• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାଶି ଅନୁସାରେ  କରନ୍ତୁ ଭଗବାନ ଶନି ଦେବଙ୍କ ପୂଜା

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ତେବେ ଶନିଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ କଷ୍ଟ ଦୂର ହୋଇଥାଏ ଓ ସଫଳତା ଲାଭ ହୋଇଥାଏ । ଶନିବାର ଦିନଟି ଭଗବାନ ଶନିଦେବଙ୍କୁ ଅର୍ପଣ କରାଯାଇଛି । ଶନି ଦୋଷରୁ ମୁକ୍ତି ପାଇବା ପାଇଁ ୭ଟି ଶନିବାର ଶନିଦେବଙ୍କୁ ପୂଜା କରାଯାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଶନିବାର ଦିନ ସବୁ ରାଶିର ଅଲଗା ଅଲଗା ପୂଜା କରିବାର ବିଧି ରହିଛି । ତେବେ ଚାଲନ୍ତୁ ଜାଣିବା ରାଶି ଅନୁସାରେ ଭଗବାନ ଶନି ଦେବଙ୍କୁ କିଭଳି କରିବେ ପୂଜା ।

  • ମେଷ ରାଶି-ଶନିବାର ଦିନ ଏହି ରାଶିର ଶନି ଦେବଙ୍କ ନିକଟରେ ସୋରିଷ ତେଲ ଓ ରାଶି ଦେଇ ଅର୍ପଣ କଲେ ସମସ୍ତ ବିଘ୍ନ ଦୁର ହୋଇଥାଏ ।
  • ବୃଷ ରାଶି -ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କ ଚାଳିଶା କିମ୍ବା ସ୍ତୁତି ପାଠ କରିବା ଦ୍ୱାରା ବିଘ୍ନ ଦୂର ହୋଇଥାଏ ।
  • ମିଥୁନ ରାଶି -ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନିଙ୍କ ନିକଟରେ ଅଖଣ୍ଡ ଦ୍ଵୀପ ଜଳାଇଲେ ଜୀବନରେ ସଫଳତା ମିଳିଥାଏ ।
  • କର୍କଟ ରାଶି-ଏହି ରାଶିର ବ୍ୟକ୍ତି ଶନିବାର ଦିନ କଳା ବିରି ଶନିଙ୍କ ନିକଟରେ ଅର୍ପଣ କରିବା ଉଚିତ୍ ।
  • ସିଂହ ରାଶି-ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ କିଛି ଯୋଗୀଙ୍କୁ କଳା ବସ୍ତ୍ର ଓ ଲୁହା ଦାନ କରିବା ଉଚିତ୍ ।
  • କନ୍ୟା ରାଶି-ଏହି ରାଶିର ବ୍ୟକ୍ତି ମାନେ ଶନିବାର ଦିନ ଶନି ଦେବଙ୍କୁ କଳା ବସ୍ତ୍ର ଅର୍ପଣ କରିବା ଦ୍ୱାରା ଜୀବନରେ ସୁଖ ପ୍ରାପ୍ତି କରନ୍ତି ।
  • ତୁଳା ରାଶି-ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କ ନାମ ଜପ କରିବା ସହ ସୋରିଷ ତେଲ ଦାନ କରନ୍ତୁ ଯାଏ ।
  • ବିଛା ରାଶି -ଏହି ରାଶିର ବ୍ୟକ୍ତି ଶନିବାର ଦିନ ପକ୍ଷୀଙ୍କ ସେବା କରିବା ସହ ସେମାନଙ୍କୁ ଖାଦ୍ୟ ଦେବା ଆବଶ୍ୟକ ।
  • ଧନୁ ରାଶି-ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନିଙ୍କ ଆରାଧନା କରି ଗରିବଙ୍କୁ ଖାଦ୍ୟ ଦେବା ଆବଶ୍ୟକ ।
  • ମକର ରାଶି-ଏହି ରାଶିର ଲୋକ ଶନିବାର ଦିନ ଶନିଙ୍କ ନିକଟରେ କଳା ରାଶି ଲୁହା ଓ ସୋରିଷ ତେଲ ଅର୍ପଣ କଲେ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
  • କୁମ୍ଭ ରାଶି-ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଈକୁ ଅରୁଆ ଚାଉଳ ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ।
  • ମୀନ ରାଶି-ଏହି ରାଶିର ବ୍ୟକ୍ତି ଶନିବାର ଦିନ ଶନିଙ୍କ କୃପା ଲାଭ କରିବା ପାଇଁ ଶନିଙ୍କୁ ଅପରାଜିତା ଫୁଲ ଅର୍ପଣ କରିବା ଉଚିତ୍ ।