାୟ କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ ହେବାର ସମ୍ଭାବନା ରହିଛି ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମିଥୁନ:-

ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ । ମାଲି ମକଦ୍ଦମା,ଜମିଜମା ସମସ୍ୟା ଦୂର ହୋଇପାରେ ।

ପ୍ରତିକାର-: ନୃସିଂହ କବଚ ପାଠ କରନ୍ତୁ

କର୍କଟ:-

ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଦେଖା ଦେଇପାରେ ।

ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ:-

ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ । ବାରମ୍ବାର ଚେଷ୍ଟାରେ ବିଫଳତା ଯୋଗୁଁ ମନରେ ସବୁବେଳେ ଟେନସନ ଲାଗି ରହିବ । ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।

ପ୍ରତିକାର-: ଲାଲ୍ ଫୁଲ ଲାଲ ଚନ୍ଦନ ପ୍ରଭୁ ଗଣେଶଙ୍କୁ ଚଢାନ୍ତୁ

କନ୍ୟା:-

ଆଜି ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିପାରେ । କୌଣସି କାମରେ ମନ ଲାଗିବ ନାହିଁ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି ।

ପ୍ରତିକାର-: ପ୍ରବେଶ ଦ୍ୱାରର ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରନ୍ତୁ

ତୁଳା:-

ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅସମ୍ଭବ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବାର ଅନେକ ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ କିଣିପାରନ୍ତି । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହୋଇପାରନ୍ତି ।

ପ୍ରତିକାର-:ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା:-

ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇପାରନ୍ତି । ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସାମୟିକ ସମସ୍ୟା ଦେଖା ଦେଇପାରେ । କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହୋଇପାରନ୍ତି ।

ପ୍ରତିକାର-: ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ପ୍ରଭୁଙ୍କୁ ଦର୍ଶନ କରି ଯାତ୍ରା କରନ୍ତୁ

ଧନୁ:-

ଆଜି ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି । ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶି ଯାଇପାରନ୍ତି ।

ପ୍ରତିକାର-: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମକର:-

ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିପାରେ । ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି । ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି ।

ପ୍ରତିକାର-: ଶିବ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗ ଉପରେ ଚଢାନ୍ତୁ

କୁମ୍ଭ:-

ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିପାରେ । ବିଳାସବ୍ୟସନରେ ଦିନଟି କାଟିବେ, ବହୁ ଦିନର ବକେୟା ପ୍ରାପ୍ୟ ମିଳିବାର ସମ୍ଭାବନା । ମାଙ୍ଗଳିକ କାମରେ ଯୋଗ ଦେଇପାରନ୍ତି ।

ପ୍ରତିକାର-: କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ

ମୀନ:-

ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟ ପୂରଣରେ ସମର୍ଥ ହେବେ ।

ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ