• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପୂରଣ ହେବ ପଦବୀ

  • ଏ ନେଇ ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି

  • ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬୧୯ ପଦବୀ ପୂରଣ ହେବ

  • ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ ପଦବୀ ପୂରଣ ହେବ

ଭୁବନେଶ୍ୱର : ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ପୂରଣ ହେବ ୧୧ ହଜାରରୁ ଅଧିକ ଶିକ୍ଷକ ପଦବୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ ହଜାର ୪୫୦ ଗୋଟି ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬୧୯ ଗୋଟି ପଦବୀ ପୂରଣ କରାଯିବ ।

୨ ହଜାର ୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୨୩ ତାରିଖ ଦିନ ଯଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ଟି ଟିଜିଟି ଏବଂ ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ୯୪୦ ଗୋଟି ନୂତନ ଭାବେ ସୃଷ୍ଟି ହୋଇଥିବା TGT, କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ସେପଟେ ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ ହେବ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିବେ । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା । ସେଥିରୁ ୧୩ ହଜାରକୁ ଅନୁମତି ଦିଆଯାଇଛି । ସେହିପରି ବାଣିଜ୍ୟରେ ୪ ହଜାର ଆବେଦନରୁ ୩ ହଜାର ୯୦୦ ସିଟକୁ ଅନୁମତି ଦିଆଯାଇଛି । ତେବେ କରୋନା ପାଇଁ କୌଣସି ଆଡ଼ମିସନ ଫି ବୃଦ୍ଧି ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।