• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ସମୁଦ୍ର କୂଳରେ ୭ ହଜାର ପକ୍ଷୀର ମୃତ ଦେହ

  • ପକ୍ଷୀ ମଡକକୁ ନେଇ ଚିନ୍ତାରେ ଋଷ୍

ମସ୍କୋ :  ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ । ଋଷ୍‌ କ୍ରିମିଆର ଆରାବତ୍ ସ୍ପିଟ୍‌ (Arabat Spit)ରେ ଏହି ପକ୍ଷୀ ଗୁଡିକ ମରି ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ ପକ୍ଷୀମାନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି । ଯାହା ଏବେ ଏକ ବଡ ଚିନ୍ତାରେ ପରିଣତ ହୋଇଗଲାଣି । ସମୁଦ୍ର କୂଳରେ ପଡିଥିବା ମୃତ ପକ୍ଷୀଙ୍କ ଫଟୋ ଓ ଭିଡିଓ ଏବେ ସେସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଭିଡିଓଟିରେ ଏକ ପକ୍ଷୀଟି ଗୋଲ୍‌ ଗୋଲ୍‌ ବୁଲୁଥିବାର ଦେଖିବାକୁ ମିଳିଛି ଯାହାର ନର୍ଭସ୍‌ ସିଷ୍ଟମ୍ (Nervous System) ଖରାପ୍‌ ହୋଇଯାଇଛି । ଯାହା ପରେ ପକ୍ଷୀର ମୃତ୍ୟୁ ହେଉଛି ।

ସୂଚନାଅନୁସାରେ, ସମୁଦ୍ର କୂଳରେ ପ୍ରାୟ ୭ ହଜାରରୁ ଆଧିକ କଳା ରଙ୍ଗର ବେକ ଥିବା ଗ୍ରୀବ୍ସ୍‌, ସମୁଦ୍ରୀ ପାରା ଓ ଗୁଲ୍‌ ପକ୍ଷୀଙ୍କ ମୃତ ଦେହ ପଡିରହିଛି । Crimean Federal Universityର ଗ୍ରେଗେରୀ ପ୍ରୋକୋପୋଭ କହିଛନ୍ତି, ସେଠାରେ ପଡିରହିଥିବା ମୃତ ପକ୍ଷୀଙ୍କ ସଂଖ୍ୟାକୁ ଆମେ ରେକର୍ଡ କରିବା ପରେ ଜଣାପଡିଥିଲା କି ସେଠାରେ ୭ ହଜାରରୁ ଆଧିକ ସଂଖ୍ୟକ ପକ୍ଷୀ ମରିକି ପଡିଛନ୍ତି । ବୌଜ୍ଞାନିକ ମାନଙ୍କ ଅନୁଯାୟୀ, ଏକ ନୂଆ ଭାଇରାଲ୍ ସଂକ୍ରମଣ କାରଣରୁ ପକ୍ଷୀଙ୍କ ମୃତ୍ୟୁ ହେଉଥିବାର ସନ୍ଦେହ କରାଯାଉଛି ।

 The Mysterious Death Of Thousands Of Birds In Russia (ମୃତ ପକ୍ଷୀର ଦୃଶ୍ୟ)

ଏହାସହ ସେ କହିଛନ୍ତି, ପକ୍ଷୀମାନେ କୌଣସି ବିଷାକ୍ତ ପଦାର୍ଥର ସଂସ୍ପର୍ଶ ଦ୍ୱାରା ମରି ନାହାଁନ୍ତି । ଏନେଇ ସେମାନେ ପକ୍ଷୀର ଗତିବିତି ଉପରେ ପରୀକ୍ଷା କରିଥିଲେ । ଯେଉଁଥିରୁ ଜଣାପଡିଛି ଯେ ରୋଗରେ ପଡି ସେମାନେ ମୃତ୍ୟୁ ହୋଇଛି । ଏହାସହ ସେ କହିଛନ୍ତି, କୌଣସି କାରଣରୁ ପକ୍ଷୀମାନଙ୍କର କେନ୍ଦ୍ରୀୟ ନର୍ଭସ୍‌ ସିଷ୍ଟମ୍‌ର କ୍ଷତି ପହଞ୍ଚୁଛି । ଏହା କୌଣସି ପ୍ରକାରର ଭାଇରସ୍‌ ହୋଇଥିବା ସନ୍ଦେହ କରାଯାଉଛି । ପକ୍ଷୀ ଡାକ୍ଟରଙ୍କ ପରୀକ୍ଷା ପରେ ହିଁ ମୃତ୍ୟୁର ଅସଲ କାରଣ ଜଣାପଡିବ ।

ସ୍ଥାନୀୟ ଅଞ୍ଚଳର ମାତ୍ରାଧିକ ପ୍ରଦୂଷଣ ତଥା କୌଣସି ବିଷାକ୍ତ ପଦାର୍ଥ କୁ ପକ୍ଷୀମାନଙ୍କ ମୃତ୍ୟୁ କାରଣ ବୋଲି ସ୍ଥାନୀୟ ଲୋକ ଦାୟୀ କରିଛନ୍ତି । ପୂର୍ବରୁ ଏହା ଅଞ୍ଚଳରେ ଉଚ୍ଚ ସ୍ତରର ମର୍କୁର ଥିବାର ସୂଚନା ଦିଆଯାଇଥିଲା । ଫେଡେରାଲ୍ ସେଣ୍ଟର ଫର ଆନିମଲ ହେଲ୍‌ଥ (Federal Centre for Animal Health) ପକ୍ଷରୁ ମୃତ ପକ୍ଷୀଙ୍କ ପରୀକ୍ଷା କରି ପକ୍ଷୀ ମଡକର ଅସଲ କାରଣ ଅନୁସନ୍ଧାନ କରାଯାଉଛି ।