• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • OPSCରେ ମେଡିକାଲ ଅଫିସର ପଦବୀ ପାଇଁ ବିଜ୍ଞପ୍ତି

 ନୂଆଦିଲ୍ଲୀ: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି(OPSC)ପକ୍ଷରୁ ୧୮୦୦ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଓଡିଶା ମେଡିକାଲ ଓ ହେଲ୍‌ଥ ସର୍ଭିସ କ୍ୟାଡରର ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦବୀ ପାଇଁ ଆବେଦନ କରିପାରିବେ ।

ମେଡିକାଲ ଅଫିସର ପୋଷ୍ଟ ପଦବୀ ପାଇଁ ଆବେଦନ ପାଇଁ ଫି ଦାଖଲ ଅବଧି ଆସନ୍ତା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି । ଓ ଆସନ୍ତା ମାସ ଅର୍ଥାତ ଡିସେମ୍ବର ୧୩ ତାରିଖ ଯାଏଁ ଜାରି ରହିବ । ଏହାଛଡ଼ା ଅନଲାଇନ ଫର୍ମ ପୂରଣ ପାଇଁ ଆସନ୍ତା ଡିସେମ୍ବର ୨୦ ଯାଏଁ ତାରିଖ ଧାର୍ଯ୍ୟ କରାଯାଇଛି ।

ପଦବୀ ପାଇଁ ବୟସ ସୀମା ଓ ଯୋଗ୍ୟତା:

ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ କୌଣସି ମେଡିକାଲ କଲେଜରୁ ଏମବିବିଏସ(MBBS) ଡିଗ୍ରୀ ଅଥବା ଏମସିଆଇ(MCI) ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ଅଟେ । ଏହା ସହିତ ସହ ପାର୍ଥିଙ୍କ ନିକଟରେ ଓଡିଶା ମେଡିକାଲ ରେଜିଷ୍ଟ୍ରେସନ ଆକ୍ଟ (1961) ଅଧୀନରେ ଏକ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଥିବା ନିହାତି ଦରକାର । ଏଥିପାଇଁ ଇଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷରୁ କମ ହୋଇନଥିବ ଓ ସର୍ବାଧିକ ବୟସ ୩୨ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

ପ୍ରାର୍ଥୀ ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା ଆଧାରରେ ହିଁ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
  • ପଦବୀ ପାଇଁ ହେବାକୁ ପରୀକ୍ଷା ପାଇଁ ୫୦୦ ଟଙ୍କା ଫି ରଖାଯାଇଛି, କେବଳ ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଫି ରଖାଯାଇନାହିଁ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।
  • ଓଆରଏସପି ନିୟମ ଅନୁଯାୟୀ, ୨୦୧୭ ଅଧୀନରେ ଲେଭେଲ ୧୨, ସେଲ -୧ ପେ ମାଟ୍ରିକ୍ସ ଅନୁଯାୟୀ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୫୬ ହଜାର ୧୦୦ ଟଙ୍କା ଆଧାରରେ ଦରମା ମିଳିବ ।
  • ସମୁଦାୟ ୧୮୭୧ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏଥି ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ୧୯୬ଟି ପଦବୀ, ଏସସିବିସିଙ୍କ ପାଇଁ ୧୧୪, ଏସସିଙ୍କ ପାଇଁ ୫୭୬, ଏସଟି ବର୍ଗଙ୍କ ପାଇଁ ୯୮୫ଟି ପଦବୀ ପାଇଁ ଧାର୍ଯ୍ୟ କରାଯାଇଛି ।