• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମୃତ୍ୟୁ ପରେ ନୂଆ ଜୀବନ ପାଇଲେ କ୍ୟାଥି ।

  • କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । 

  • ମୃତ୍ୟୁର ୪୫ ମିନିଟ ପରେ ପୁଣି ଜୀବନ ଫେରିପାଇଛନ୍ତି ମହିଳା ଜଣକ ।

ମେରିଲ୍ୟାଣ୍ଡ: ମୃତ୍ୟୁ ପରେ ନୂଆ ଜୀବନ ପାଇଲେ କ୍ୟାଥି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଭଗବାନଙ୍କ ଛତ୍ରଛାୟା ଯଦି ମଣିଷ ଉପରେ ରହେ ତେବେ ମଣିଷ ଯମଦ୍ୱାରରୁ ମଧ୍ୟ ଫେରି ଆସିଥାଏ । ଠିକ୍ ସେହିପରି ଏକ ଘଟଣା ଆମେରିକାର ମେରିଲ୍ୟାଣ୍ଡର କ୍ୟାଥି ପାଟେନଙ୍କ ସହ ଘଟିଛି । ଏହା କୌଣସି ଚମତ୍କାରରୁ କମ୍ ନୁହେଁ । ମୃତ୍ୟୁର ୪୫ ମିନିଟ ପରେ ପୁଣି ଜୀବନ ଫେରିପାଇଛନ୍ତି ମହିଳା ଜଣକ । ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କଣ ରହିଛି ପୁରା କାହାଣି.. ଆସନ୍ତୁ ଜାଣିବା ।

କ୍ୟାଥି ପାଟେନଙ୍କ ଝିଅ ଗର୍ଭବତୀ ଥିଲେ । କ୍ୟାଥି ଗଲ୍ଫ ଖେଳୁଥିବା ବେଳେ ତାଙ୍କ ଗର୍ଭବତୀ ଝିଅର ପ୍ରସବ ଯନ୍ତ୍ରଣା ନେଇ ଖବର ଆସିଥିଲା । ତା’ପରେ ସେ ଖେଳ ଛାଡ଼ି ତାଙ୍କ ଝିଅଙ୍କୁ ଧରି ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ଡାକ୍ତରଖାନାରେ ଝିଅକୁ ଆଡମିଟ୍ କରିବା ସମୟରେ ଅଚାନକ କ୍ୟାଥି ହୃଦଘାତର ଶିକାର ହୋଇଥିଲେ । ଯାହା ଫଳରେ କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ କହିବାନୁଯାୟୀ ତାଙ୍କର ହୃଦ୍‌ସ୍ପନ୍ଦନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା ଏବଂ ଶରୀର ମଧ୍ୟକୁ ଅକ୍ସିଜେନ୍ ପ୍ରବାହ ମଧ୍ୟ ହେଉନଥିଲା । ଏପରି ନାନା ପରୀକ୍ଷା କରିବା ପରେ ଡାକ୍ତରମାନେ ଶେଷରେ ତାଙ୍କୁ ସି.ପି.ଆର୍ (CPR) ଦେବା ଆରମ୍ଭ କରିଥିଲେ ।

ପ୍ରାୟ ଏକ ଘଣ୍ଟା ଧରି ଡାକ୍ତରମାନେ କ୍ୟାଥିଙ୍କୁ ସି.ପି.ଆର୍ ଦେଇଥିଲେ । ଠିକ୍ ୪୫ ମିନିଟ୍ ପରେ କ୍ୟାଥିଙ୍କ ନିଶ୍ୱାସ-ପ୍ରଶ୍ୱାସ ପୁଣିଥରେ ଚାଲିବା ଆରମ୍ଭ କଲା । ତାଙ୍କ ହୃଦ୍ସ୍ପନ୍ଦନ ମଧ୍ୟ ଫେରି ଆସିଲା । ଡାକ୍ତରମାନେ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରିବା ପରେ କ୍ୟାଥି ଜୀବିତ ଥିବାର ସୂଚନା ଦେଇଥିଲେ । ଏହାକୁ ଏକ ଚମତ୍କାର ବୋଲି ମଧ୍ୟ କହିଛନ୍ତି ଡାକ୍ତର । କ୍ୟାଥି ଦ୍ୱିତୀୟ ଜୀବନ ପାଇବା ପରେ ତାଙ୍କ ଝିଅ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କ୍ୟାଥି ଭାଗବାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ନାତୁଣୀର ମୁହଁ ଦେଖିବା ପାଇଁ ଭଗବାନ ତାଙ୍କ ଜୀବନ ଫେରାଇ ଦେଇଥିବା କଥା ସେ ସମସ୍ତଙ୍କୁ କହିଛନ୍ତି।