• translate
Minati Mishra

News Highlights

  • ପୁଣି ସାମ୍ନାକୁ ଆସିଲା ତାଲିବାନ କ୍ରୁରତା

  • ବାପା ଉପରେ ରାଗ ଶୁଝାଇବାକୁ ଯାଇ ଶିଶୁ ସନ୍ତାନକୁ ହତ୍ୟା କଲା

  • ଶିଶୁସନ୍ତାନର ମୁଣ୍ଡ କାଟି  ହତ୍ୟା କଲେ ତାଲିବାନ

କାବୁଲ୍‌:ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା । ଏପରିକି ସେମାନଙ୍କ ପରିବାରରେ ଶିଶୁମାନେ ମଧ୍ୟ ତାଲିବାନଙ୍କ ପୈଶାଚିକତାରୁ ବାଦ ପଡ଼ୁନାହାନ୍ତି। ନିକଟରେ ତାଲିବାନମାନେ ଜଣେ ଶିଶୁକୁ ଏହିପରି ଭାବେ ଅତି ନିଷ୍ଠୁରତାର ସହ ହତ୍ୟା କରିଛନ୍ତି। ଆଫଗାନିସ୍ତାନର ତଖର ପ୍ରାନ୍ତର ଏହି  ଶିଶୁଟିର ଅପରାଧ ଏତିକି ଯେ, ତାଙ୍କର ବାପା Afghan resistance forcesର ଜଣେ ସଦସ୍ୟ ବୋଲି ତାଲିବାନ ସନ୍ଦେହ କରୁଛି । କୁହାଯାଉଛି, ତାଲିବାନମାନେ ପିଲାଟିର ମୁଣ୍ଡ କାଟି ତାକୁ ହତ୍ୟା କରିଛନ୍ତି।

ପଞ୍ଜଶୀର ତଥା ଦେଶର ସ୍ଥିତି ବିଷୟରେ ନିଉଜ କଭର କରୁଥିବା ଏକ ସ୍ୱତନ୍ତ୍ର ମିଡିଆ ଆଉଟଲେଟ ‘ପଞ୍ଜଶୀର ଅବଜରଭର’ ପକ୍ଷରୁ ଏକ ଟୁଇଟରେ ଏପରି ସୂଚନା ଦିଆଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି, ତଖର ପ୍ରାନ୍ତରେ ତାଲିବାନ ସେନାମାନେ  Afghan resistance forces ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କ  ଶିଶୁସନ୍ତାନକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। 

 ଅଗଷ୍ଟ ୧୫ ତାରିଖ ଆଫଗାନିସ୍ତାନ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସର୍ବକ୍ଷମାର ଘୋଷଣା କରିଥିଲା ତାଲିବାନ । କାବୁଲ୍‌କୁ ନିଜ କବ୍‌ଜାକୁ ନେବା ପରେ ଯୁଦ୍ଧ ଶେଷ ହେବ ଏବଂ କୌଣସି ପ୍ରକାର ପ୍ରତିଶୋଧ ନିଆଯିବ ନାହିଁ ବୋଲି କହିଥିଲା। ହେଲେ ତାଲିବାନଙ୍କର ଏହି ମହାନତା ଦୁଇ ଦିନିଆ ଥିଲା । ଦିନକୁ ଦିନ ତାଲିବାନ ସରକାରର କ୍ରୁରତା ସାମ୍ନାକୁ ଆସିବାରେ ଲାଗିଛି। 

ଏହା ପୂର୍ବରୁ ତାଲିବାନ ପଶ୍ଚିମ ଆଫଗାନିସ୍ତାନର ହୈରାତ ପ୍ରାନ୍ତରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଶବକୁ କ୍ରେନ ସହାୟତାରେ ଟାଙ୍ଗି ଦେଇଥିଲେ। ଘଣ୍ଟା ଘଣ୍ଟା ଧରି ଶବ ସେହିପରି ପଡି ରହିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଚାରିଜଣଙ୍କ ବିରୋଧରେ ଅପହରଣ ଅଭିଯୋଗ ଥିଲା। 

ଏପରି ନିଷ୍ଠୁର ଦଣ୍ଡ ଦେବା ଅଭିଯାନ ତାଲିବାନମାନେ ଆଗକୁ ବି ଜାରି ରଖିବେ। ଏପରି କରିବା ପଛରେ ତାଲିବାନମାନେ ଯୁକ୍ତି ରଖିଛନ୍ତି ଯେ, ଜଣେ ଲୋକ ଭୁଲ କରିବା ପୂର୍ବରୁ ହଜାରେ ଥର ଭାବିବା ଉଚିତ୍‌। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନରେ ୯୦ ଦଶକ ପୁଣି ଥରେ ଫେରି ଆସିଛି। 

ସୂଚନାଥାଉ କି, ତାଲିବାନମାନେ ଅଗଷ୍ଟ ୧୫ ତାରିଖ କାବୁଲ ଉପରେ କବ୍‌ଜା କରିବା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଜିତିଥିବା ଘୋଷଣା କରିଥିଲେ। ତାଲିବାନମାନେ ଏକ ମଧ୍ୟବର୍ତ୍ତୀକାଳୀନ ଅନ୍ତିମ ସରକାର ଗଠନ କରିଥିଲେ। ତେବେ ଏକମାତ୍ର ସ୍ୱାଧୀନ ପ୍ରାନ୍ତ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ତାଲିବାନ ଯୁଦ୍ଧ ଜାରି ରଖିଛି। ଇତିମଧ୍ୟରେ ତାଲିବାନ ପଞ୍ଜଶୀରକୁ ନିଜ କବ୍‌ଜାକୁ ନେଇଥିବା ଘୋଷଣା କରିଥିଲେ ହେଁ ନାଶନାଲ ରେଜିଷ୍ଟାଣ୍ଟ ଫୋର୍ସ ତାଲିବାନର ଏପରି ଦାବିକୁ ଖଣ୍ଡନ କରିଛି।


 

Other Stories

  • biden got a booster dose
    International କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

    ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

  • emmanuel macron hit with egg
    International ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସର୍ବସମ୍ମୁଖରେ ଅଣ୍ଡାମାଡ଼

    ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଲାୟନ ସହରରେ ଅନୁଷ୍ଠିତ ରେଷ୍ଟୁରାଣ୍ଟ ଓ ହୋଟେଲ ଟ୍ରେଡ ଫେୟାରକୁ ବୁଲିବାକୁ ଯାଇଥିଲେ। ସେଠାରେ ଲୋକଙ୍କ ସମାଗମ ବିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅଣ୍ଡାମାଡ଼ କରିଥିଲେ। ବ୍ୟକ୍ତି...

  • same gender marriage
    International ସ୍ୱିଜରଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ମିଳିଲା ଅନୁମତି

    ସମଲିଙ୍ଗୀ ବିବାହକୁ ମିଳିଲା ପ୍ରଶାସନ ପକ୍ଷରୁ ମଞ୍ଜୁରୀ। ସମଲିଙ୍ଗୀ ବିବାହ ଉପରେ ଲୋକଙ୍କ ମତ ଜାଣିବା ପାଇଁ ରବିବାର ସ୍ୱିଜରଲ୍ୟାଣ୍ଡରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦେଶର ଅଧାରୁ ଅଧିକ ଜନସଂଖ୍ୟାଙ୍କର ଏହି ପ୍ରସଙ୍ଗରେ କୌଣସି ଅସୁବିଧା...

  • Japanese princess left millions of dollars to marry her college boyfriend
    International ପ୍ରେମ ପାଇଁ ସମ୍ପତ୍ତିକୁ ତୁଚ୍ଛ କଲେ ରାଜକୁମାରୀ

    ପ୍ରେମ ପାଇଁ ତୁଚ୍ଛ କଲେ ରାଜ ସମ୍ପତ୍ତି। ନିଜ କଲେଜ ବେଳର ବନ୍ଧୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ଜାପାନର ରାଜକୁମାରୀ ମାକୋ। ଜଣେ ସାଧାରଣ ଯୁବକଙ୍କୁ ବିବାହ କରିବା ନିଷ୍ପତ୍ତି ନେଇ ସେ ଭାଙ୍ଗିଛନ୍ତି ପ୍ରଚଳିତ...