• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ୍ : ଭାରତ ଆଡ଼କୁ ବନ୍ଧୁତାର ହାତ ବଢ଼ାଇଲା କି ତାଲିବାନ୍ ? ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି । ଆଉ ଆଜି ପ୍ରଥମ ଥର ପାଇଁ ତାଲିବାନର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଧୋକାବାଜ୍ ଦେଶ ବୋଲି କହିଛନ୍ତି ।

ଦୈନିକ ଭାସ୍କରଙ୍କ ରିପୋର୍ଟ ଅନୁସାରେ, ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମଲ୍ଲିକା ଅବଦୁଲ ସଲାମ ଜଇଫ (Mullah Abdul Salam Zaeef) କହିଛନ୍ତି ପାକିସ୍ତାନ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଆଗରେ ଆମେ ମୁଣ୍ଡ ନୁଆଁଇ ନାହୁଁ, ପାକିସ୍ତାନ ଆମର କ’ଣ କରିବ । ପାକିସ୍ତାନ ପ୍ରରୋଚନାରେ ଆମେ ଚାଲିବୁ ନାହିଁ । କୌଣସି ଦେଶ ବିରୋଧରେ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରିବାକୁ ଦିଆଯିବନି ବୋଲି ସେ କହିଛନ୍ତି ।

ଏହସହ ଆଫଗାନିସ୍ତାନ ସହ ଭାରତର କୁଟନୈତିକ ସମ୍ପର୍କ ଆରମ୍ଭ କରିବା ଉଚିତ ବୋଲି ମୁଲ୍ଲା ଜଇଫ କହିଛନ୍ତି । ପାକିସ୍ତାନର ପ୍ରକୃତ ଚେହେରା ସମସ୍ତେ ଜାଣନ୍ତି, ସବୁଠାରୁ ବଡ଼ ଧୋକାବାଜ୍ ଦେଶ, ତାକୁ ବିଶ୍ୱାସ କରିବା ଠିମ୍ ନୁହେଁ । ପାକିସ୍ତାନ ଅନ୍ୟ ଦେଶ ବିରୋଧରେ ଆଫଗାନ୍ ମାଟିରେ କୌଣସି ମତେ ଷଡ଼ଯନ୍ତ୍ର ରଚିପାରିବ ନାହିଁ । ଆମ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ଗ୍ରହଣ କରିବୁ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ମୁଲ୍ଲା ଜଇଫ କହିଛନ୍ତି, ଏଥର ତାଲିବାନ ଶାସନ ବଦଳିଛି । ମହିଳାମାନେ ବିଦ୍ୟାଳୟକୁ ଯାଉଛନ୍ତି । ସେମାନଙ୍କୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମହିଳାଙ୍କୁ ରାଜନୀତି, ବ୍ୟବସାୟରେ ସୁଯୋଗ ଦେବା ପାଇଁ ଚେଷ୍ଟା କରାଯାଉଛି । ଆମର ପ୍ରାଥମିକତା ହେଉଛି ଦେଶରେ ସ୍ଥିରତା ଆଣିବା । ତାଲିବାନ ସରକାର ଶୀଘ୍ର ଗଠନ କରିବାକୁ ପଡିଲା, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ଏହା ଏକ ଅସ୍ଥାୟୀ ସରକାର ।

ମହିଳାମାନେ ସରକାରରେ ଯୋଗଦେବେ କି?

ଦେଶର ସମସ୍ତ ସ୍ଥିତି ଉପରେ ନଜର ରହିଛି । ବର୍ତ୍ତମାନ ସେହି ଲୋକମାନଙ୍କୁ ସରକାରରେ ଯୋଡ଼ାଯାଇଛି, ଯେଉଁମାନେ ସ୍ୱାଧୀନତା ପାଇଁ ତାଲିବାନକୁ ସମର୍ଥନ କରିଥିଲେ । ସରକାରରେ ସାଧାରଣ ଲୋକ, ରାଜନୈତିକ ଚେହେରା ଏବଂ ସମହିଳାମାନଙ୍କୁ ସ୍ଥାନ ଦେବା ଉପରେ ମଧ୍ୟ ବିଚାର କରାଯିବ । ତେବେ ବିଶ୍ୱ ମାନ୍ୟତା ଦେଲେ ହିଁ ଏପରି କରାଯିବ ବୋଲି ସେ କହିଛନ୍ତି ।