• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • OPSC ପକ୍ଷରୁ ଖାଲିପଡିଛି ମେଡିକାଲ ଅଫିସର ପଦବୀ

  • ୧୮୭୧ ପଦବୀରେ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ଖାଲିପଡିଥିବା ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । OPSCର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଓଡିଶା ମେଡିକାଲ ଓ ହେଲ୍ଥ ସର୍ଭିସ କ୍ୟାଡରର ଗ୍ରୁପ-ଏ ପଦବୀ ପାଇଁ ଆବେଦନ କରିପାରିବେ ।

ଓଡିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଖାଲିପଡିଥିବା ମେଡିକାଲ ଅଫିସର ପଦବୀରେ ମୋଟ ୧୮୭୧ ପଦବୀରେ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ନଭେମ୍ବର ୧୨ରୁ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୩ ଡିସେମ୍ବର ରହିଛି । ଏହି ପଦବୀର ବିସ୍ତୃତ ବୀବରଣୀ ବିଷୟରେ ଜାଣିବାୱ ପାଇଁ ଅଫିସିଆଲ ୱେବସାଇଟ୍‌ opsc.gov.in କୁ ଯାଇ ଆବେଦନ କରିପାରିବେ ।

ମୋଟ୍ ପଦବୀ ବିବରଣୀ:

୧୮୭୧ ସାଧାରଣ ବର୍ଗଙ୍କ ପାଇଁ ୧୯୬ଟି ପଦବୀ,ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ପାଇଁ ୧୧୪ଟି ପଦବୀ,ଅନୁସୂଚିତ ଜାତି ପାଇଁ ୫୭୬ଟି ପଦବୀ ଓ ଅନୁସୂଚିତ ଜନଜାତି ପାଇଁ ୯୮୫ଟି ପଦବୀ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା:

OPSC ର ବିଜ୍ଞପ୍ତି ଅନୁଯାୟୀ, ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ୍‌ ଅଫ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ମେଡିକାଲ କଲେଜ କିମ୍ବା ମେଡିକାଲ ସଂସ୍ଥାରୁ ଏମବିବିଏସ୍‌ ଡିଗ୍ରୀ ରହିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ଏବଂ ସର୍ବାଧିକ ୩୧ ବର୍ଷ ହୋଇଥିବା ଜରୁରୀ ଅଟେ । ତେବେ ଲିଖିତ ପରୀକ୍ଷା ଆଧାରରେ ହିଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଦରମା:

ଓଆରଏସପି ରୁଲ, ୨୦୧୭ ଅଧୀନରେ ଲେଭେଲ 12, ସେଲ -1 ପେ ମାଟ୍ରିକ୍ସ ଅନୁଯାୟୀ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୫୬ ହଜାର ୧୦୦ ଟଙ୍କା ଆଧାରରେ ଦରମା ମିଳିବ ।

ଆବେଦନ ଶୁଳ୍କ:

ଓଡିଶାର ଅନୁସୂଚିତ ଜାତି,ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ ଶୁଳ୍କ ସଂପୂର୍ଣ୍ଣ ମାଗଣା ଅଟେ । ଏହାଛଡ଼ା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଶୁଳ୍କ ୫୦୦ ଟଙ୍କା ରଖା ଯାଇଛି ।