• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଟାୱା : ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ବେଡ଼ ଉପରେ ଖସି ପଡ଼ିଲା ଉଲକାପିଣ୍ଡ । କାନାଡାର ଜଣେ ମହିଳାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଶୋଇଥିବା ସମୟରେ ଛାତ ଚିରି ଆକାଶରୁ ଖସି ପଡ଼ିଲା ମୃତ୍ୟୁ । ମହାକାଶରୁ ଏକ ଉଲକାପିଣ୍ଡ ଆସି ସେ ଶୋଇଥିବା ବିଛଣାରେ ପଡ଼ିଯାଇଥିଲା । ତେବେ ତାଙ୍କ ଭାଗ୍ୟ ଭଲ କିଛି ଇଞ୍ଚ ଦୂରରେ ପଡିଥିଲା ଉଲକାପିଣ୍ଡ, ଫଳରେ ମହିଳାଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । କିନ୍ତୁ ଏହି ଦୁର୍ଘଟଣା ପରେ ମହିଳା ଜଣକ ବହୁତ ଡରି ଯାଇଥିଛନ୍ତି । କାରଣ ଉଲକାପିଣ୍ଡଟି ମହିଳାଙ୍କ ଘରର ଛାତ କଣା କରି ବେଡ୍ ଉପରେ ଖସିପଡ଼ିଥିଲା ।

କାନାଡାର ରୁଥ ହାମିଲଟନ୍ ନାମକ ଜଣେ ମହିଳା ରାତିରେ ଶୋଇଥିବା ସମୟରେ ତାଙ୍କ ଖଟ ଉପରେ ଏକ ଉଲକା ଖଣ୍ଡ ପଡିଗଲା । ଛାତ ଚିଠି ବେଡ୍ ଉପରେ ପଡ଼ିଯିବାରୁ ସେ ଭୟଭୀତ ହୋଇ ଉଠି ବସିଥିଲେ । ଅକ୍ଟୋବର ୪ରେ ଏହି ଘଟଣା ଘଟିଛି । ହାମିଲଟନଙ୍କ କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ତାଙ୍କ ରୁମ୍ ଆଲୋକିତ ହୋଇଯାଇଥିଲା । ଆଉ ଉଠିଲା ବେଳକୁ ଦେଖିଲେ ବେଡ ଉପରେ ପଡ଼ିଛି ଉଲକାପିଣ୍ଡ । ଆଉ ଉପରକୁ ଚାହିଁଲା ବେଳକୁ କୋଠରୀର ଛାତ କଣା ହୋଇଯାଇଥିଲା ।

ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରୁଥ ହାମିଲଟନ୍ ଉଲକାପିଣ୍ଡ ଘରେ ପଡ଼ିବା ପରେ ସେ ତୁରନ୍ତ ହେଲ୍ପଲାଇନକୁ ଫୋନ କରି ସାହାଯ୍ୟ ମାଗିଥିଲେ । ବେଡ ଉପରେ କ’ଣ ପଡ଼ିଛି ଜାଣିବାକୁ ଚେଷ୍ଟା କରିଥିଲେ । ପରେ ଏହା ଏକ ଉଲକାପିଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣା ପରେ ସେହି ରାତିରେ ମହାକାଶରୁ ଏକ ଉଜ୍ଜ୍ୱଳ ଆଲୋକ ଆସୁଥିବାର ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକ । କେବଳ ଏତିକି ନୁହେଁ ତା’ପୂର୍ବ ଦିନ ମଧ୍ୟ ଉଲକାପିଣ୍ଡ ଖସିଥିବା ଦେଖି ଦାବି କରିଛନ୍ତି ଲୋକେ ।