• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଜାଫରନଗର : ପାକ୍ ମନ୍ତ୍ରୀଙ୍କୁ ମୁହଁତୋଡ଼୍ ଜବାବ ଦେଲେ ଓୱେସି । କ୍ରିକେଟ୍ ମ୍ୟାଚ୍ ଜିତି ବାଉଳା ହେଉଛନ୍ତି ପାକିସ୍ତାନୀ । ଖେଳାଳି ଠାରୁ ଆରମ୍ଭ କରି ସାଧାରଣ ଜନତା ଏପରିକି ନେତା ମଧ୍ୟ ଗଡ଼ ଜିଣିଲା ପରି ବାହାସ୍ପଟ ମାରୁଛନ୍ତି । ଟି -୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନ ବିଜୟ ହାସଲ ପରେ ଏହାକୁ ଇସଲାମର ବିଜୟ ବୋଲି କହୁଛନ୍ତି । ଆଉ ଏହାର ନିନ୍ଦା କରିବା ସହ ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦଙ୍କୁ ଏଆଇଏମଆଇଏମର ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱେସି ଉପଯୁକ୍ତ ଜବାବ ଦେଇଛନ୍ତି ।

ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ବିଜୟରେ ଇସଲାମର ବିଜୟ ଦର୍ଶାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଇମ୍ରାନ ସରକାରର ମନ୍ତ୍ରୀ ଶେଖ ରସିଦଙ୍କୁ ପାଗଳ କହିବା ସହ ପଡ଼ୋଶୀଙ୍କୁ ମୁଣ୍ଡରେ ମସଲା ନାହିଁ ବୋଲି ମଧ୍ୟ କହିଛନ୍ତି ।

ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱେସି ଏପରି କହିଛନ୍ତି । 'ଆମ ପଡୋଶୀ ଦେଶର ଜଣେ ମନ୍ତ୍ରୀ ପାଗଳ ହୋଇଗଲେଣି । ବୁଦ୍ଧିସୁଦ୍ଧି ବୋଲି ଟିକିଏ ହେଲେ ନାହିଁ । ଖେଳ ଆଉ ଧର୍ମକୁ ମିଶାଇବାର କୌଣସି ମାନେ ନାହିଁ । କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର କଣ ସମ୍ପର୍କ ଅଛି ? ଆଲ୍ଲାଙ୍କୁ ଧନ୍ୟବାଦ ଦେବା ସହ ଓୱେସି ସୌଭାଗ୍ୟବଶତଃ କହିଛନ୍ତି ଆମର ପୂର୍ବଜ ସେଠାକୁ ଯାଇ ନାହାଁନ୍ତି (ପାକିସ୍ତାନ), ନଚେତ୍ ପାଗଳଙ୍କୁ ଦେଖିବାକୁ ପଡ଼ିଥାଆନ୍ତା ।

ସୂଚନାଯୋଗ୍ୟ ଖରାପ ପ୍ରଦର୍ଶନ ଯୋଗୁଁ ହେତୁ ରବିବାର ଦିନ ୟୁଏଇ ଏବଂ ଓମାନରେ ଖେଳାଯାଇଥିବା ଥିବା ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୧୦ ୱିକେଟ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତ ବିପକ୍ଷ ବିଜୟ ଉପରେ ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ବାଉଳା ହୋଇଯାଉଛନ୍ତି ।

ପାକିସ୍ତାନ ପ୍ରଥମ ଟି -୨୦ ମ୍ୟାଚ୍ ଦଶ ୱିକେଟ୍ ଜିତିବା ପରେ ଭାରତୀୟ ମୁସଲମାନ ସମେତ ବିଶ୍ୱର ସମସ୍ତ ମୁସଲମାନ ଉତ୍ସବ ପାଳନ କରୁଛନ୍ତି । କ୍ରିକେଟ୍ ଖେଳକୁ ଯୁଦ୍ଧର ବାଜି ଭାବରେ ଉପସ୍ଥାପନ କରି ଭାରତ ବିରୁଦ୍ଧରେ ଏହି ବିଜୟକୁ ସମଗ୍ର ଇସଲାମର ବିଜୟ ବୋଲି କହିଥିଲେ ରସିଦ୍ ଏବଂ ସାରା ବିଶ୍ୱରେ ମୁସଲମାନମାନଙ୍କୁ ମୁବାରକ ବୋଲି କହିଥିଲେ ।

ଏକ ଭିଡିଓ ବାର୍ତ୍ତାରେ ଇମ୍ରାନଙ୍କ ମନ୍ତ୍ରୀ ରସିଦ କହିଥିଲେ, 'ମୁଁ ଅତ୍ୟନ୍ତ ଦୁଃଖିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ମ୍ୟାଚକୁ ଗ୍ରାଉଣ୍ଡରେ ଦେଖିପାରିଲି ନାହିଁ । ତେବେ ଦେଶର ବିଜୟ ପରେ ଇସଲାମାବାଦ, ରାୱଲପିଣ୍ଡିରେ ସମସ୍ତ ଟ୍ରାଫିକ୍ କ୍ଲିୟର୍ କରିବାକୁ କହିଥିଲା, ଫଳରେ ଦେଶବାସୀ ବିନା ଅସୁବିଧାରେ ଉତ୍ସବ ମନାଇ ପାରିବେ । ପାକିସ୍ତାନ ଟିମ୍ ତଥା ପାକିସ୍ତାନବାସୀଙ୍କୁ ଅଭିନନ୍ଦନ, । ବିଶ୍ୱର ମୁସଲମାନମାନଙ୍କ ସମେତ ଭାରତର ମୁସଲମାନମାନଙ୍କ ଦୁଆ ପାକିସ୍ତାନୀ ଦଳ ସହିତ ଥିଲା । ଆଉ ଏଥିପାଇଁ ଆମେ ବିଜୟ ହାସଲ କରିଥିଲୁ ବୋଲି କହିଥିଲେ ।