• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • BECILରେ ଖାଲି ପଡିଛି ୧୦୨ଟି ପଦବୀ

 ଭୁବନେଶ୍ୱର: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । BECIL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ ବା BECILରେ ଚାକିରି କରିବାର ସୁଯୋଗ ନିଅନ୍ତୁ । ଏହା ଅଧିନରେ ଡାଟା ଏଣ୍ଟ୍ରି ଅପରେଟର, ସୁପରଭାଇଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅକ୍ଟୋବର ୭ ପର୍ଯ୍ୟନ୍ତ ଖାଲି ପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ।

BECILରେ ୧୦୨ଟି ପଦବୀ ଖାଲି ପଡିଛି । ତେବେ ଏହି ପଦବୀ ସହିତ ଜରୁରୀ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଏବଂ ବୟସ ସୀମାକୁ ଧାର୍ଯ୍ୟ କରାଯାଇଛି । ମୋଟ ୧୦୨ଟି ପଦବୀ ଖାଲି ପଡିଥିବା ବେଳେ ଆପାରଣ୍ଟିସ ପଦବୀ ପାଇ ୬୭ଟି,ଡାଟାଏଣ୍ଟ୍ରି ଅପରେଟର ପାଇଁ ୭ଟି,ପର୍ଯ୍ୟବେକ୍ଷକ ପଦବୀ ପାଇଁ ୧୯ଟି,ସିନିଅର ଓ ସୁପରଭାଇଜର ପଦବୀ ପାଇଁ ୯ଟି ସ୍ଥାନ ଖାଲିପଡିଛି ।

ତେବେ ଆବେଦନ କରିବାର ଶେଷ ତାରିଖ ୨୦୨୧ ଅକ୍ଟୋବର ୭ ରଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ତେବେ BECIL ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ସୁପରଭାଇଜର ଏବଂ ଇନଭେଷ୍ଟିଗେଟର ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବ । ତେବେ ଅନ୍ୟାନ ପଦବୀ ପାଇଁ ସାକ୍ଷାତକାର ବା ଭାଇବାରେ ପରୀକ୍ଷା କରାଯିବ । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପାର୍ଥୀ BECILର ଅଫିସିଆଲ ୱେବସାଇଟ becil.comକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।