• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାବୁଲରେ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ଖବର ମିଛ ।

  • ଏନେଇ ଭାରତ ସରକାରଙ୍କ ସହ ଯୋଗାସୂତ୍ର ରଖୁଥିବା ସଂସ୍ଥା ସୂଚନା ଦେଇଛି ।

  • ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି ।

ଆଫଗାନିସ୍ତାନର ରାଜଧାନୀ କାବୁଲରେ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ଖବର ମିଛ । ଏନେଇ ଭାରତ ସରକାରଙ୍କ ସହ ଯୋଗାସୂତ୍ର ରଖୁଥିବା ସଂସ୍ଥା ସୂଚନା ଦେଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି । ସେ ଆହୁରି କହିଛନ୍ତି ଯେ, ଭାରତୀୟ ସୁରକ୍ଷା ଓ ତାଙ୍କୁ ସହଯୋଗ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆମେ ଧନ୍ୟବାଦ ଦେଉଛି ।

ଅନ୍ୟପଟେ ତାଲିବାନ ମଧ୍ୟ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସମ୍ମୁଖରେ ଏହି ଆରୋପକୁ ଖଣ୍ଡ କରିଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ, ସେମାନେ କାବୁଲ ବିମାନବନ୍ଦର ନିକଟରୁ କୌଣସ ବି ଭାରତୀୟଙ୍କୁ ଅପହରଣ କରିନାହାନ୍ତି । ବରଂ ସେମାନଙ୍କୁ ଅନ୍ୟ ଏକ ସୁରକ୍ଷିତ ରାସ୍ତାରେ ନେଇ ଏୟାରପୋର୍ଟରେ ପହଞ୍ଚାଇ ଦେଇଛୁ ।

ସୂଚନାଯୋଗ୍ୟ ଯେ, ଏୟାରପୋର୍ଟର ସୁରକ୍ଷା ଦାୟିତ୍ୱ ନେଇ ତାଲିବାନର କୌଣସି ଅଭିଜ୍ଞତା ନାହିଁ । ଏହି କାମ ତାଙ୍କ ପାଇଁ ନୂଆ । ସେମାନେ ଚାହାନ୍ତି କୌଣସି ଆଫଗାନ ନାଗରିକ ଯେଭଳି ଦେଶ ଛାଡ଼ି ନଯାଉ । ତେଣୁ ପାସପୋର୍ଟ ଚେକିଂ ପାଇଁ କିଛି ଭାରତୀୟଙ୍କୁ ସେମାନେ ଅଟକାଇ ରଖିଥିଲେ ।

ଏହାପୂର୍ବରୁ ଆଫଗାନିସ୍ତାନର ଗଣମାଧ୍ୟମ କହିଥିଲା ଯେ, କାବୁଲ ଆନ୍ତର୍ଜାତୀୟ ଏୟାରପୋର୍ଟ ଆଡ଼କୁ ଯାଉଥିବା ତାଲିବାନ ଟ୍ରୁପ୍‌ ୧୫୦ ଜଣଙ୍କୁ ଅପହରଣ କରିନେଇଛି । ସେଥିରେ ଅଧିକାଂଶ ଭାରତୀୟ ଅଛନ୍ତି । ଏହାସହ ସେମାନଙ୍କ ମଧ୍ୟରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖ ମଧ୍ୟ ରହିଥିଲେ ।

ତେବେ ସେହି ଲୋକଙ୍କ ମଧ୍ୟରେ ସାମିଲ ଜଣେ ଲୋକ ନିଜ ସ୍ତ୍ରୀ ସହ ଏୟାରପୋର୍ଟରେ ବିମାନ ଅପେକ୍ଷାରେ ଥିଲେ । ହେଲେ ସୌଭାଗ୍ୟବଶତଃ ସେ ତାଲିବାନଙ୍କ ଚକ୍ରବ୍ୟୁହରୁ ବାହାରିବାରେ ସଫଳ ହୋଇଥିଲେ ବୋଲି ସୂଚନା ମିଳିଥିଲା । ରାତି ଗୋଟାଏରେ ଲୋକମାନେ ଏକ ଗାଡିରେ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସମନ୍ୱୟ ଅଭାବରୁ ବିମାନବନ୍ଦରରେ ପ୍ରବେଶ କରିପାରି ନଥିଲେ ।

ସମସ୍ତେ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଚାହିଁ ବସିଥିବା ବେଳେ ବିନା ଅସ୍ତ୍ରଶସ୍ତ୍ରରେ କିଛି ତାଲିବାନୀ ପହଞ୍ଚିଥିଲେ । ଆଉ ସେଠାରେ ଅପେକ୍ଷାରତ ଲୋକଙ୍କୁ ମାଡ ମାରିବା ସହ ସେମାନଙ୍କୁ କାବୁଲରୁ ତାରଖିଲକୁ ନେଇ ଯାଇଥିଲେ ବୋଲି କୁହାଯାଉଥିଲା । ତାଲିବାନ କବଳରୁ ଫେରାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ କାରରୁ ଡେଇଁ ପଳାଇବାରେ ସଫଳ ହୋଇଥିଲେ ।