• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଜୋର ଜବରଦସ୍ତୀ ପଡୋଶୀ ଓ ସଂପର୍କୀୟଙ୍କ କାନ୍ଥ ଖାଉଛନ୍ତି ମହିଳା

  • ଖଦଡିଆ କାନ୍ଥ ତାଙ୍କୁ ସବୁଠୁ ପ୍ରିୟ

ୱାଶିଂଟନ: କୌଣସି ଜିନିଷର ନିଶା କରିବା ଖରାପ ଅଟେ । ଯଦିଓ ସୁସ୍ଥ ରହିବା ଏକ ନିଶା ନୁହେଁ? କିନ୍ତୁ ବେଳେବେଳେ ଲୋକମାନଙ୍କର ଅଜବ ଜିନିଷ ପସନ୍ଦ କରିବାର ଅଭ୍ୟାସ ହୋଇ ଯାଇଥାଏ । ଆମେରିକାର ମିଶିଗନରେ ରହୁଥିବା ନିକୋଲ ହେଉଛନ୍ତି ଏହାର ଏକ ଉଦାହରଣ । ନିକୋଲଙ୍କର ଚକ୍‌ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ ଚୂନ ଛଡାଇ ଖାଉଛନ୍ତି । ତାଙ୍କର ଏହି ଅଭ୍ୟାସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

ନିକଟରେ ସେ TLC ର ‘ମାଇ ସ୍ଟ୍ରେଞ୍ଜ ଆଡିକ୍ସନ’ ର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ତାଙ୍କୁ ଶୁଖିଲା କାନ୍ଥର ଗନ୍ଧ ବହୁତ ଭଲ ଲାଗେ । ଏହା ସହ ସେ କାନ୍ଥର ଗଠନ ଓ ସ୍ୱାଦକୁ ବି ପସନ୍ଦ କରିଥାନ୍ତି । ନିକୋଲ ଏହାକୁ ଏତେ ଭଲ ପାଆନ୍ତି ଯେ ସେ ସପ୍ତାହରେ ୩.୨ ବର୍ଗଫୁଟର କାନ୍ଥ ଖାଇଯାଆନ୍ତି । ଯଦି କେହି ନିକୋଲଙ୍କୁ ଏହା କରିବାକୁ ମନା କରିଥାନ୍ତି, ତେବେ ସେ ଜବରଦସ୍ତୀ କାନ୍ଥ ଖାଇ ପକାନ୍ତି । ଏପେରିକି ସେ ନିଜ ସାଙ୍ଗ ଏବଂ ସଂପର୍କୀୟଙ୍କ ଘରର କାନ୍ଥ ମଧ୍ୟ ଖାଇ ପକାନ୍ତି ।

ନିକୋଲ ଆହୁରି କହିଛନ୍ତି ଯେ ଚକ ଖାଇବା ଅଭ୍ୟାସ ଆଜିଠୁ ୫ ବର୍ଷ ହେଲା ତାଙ୍କର ନିଶା ପାଲଟି ଯାଇଛି । ୫ ବର୍ଷ ପୂର୍ବେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କ ମୃତ୍ୟୁ ଦୁଃଖରେ ସେ କାନ୍ଥ ଖାଇବା ଆରମ୍ଭ କରିଥିଲେ । ଏହି କାରଣରୁ ପ୍ରଥମେ ତାଙ୍କୁ ବହୁତ ଖରାପ ଲାଗୁଥିଲା ଏବଂ ସେ ଜାଣିଥିଲେ ଯେ କାନ୍ଥ ଖାଇବା ଜିନିଷ ନୁହେଁ । କିନ୍ତୁ ତାଙ୍କ ନିଶା ତାଙ୍କୁ କାନ୍ଥ ଖାଇବାକୁ ବାଧ୍ୟ କରିଥିଲା । ନିକୋଲ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ପ୍ରକାର କାନ୍ଥର ସ୍ୱାଦ ଚାଖିବାକୁ ଭଲ ଲାଗେ । କିଛି କାନ୍ଥ ପତଳା ଓ କିଛିଟା ମୋଟା ରହିଥାଏ । ତେବେ ଏହି ସବୁ କାନ୍ଥର ସ୍ୱାଦ ମଧ୍ୟ ଅଲଗା ରହିଥାଏ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଖଦଡିଆ କାନ୍ଥ ଖାଇବାକୁ ସବୁଠୁ ଭଲ ଲାଗେ କାରଣ ତାଙ୍କୁ ଏହା କ୍ରଞ୍ଚି ଲାଗିଥାଏ ।

ନିକୋଲଙ୍କର ଏହି ଅଭ୍ୟାସ ବିଷୟରେ ଜାଣିବା ପରେ ଡାକ୍ତରମାନେ ନିକୋଲଙ୍କୁ ଚେତାବନୀ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ କାନ୍ଥର ରଙ୍ଗରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ରହିଥାଏ, ଯାହାକି ଶରୀର ପ୍ରତି ହାନିକାରକ ହୋଇଥାଏ । ଏହା ଯୋଗୁଁ କର୍କଟ ଭଳି ଭୟଙ୍କର ରୋଗ ହୋଇଥାଏ । ଏହା ଶରୀରର ଅନ୍ତନଳୀରେ ସମସ୍ୟା ସୃଷ୍ଟି କରିପାରେ । ଏହି ସମସ୍ୟା ନେଇ ନିକୋଲ ନିଜକୁ ଅସହାୟ ମନେ କରିଥାନ୍ତି । ତାଙ୍କ କହିବା ଅନୁଯାୟୀ ସେ ଅଭ୍ୟାସ ଛାଡିବା ପାଇଁ ବହୁବାର ଚେଷ୍ଟା କରିସାରିଛନ୍ତି । କିନ୍ତୁ ଆଯି ଯାଏଁ ସଫଳ ହୋଇପାରି ନାହାନ୍ତି । ନିକୋଲଙ୍କ ଘରର କାନ୍ଥର ପ୍ରାୟ ସ୍ଥାନ ଖାଲ ହୋଇଯାଇଛି । ଡାକ୍ତରମାନେ ନିକୋଲଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ନିକୋଲ ତାଙ୍କର ଏହି ଅଭ୍ୟାସ ନଛାଡନ୍ତି, ତେବେ ଏହା ତାଙ୍କ ଜୀବନ ନେଇପାରେ ।