• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଜ ପଞ୍ଚାୟତରେ ହିଁ ଆବେଦନ କରପାରିବେ ଆବେଦନକାରୀ

  • ଦଶମ ଏବଂ ଦ୍ୱାଦଶ ମାର୍କ ଆଧାରରେ ମିଳିବ ଚାକିରି

ଲକ୍ଷ୍ନୌ : ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ବାଜି ଖେଳିଛି ବିଜେପି । ରାଜ୍ୟର ସମସ୍ତ ୫୮,୧୮୯ ଗ୍ରାମ ପଞ୍ଚାୟତରେ ଚାକିରି ପାଇଁ ବିଜ୍ଞାପନ ବାହାରିଛି । ରାଜ୍ୟର ସମସ୍ତ ପଞ୍ଚାୟତରେ ପଞ୍ଚାୟତ ସହାୟକ ତଥା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ କରିବାକୁ ଯାଉଛନ୍ତି। ସାରା ରାଜ୍ୟରେ ଅଗଷ୍ଟ ୨ରୁ ପଞ୍ଚାୟତ ସହାୟକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ସରକାର ଏହି ନିଯୁକ୍ତି ପ୍ରକ୍ରିୟାକୁ ମାତ୍ର ୪୦ ଦିନ ମଧ୍ୟରେ ଶେଷ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ନବ ନିଯୁକ୍ତ ପଞ୍ଚାୟତ ସହାୟକ ମାନଙ୍କୁ ମାସକୁ ୬୦୦୦ ଟଙ୍କା ପ୍ରଦାନ କରାଯିବ ସହ ସେମାନଙ୍କର କାର୍ଯ୍ୟକାଳ ରହିବ ଏକ ବର୍ଷ । ଏହି ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୪୦ ବର୍ଷ ମଧ୍ୟରେ ରହିବା ଆବଶ୍ୟକ ।

ଏହି ପଦବୀରେ ନିଯୁକ୍ତି ପାଇଁ ନିଜ ପଞ୍ଚାୟତରେ ହିଁ ଆବେଦନ କରପାରିବେ ଆବେଦନକାରୀ । ସମଗ୍ର ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣର ନିୟମ ରହିବ । ପଞ୍ଚାୟତରେ ନିର୍ବାଚନରେ ଲାଗୁ ହେଉଥିବା ସଂରକ୍ଷଣ ପ୍ରକ୍ରିୟା ପଞ୍ଚାୟତ ସହାୟକ ନିଯୁକ୍ତିରେ ମଧ୍ୟ ଲାଗୁ ରହିବ । ଯଦି କୌଣସି ପଞ୍ଚାୟତ ମହିଳା ଏସସି କିମ୍ବା ଏସଟି ସିଟ୍ ପାଇଁ ସଂରକ୍ଷିତ, ତେବେ ସେଠାରେ ଏହି ମାନଦଣ୍ଡ ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ ।  ଏହାସହ ଦଶମ ଏବଂ ଦ୍ୱାଦଶ ମାର୍କ ଆଧାରରେ ସେହି ପଞ୍ଚାୟତ ନିଯୁକ୍ତି ମିଳିବ ।

ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ଗାଁ ମୁଖ୍ୟ ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଚାକିରିରେ ରଖେଇ ପାରିବେ ନାହିଁ । ଚୟନ ପ୍ରକ୍ରିୟାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟିର ଚୂଡ଼ାନ୍ତ ରିପୋର୍ଟ ଆଧାରେ ନିଯୁକ୍ତି ମିଳିବ । ଏଥି ସହିତ ରାଜ୍ୟରେ ଗ୍ରାମ ପଞ୍ଚାୟତ ସଚିବାଳୟ ପ୍ରତିଷ୍ଠା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତକୁ ୧ ଲକ୍ଷ ୭୫ ହଜାର ଲେଖାଏଁ ପ୍ରଦାନ କରାଯିବ।

ଜୁଲାଇ ୩୦ରୁ ୧ଅଗଷ୍ଟ ମଧ୍ୟରେ ପଞ୍ଚାୟତ ସହାୟକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯିବ । ଆବେଦନ ଦାଖଲର ଶେଷ ତାରିଖ ଅଗଷ୍ଟ ୨ ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ରହିବ । ୨୪ ଅଗଷ୍ଟ ୩୧ ମଧ୍ୟରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ । ଡିଏମଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୭ ମଧ୍ୟରେ ଏକ ପରୀକ୍ଷା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୮ରୁ ସେପ୍ଟେମ୍ବର ୧୦ମଧ୍ୟରେ ଗ୍ରାମ ପଞ୍ଚାୟତ ଦ୍ୱାରା ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।