• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୨୦ ବର୍ଷରେ ଝିଅମାନେ ବିବାହ କରିବାକୁ ବାଧ୍ୟତାମୂଳକ 

  • ମହିଳାମାନଙ୍କ ପାଇଁ ତାଲିବାନ ପୁଣି କଡ଼ାକଡ଼ି କଲା ନିୟମ

ନୂଆଦିଲ୍ଲୀ : ୨୦ ବର୍ଷ ହେଲେ ଝିଅମାନଙ୍କୁ ବିବାହ କରିବାକୁ ବାଧ୍ୟ । ଏଭଳି ନୂଆ ନିୟମ ଜାରି କରି ମହିଳାମାନଙ୍କ ଆତ୍ମସମ୍ମାନକୁ ପୁଣି ଥରେ ତଳେ ପକାଇଛି ତାଲିବାନ୍‌ । କେବଳ ଏତିକି ନୁହେଁ, ୧୮ ବର୍ଷର ଝିଅମାନଙ୍କୁ ବିବାହ ପରେ ହିଁ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ମିଳିବ । ବିବାହ ପରେ ଝିଅମାନେ ତାଙ୍କ ସ୍ୱାମୀଙ୍କ ସହିତ ହିଁ ବିଶ୍ୱବିଦ୍ୟାଳୟ ଯାଇପାରିବେ । ଏହାସହ ୩୫ ବର୍ଷରୁ କମ୍‌ ବୟସ୍କ ବିଧବାଙ୍କ ବିବାହ ତାଲିବାନୀ ଯୁବକଙ୍କ ସହ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ସବୁ ନିର୍ଦ୍ଦେଶନାମାରୁ ସ୍ପଷ୍ଟ ଜଣାପଡୁଛି ଯେ, ମହିଳାମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଛି ତାଲିବାନ୍‌ । ଆଫଗାନ୍‌ ଦଖଲ କରି କ୍ଷମତାକୁ ଆସିବା ପରେ ତାଲିବାନ ମହିଳାମାନଙ୍କୁ କାମକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲା । ବର୍ତ୍ତମାନ ତାଲିବାନମାନେ ସିରିଆ ଆଇନ୍‌ ଲାଗୁ କରିବା ଉଦ୍ଦେଶ୍ୟରେ ମହିଳାମାନଙ୍କୁ ନିଜ ଜାଲରେ ପକାଇବାକୁ ଷଡଯନ୍ତ୍ରର କରି ଚାଲିଛି । ସେଥିପାଇଁ ମହିଳାମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନିର୍ଦ୍ଦେଶାବଳୀ ଜାରି କରୁଛି । ଏଭଳି ଅଜବ ନିୟମ ଜାରି କରି ତାଲିବାନ୍‌ ପୁଣ ଥରେ ତାର ମୁର୍ଖାମୀର ପରିଚୟ ଦେଇଛି ।

ସିନିୟର କାଉଣ୍ଟର ଟେରର୍ ଏକ୍ସପୋର୍ଟ ଡ଼ ରିତୁରାଜ ମେଟଙ୍କ ଅନୁଯାୟୀ, ବାଳିକା ଓ ମହିଳାମାନଙ୍କ ଆତ୍ମସମ୍ମାନ, ସ୍ୱାଧୀନତା ଏବଂ ଅଧିକାର ନଷ୍ଟ ହେଉଛି । ଏଥି ସହିତ ମହିଳାମାନଙ୍କ ପାଇଁ ତାଲିବାନ ନିର୍ଦ୍ଦେଶନାମା ଦେଇ ନିଜ ଷଡଯନ୍ତ୍ରକୁ ସଫଳ କରିବାକୁ ଚାହୁଁଛି ।  ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ସୁରକ୍ଷା ବିଷୟରେ ଯେଉଁ ପ୍ରତିଶ୍ରୃତି ଦେଇଥିଲା ତାହା ମିଥ୍ୟା । ତାଲିବାନ୍‌ର ଶବ୍ଦ ଏବଂ କାର୍ଯ୍ୟ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି ।