• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଆପାରଣ୍ଟିସ ପଦବୀ ପାଇଁ ନିଯୁକ୍ତି

 ନୂଆଦିଲ୍ଲୀ:ଆପଣ ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ପାଇଁ ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ରେଲୱେ ଭର୍ତ୍ତି ବୋର୍ଡ ବା (RRB)ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଆପାରଣ୍ଟିସ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ରେଲୱେରେ ମୋଟ ୧୭୮୫୪ଟି ପଦ ପାଇଁ ନିଯୁକ୍ତି ପତ୍ର ଜାରି କରାଯାଇଛି।

ପଦବୀ ପାଇଁ କିପରି କରିବେ ଆବେଦନ:

  • ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ rrcser.com.inକୁ ଯାଇ ରେଜିଷ୍ଟର କରିପାରିବେ।
  • ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।
  • ଆବେଦନ ପତ୍ର ପୂରଣ କରିବା ପରେ ଆବଶ୍ୟକ ଦସ୍ତାବିଜ ଯେପରିକି ସ୍କାନ ଫଟୋ, ସ୍କାନ ହୋଇଥିବା ହସ୍ତାକ୍ଷର ଅପଲୋଡ କରିବାକୁ ହେବ।

ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦବୀ ପାଇଁ ମୋଟ ୧୭୮୫ଟି ପଦବୀ ରହିଛି । ତେବେ ଅନଲାଇନ୍‌ ଆବେଦନ କରିବାର ଆରମ୍ଭ ତାରିଖ ୧୫ ନଭେମ୍ବର ୨୦୨୧ ରହିଥିବା ବେଳେ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୧ ରହିଛି ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା :

ଆବେଦନକାରୀଙ୍କ ବୟସ ଅତିକମରେ ୧୫ ବର୍ଷ ଏବଂ ଅତିବେଶୀରେ ୨୪ ବର୍ଷ ହୋଇଥିବା ଆବଶ୍ୟକ । ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ନିକଟରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଅତି କମ୍‌ରେ ୫୦ ପ୍ରତିଶତ ମାର୍କ ସହିତ ମାଟ୍ରିକ୍‌ ପାସ୍‌ କରିଥିବା ଜରୁରୀ ଅଟେ । ଏହାଛଡା ଏହି ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ ପାସ୍‌ କରିଥିବା ଜରୁରୀ ।

ପଦବୀ ପାଇଁ ପରୀକ୍ଷା ଶୁଳ୍କ :

ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୧୦୦/-ଟଙ୍କା ଶୁଳ୍କ ଦେବାକୁ ପଡିବ । ଅନୁସୂଚିତ ଜାତି ଏବଂ ଜନଜାତି, PWD, ମହିଳା ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ଛାଡ଼ ଥିବା ବେଳେ ଏହା ସଂପୂର୍ଣ ମାଗଣା ରଖାଯାଇଛି ।