• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବ ଆମେରିକା । ତାଲିବାନ ସରକାର ଗଠନ ପରେ ଆଫଗାନ୍ ବାସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି ବାଇଡେନ୍ ପ୍ରଶାସନ । ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଆଫଗାନିସ୍ତାନକୁ ଆର୍ଥିକ ସହାୟତା କଥାକୁ ସ୍ପଷ୍ଟ କରିଛନ୍ତି । ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାର (ପ୍ରାୟ ୪୭୦ କୋଟି) ସହାୟତା ଯୋଗାଇବାକୁ ପ୍ରସ୍ତୁତ ଆମେରିକା। ଆଫଗାନିସ୍ତାନର ସ୍ଥିତି ଭୟଙ୍କର ଥିବାରୁ ଆମେରିକା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ୍-ଗ୍ରୀନଫିଲ୍ଡ ଟ୍ୱିଟରେ ସୂଚନା ଦେବା ସହ କହିଛନ୍ତି, ମୋତେ ଆଜି ବହତୁ ଗର୍ବ ଅନୁଭବ ହେଉଛି। ଆମେରିକା, ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାରର ମାନବିକ ସହାୟତା ରାଶି ଯୋଗାଉଛି । ଦେଶର ଏପରି ପଦକ୍ଷେପ ପାଇଁ ୟୁନାଇଟେଡ୍ ନେସନ୍ ଏବଂ ଆନ୍ତର୍ଜାତୀୟ ଏନଜିଓର କାର୍ଯ୍ୟକୁ ସମର୍ଥନ କରିବ । ଏହାସହ ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଅନୁରୋଧ କରିଛନ୍ତି ଆମେରିକା ରାଷ୍ଟ୍ରଦୂତ । ଆମେରିକା ପୂର୍ବରୁ ନ୍ୟୁଜିଲାଣ୍ଡ, ଚୀନ୍, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇ ନାହିଁ ।

ସେପଟେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିଆ ଗୁତେରସ୍ ଗତକାଲି ଆଫଗାନିସ୍ତାନରେ ମାନବୀୟ ଅଭିଯାନକୁ ସମର୍ଥନ ଜଣାଇବା ପାଇଁ ୨ କୋଟି ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛନ୍ତି । ଯୁଦ୍ଧ ଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଆଫଗାନିସ୍ତାନର ଲୋକମାନଙ୍କୁ ଏକ ଜୀବନ ରେଖାର ଆବଶ୍ୟକତା ରହିଛି । ଦଶନ୍ଧି ଦଶନ୍ଧି ଧରି ଯୁଦ୍ଧ, ଯନ୍ତ୍ରଣା ଏବଂ ଅସୁରକ୍ଷିତତା ପରେ ଏବେ ସେମାନେ ପୁଣି ସବୁଠାରୁ ବିପଜ୍ଜନକ ସମୟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ତାଙ୍କୁ ଅନ୍ତର୍ଜାତୀୟ ସମୁଦାୟଙ୍କ ସହାୟତା ଆବଶ୍ୟକ ।

ପୂର୍ବରୁ ଚୀନ୍ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଡଲାର୍) ଆର୍ଥିକ ସହାୟତା ଘୋଷଣା କରିସାରିଛି । ଏହାସହ ନ୍ୟୁଜିଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ନାନାୟା ମହୋତା ଗତକାଲି କହିଛନ୍ତି, ତାଙ୍କ ଦେଶ ପକ୍ଷରୁ ଆଫଗାନିସ୍ତାନକୁ ୩ ମିଲିୟନ ଡଲାର ମାନବିକ ସହାୟତା ଘୋଷଣା କରାଯାଇଛି ।