• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍‌ଅପ୍‌ରେ ବ୍ୟବହାର ହେଉଥିଲା କେମିକାଲ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହେଉଛି ରାସାୟନିକ ପଦାର୍ଥ । ଆଉ ଏହି ରାସାୟନିକ ପଦାର୍ଥ କେତେ ମାରାତ୍ମକ ହୋଇପାରେ, ଏହା ନୂତନ ଅନୁସନ୍ଧାନରୁ ଜଣା ପଡିଛି । କେମିକାଲ ବ୍ୟବହାର ଯୋଗୁଁ ଆମେରିକାରେ ଅନେକ ଲୋକ ଜୀବନ ହରାଉଛନ୍ତି । Phthalates ହେଉଛି ରାସାୟନିକ ପଦାର୍ଥର ସମୂହ । ପ୍ଲାଷ୍ଟିକ ଠାରୁ ଆରମ୍ଭ କରି ମେକଅପ୍ ପର୍ଯ୍ୟନ୍ତ ସାମଗ୍ରୀ ଗୁଡିକରେ ଏହାର ବହୁଳ ବ୍ୟବହାର କରାଯାଏ । ଆଉ Phthalates ସଂସ୍ପର୍ଶରେ ଆସିବା ଦ୍ୱାରା ବାର୍ଷିକ ଆମେରିକାରେ ଏକ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରୁ ଏପରି ସମ୍ବେଦନଶୀଳ ତ୍ୟଥ ପ୍ରକାଶ ପାଇଛି ।

ଖେଳନା, ଡ୍ରେସ୍ ଏବଂ ସାମ୍ପୁ ଭଳି ଶହ ଶହ ଦ୍ରବ୍ୟରେ ରାସାୟନିକ ପଦାର୍ଥ ମିଳେ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏଗୁଡିକ ହରମୋନ୍‌କୁ ବ୍ୟାଘାତ ସୃଷ୍ଟି କରିଥାଏ । ଫଳରେ ଲୋକଙ୍କର ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ପ୍ରଭାବିତ ହୁଏ । ପରିବେଶ ପ୍ରଦୂଷଣ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁସାରେ ଏହିପରି ଜିନିଷରୁ ବିଷ ଶରୀରରେ ପ୍ରବେଶ କରି ମେଦବହୁଳତା, ମଧୁମେହ ଏବଂ ହୃଦରୋଗର ଆଶଙ୍କା ବଢ଼ାଇଦେବାର ଅନେକ ସମ୍ଭାବନା ଥାଏ । ତେବେ ଏହି ରିସଚ୍ଚ ପାଇଁ ୫୫-୬୪ ବର୍ଷ ବୟସର ୫୦୦୦ ଲୋକଙ୍କୁ ସାମିଲ୍ କରାଯାଇଥିଲା । ତେବେ ଗବେଷଣାରୁ ଜଣାପଡ଼ିଛ ଯେଉଁମାନଙ୍କ ମୂତ୍ରରେ Phthalates ଅଧିକ ଥାଏ, ସେମାନଙ୍କ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ । ତେବେ Phthalates ଅତ୍ୟଧିକ ଜମା ହେଲେ ବି କର୍କଟ ପରି ରୋଗରେ ମୃତ୍ୟୁ ହେବାର ଆଶଙ୍କା ନାହିଁ ।

ଅଧ୍ୟୟନକର୍ତ୍ତା ଲିଓନାଦ୍ରୋ କହିଛନ୍ତି, Phthalatesର ପରିମାଣ ଶୀଘ୍ର ମୃତ୍ୟୁ ଆଶଙ୍କାକୁ ଘନେଇଥାଏ । ମୁଖ୍ୟତଃ ଏହି କ୍ଷେତ୍ରରେ ହୃଦଘାତ କାରଣରୁ ମୃତ୍ୟୁ ହେବାର ଅନେକ ସମ୍ଭାବନା ରହିଥାଏ । ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ହୃଦଘାତ ରୋଗ ଆଡ଼କୁ ଲୋକଙ୍କୁ ଟାଣିନିଏ । ଆମେରିକାର ଲୋକମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ, ମେକଅପ ସାମଗ୍ରୀ ବ୍ୟବହାର କରନ୍ତି । ଏଥିରେ ବ୍ୟବହାର ହେଉଥିବା କେମିକାଲ ଲୋକଙ୍କ ଶରୀରକୁ ଯାଉଛି ।