• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଚଳନ୍ତା ବିମାନରେ ମହିଳାଙ୍କ ପ୍ରସବ ପୀଡା

  • ମଝି ଆକାଶରେ ଜନ୍ମ ଦେଲେ ମହିଳା

ଲଣ୍ଡନ: ଚଳନ୍ତା ବିମାନରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା । ଲଣ୍ଡନରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ଲେନରେ ମହିଳା ଜଣକ ଜନନୀ ଯନ୍ତ୍ରଣାକୁ ସହ୍ୟ ନ କରିପାରି ସେଠାରେ ହିଁ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ଯାହା ଫଳରେ ଫ୍ଲେନ୍‌ଟିକୁ ଜରୁରୀ କାଳୀନ ପରିସ୍ଥିତିରେ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଅବତରଣ କରାଯାଇଛି ।

ସୂଚନା ଅନୁସାରେ, ପ୍ଲେନ୍‌ଟି ଦିନ ୧ ଟା ୨୧ରେ ଉଡାଣ ଭରିଥିଲା । ଉଡାଣ ଭରିବା ତୁରନ୍ତ ପରେ ହିଁ ମହିଳାଙ୍କ ପ୍ରସବ ପିଡା ଆରମ୍ଭ ହୋଇଥିଲା । ଭାଗ୍ୟବଶତଃ ସେହି ବିମାନରେ ୨ଜଣ ଡାକ୍ତରଙ୍କ ସହ ୪ ଜଣ ନର୍ସ ଉପସ୍ଥିତ ଥିଲେ । ଯେଉଁମାନେ ମଧ୍ୟ ସେହି ବିମାନରେ ଯାତ୍ରା କରୁଥିଲେ । ଫଳରେ ସେମାନେ ମହିଳାଙ୍କ ସନ୍ତାନ ଜନ୍ମରେ ସାହାଯ୍ୟ କରିଥିଲେ । ଏହାସହ କ୍ୟାବିନ କ୍ରୁଙ୍କ ସାହାଯ୍ୟରେ ସେମାନଙ୍କୁ ମହିଳାଙ୍କୁ ସନ୍ତାନ ପ୍ରସବ କରିବାରେ ସହଜ ହୋଇପାରିଥିଲା । ରିପୋର୍ଟ ଅନୁଯାୟୀ, ପ୍ରସବ ସମୟରେ ବିମାନଟି କଳା ସାଗର ଉପରେ ଉଡୁଥିଲା ।

Woman gives birth to baby in air india mid air flight coming from London to kochi

ପ୍ରସବର ପରେ ତୁରନ୍ତ ହିଁ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ନିକଟତମ ବିମାନବନ୍ଦର ଫ୍ରାଙ୍କଫର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଦୁଇଜଣ ଡାକ୍ତର ଏବଂ ଚାରି ନର୍ସଙ୍କ ଏକ ଟିମ୍ ଉକ୍ତ ମହିଳାଙ୍କ ପ୍ରସବରେ ସାହାଯ୍ୟ କରିଥିଲେ । ସେମାନେ ପ୍ଲେନ୍‌ରେ ଥିବା ବିଭିନ୍ନ ଉପକରଣକୁ ମଧ୍ୟ ପ୍ରସବ ସମୟରେ ବ୍ୟବହାର କରିଥିଲେ ।

ମହିଳା ଜଣକ ସାତ ମାସର ଗର୍ଭବତୀ ଥିଲେ ଯିଏ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ନବଜାତ ଶିଶୁ ଜନ୍ମ ହେବା ପରେ ଉଭୟ ନବଜାତ ଶିଶୁ ଓ ମହିଳାଙ୍କ ସହ ଯାତ୍ରା କରୁଥିବା ବ୍ୟକ୍ତି ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଓହ୍ଲାଇଥିଲେ । ଭାରତୀୟ ସମୟ ରାତି ପ୍ରାୟ ୧୧ ଟା ବେଳେ ବିମାନଟି ଫାଙ୍କଫର୍ଟ ବିମାନ ବନ୍ଦରରେ ଅବତରଣ କରିଥିଲା । ଏବି ବିମାନଟିରେ ୨୧୦ ଜଣରୁ ଅଧିକ ଯାତ୍ରୀ ଥିବାବେଳେ ୧୯୩ ଜଣ ଇକୋନୋମି ଏବଂ ୧୧ଜଣ ବିଜ୍‌ନେସ୍‌ କ୍ଲାସ୍‌ର ଯାତ୍ରୀ ଥିଲେ ।

Woman gives birth to baby in air india mid air flight coming from London to kochi