• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • (IBPS) ପକ୍ଷରୁ ନିଯୁକ୍ତି ପାଇଁ ଖାଲି ପଡିଛି ବିଭିନ୍ନ ପଦବୀ

ନୂଆଦିଲ୍ଲୀ: IBPS recruitment 2021: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (IBPS) ପକ୍ଷରୁ ବିଭିନ୍ନ ପଦବୀ ନିଯୁକ୍ତି ପାଇଁ ଆଜି ହିଁ ଆବେଦନ କରନ୍ତୁ । ବେକାର ଯୁବକ ଯୁବତୀଙ୍କ IBPS ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଆସିସ୍ଟାଣ୍ଟ ପ୍ରଫେସର,ଫାକଲ୍ଟି ରିସର୍ଚ୍ଚ ଆସୋସିଏଟ୍, ରିସର୍ଚ୍ଚ ଆସୋସିଏଟ୍,ହିନ୍ଦୀ ଅଫିସର,ଆଇଟି ଇଞ୍ଜିନିୟର,ଆଇଟି ଡାଟାବେସ୍ ଆଡମିନିଷ୍ଟ୍ରେଟର,ସଫ୍ଟଓୱେର ଏବଂ ଟେଷ୍ଟର ଆଦି ନିଯୁକ୍ତି ପାଇଁ ପଦବୀ ଖାଲି ରହିଛି । ଏହି ପଦବୀ ପାଇଁ  ଯୋଗ୍ୟ ପ୍ରାର୍ଥୀମାନେ ଅକ୍ଟୋବର ୧ ଠାରୁ ଆବେଦନ କରିପାରିବେ ।

ଆଗ୍ରହୀ ପ୍ରାର୍ଥୀମାନେ IBPSର ଅଫିସିଆଲ୍ ୱେବସାଇଟ୍ ibps.inରେ ଆବେଦନ କରିପାରିବେ । ଏହି ପଦବୀ ଗୁଡିକ ପାଇଁ ଅନ୍ ଲାଇନ୍ ପରୀକ୍ଷା ଅକ୍ଟୋବର ଓ ନଭେମ୍ବର ୨୦୨୧ରେ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୧୪ ଆବେଦନ କରିବାର ଶେଷ ତାରିଖ ରହିଛି । ଆବେଦନ ପାଇଁ ପ୍ରାର୍ଥୀ ମାନଙ୍କୁ ୧୦୦୦ଟଙ୍କା ଫିସ୍ ଦେବାକୁ ପଡ଼ିବ । ଅନଲାଇନ ପରୀକ୍ଷା ଆଧାରରେ, ରାଇଟିଂ ଦକ୍ଷତା, ଗ୍ରୁପ ଏକ୍ସରସାଇଜ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।

ଏହା ବ୍ୟତୀତ ଆଇଟି ଇଂଜିନିୟର, ଆଇଟି ଡାଟାବେସ ଆଡମିନିଷ୍ଟ୍ରେଟର, ସଫ୍ଟୱେୟାର ଡେଭଲପର ଏବଂ ଟେଷ୍ଟର ଚୟନ ପଦବୀ ପାଇଁ ଅନଲାଇନ ପରୀକ୍ଷା, ସ୍କିଲ ଟେଷ୍ଟ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ । ଏହା ଛଡ଼ା ଆଇବିପିଏସ୍ ଆରଆରବି କ୍ଲର୍କ ମୁଖ୍ୟ ପରୀକ୍ଷା ୨୦୨୧ ଅକ୍ଟୋବର ୧୭ରେ ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମୋଡରେ ଅନୁଷ୍ଠିତ ହେବ । ୨୦୦ ମାର୍କ ପାଇଁ ୨୦୦ ଅବଜେକ୍ଟିଭ୍ ଟାଇପ୍ ଏକାଧିକ ପସନ୍ଦ ପ୍ରଶ୍ନକୁ ନେଇ ଏହି ପରୀକ୍ଷା ପାଇଁ ୨ଘଣ୍ଟା ଅବଧି ରହିବ । ଏହିସବୁ ବିଭିନ୍ନ ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ତେବେ ଅଧିକ ବିବରଣୀ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏଠାରେ ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ