• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : କାବୁଲରୁ ଆମେରିକାର ସେନା ପ୍ରତ୍ୟାହାର ଶେଷ । ୧୯ ବର୍ଷ ବର୍ଷ ପରେ ଆଫଗାନିସ୍ତାନରୁ ଓହରି ଆସିଲା ଆମେରିକା ସେନା । ଆମେରିକାର ଶେଷ ତିନୋଟି ସାମରିକ ବିମାନ ମଧ୍ୟ ସୋମବାର ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଛି । ଅଗଷ୍ଟ ବିଳମ୍ବିତ ରାତ୍ରିରେ କାବୁଲର ହମିଦ କରଜାଇ ଏୟାରପୋର୍ଟରୁ ଆମେରିକା ସେନାର ଶେଷ ତିନୋଟି C-୧୭ ବିମାନ ଉଡ଼ାଣ ଭରିବା ସହ ଆମେରାକା ସୈନ୍ୟ ଅଭିଯାନର ଅନ୍ତ ଘଟିଛି ।

ଆଫଗାନିସ୍ତାନରେ ୨୦ବର୍ଷ ଲମ୍ବାର ଯୁଦ୍ଧର ସମାପ୍ତି ଘଟିଛି । ଅନ୍ୟପକ୍ଷରେ କାବୁଲରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଘୋଷଣା କରିଛନ୍ତି ଆମେରିକୀୟ ଜେନେରାଲ ଫ୍ରାଙ୍କ ମ୍ୟାକେଞ୍ଜି । ଆଫଗାନିସ୍ତାନରେ ଆମେରିକାର ମୁଖ୍ୟ କୂଟନୀତିଜ୍ଞ ରସ୍ ୱିଲସନ ଶେଷ ବିମାନରେ ସବାର ହୋଇ ଦେଶକୁ ଫେରିଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି । ତାଲିବାନର ଆଫଗାନିସ୍ତାନ ଦଖଲ ପରେ ୱାଶିଂଟନ୍ ଏବଂ ନାଟୋ ସହଯୋଗୀମାନେ ଶୀଘ୍ର ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସେମାନେ ହଜାର ହଜାର ଆଫଗାନିସ୍ତାନୀଙ୍କୁ ଛାଡି ଯାଇଛନ୍ତି, ଯେଉଁମାନେ ପାଶ୍ଚାତ୍ୟ ଦେଶମାନଙ୍କୁ ସାହାଯ୍ୟ କରିଛନ୍ତି । ଅନ୍ୟପଟେ ମ୍ୟାକେଞ୍ଜି କହିଛନ୍ତି ଅନେକ ଆମେରିକୀୟ ଚୂଡ଼ାନ୍ତ ବିମାନରେ ସବାର ହୋଇପାରିଲେ ନାହିଁ, କାରଣ ସେମାନେ ବିମାନ ବନ୍ଦରରେ ଠିକ୍ ସମୟରେ ପହଞ୍ଚି ପାରିନଥିଲେ ।

୧୦୦ରୁ ଅଧିକ ଆମେରିକୀୟ ଏବେ ବି ଆଫଗାନିସ୍ତାନରେ ଅଛନ୍ତି

ତାଲିବାନ କାବୁଲ ନିୟନ୍ତ୍ରଣ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୪ ଅଗଷ୍ଟ ଠାରୁ ୧୨୨,୦୦୦ ରୁ ଅଧିକ ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଛି । ଏହାସହିତ ଆଫଗାନିସ୍ତାନରେ ଆମେରିକା ନିଜର ରାଜନୈତିକ ଉପସ୍ଥିତି ସ୍ଥଗିତ ରଖିଛି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି- 'କାବୁଲରେ ଥିବା ଆମେରିକା ଦୂତାବାସ ଖାଲି ରହିବ । ଆଫଗାନିସ୍ତାନରେ ମୁତୟନ କୂଟନୀତିଜ୍ଞମାନେ କତାରରୁ କାମ କରିବେ ।

ଆଫଗାନିସ୍ତାନ ସହିତ ଆମେରିକାର ଯୋଗଦାନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବ୍ଲିଙ୍କନ୍ । ଏଥିରେ ଆମେ ଆମର କୂଟନୈତିକ ନେତୃତ୍ୱ ନେବୁ । ଆଫଗାନିସ୍ତାନରେ ଏବେ ବି ୧୦୦ରୁ ଅଧିକ ଆମେରିକୀୟ ଅଛନ୍ତି, ଯେଉଁମାନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି । ସେମାନଙ୍କର ପ୍ରକୃତ ସଂଖ୍ୟା ଜାଣିବାକୁ ଚେଷ୍ଟା କରାଯିବ । ୬.୦୦୦ରୁ ଅଧିକ ଆମେରିକୀୟଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ।