• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜଧାନୀ କାବୁଲରେ ପଶିଲେ ତାଲିବାନ୍

     

  • କାବୁଲ ଦଖଲ ପାଇଁ ରକ୍ତପାତ କରିବୁ ନାହିଁ ବୋଲି ତାଲିବାନର ସୂଚନା

କାବୁଲ : କାବୁଲରେ ପଶିଲା ତାଲିବାନ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ତାଲିବାନ । ଆଫଗାନିସ୍ତାନର ସମସ୍ତ ପ୍ରମୁଖ ସହରକୁ କବଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ । ଆଉ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି କୁହାଯାଉଛି । ଏହାପୂର୍ବରୁ ଉଗ୍ରବାଦୀମାନେ କାବୁଲର ପଶ୍ଚିମଠାରୁ କିଛି ମାଇଲ ଦୂରରେ ଏକ ପ୍ରାଦେଶିକ ରାଜଧାନୀ ଦଖଲ କରି ନେଇଛନ୍ତି ।

ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ତାଲିବାନ୍ ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି । ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଖୁବ ଶୀଘ୍ର କାବୁଲକୁ ମଧ୍ୟ ଦଖଲ କରିନେବ ତାଲିବାନ । ଦେଶର ସବୁ ବଡ଼ ବଡ଼ ସହରକୁ ଅକ୍ତିଆର କରିବା ପରେ କେବଳ କାବୁଲ ହିଁ ବାକି ଥିଲା । ଆଜି ସକାଳୁ ଜଲାଲାବାଦକୁ ମଧ୍ୟ ଦଖଲ କରି ନେଇଥିଲା ତାଲିବାନ । ତା ପୂର୍ବରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ ।

ତାଲିବାନ୍ ରାଜଧାନୀରେ ପହଞ୍ଚି ସାରିଥିଲେ ସୁଦ୍ଧା କାବୁଲରେ କୌଣସି ହିଂସା କିମ୍ବା ରକ୍ତପାତ ଘଟିନାହିଁ । ତାଲିବାନ ଆତଙ୍କବାଦୀମାନେ ଅତି ସହଜରେ ସହରକୁ ପ୍ରବେଶ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲରେ ହିଂସା ନଘଟାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହା ସହିତ ଲୋକଙ୍କୁ ମଧ୍ୟ ସେଠାରୁ ଯିବାକୁ ଅନୁମତି ଦିଆଯାଉଛି । ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି ।

ୟୁରୋପୀୟ ସଂଘର ଅନେକ କର୍ମଚାରୀଙ୍କୁ କାବୁଲର ଏକ ଅଜ୍ଞାତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନ୍ୟୁଜ୍ ଏଜେନ୍ସି ଅନୁସାରେ ସେଠାରେ ୫୦ରୁ ଅଧିକ ଦୂତାବାସ ଅଧିକାରୀ ସେଠାରେ ରହିବେ । ଏହା ବ୍ୟତୀତ ବର୍ତ୍ତମାନ ଏକ କୋର୍ ଟିମ୍ କାବୁଲ ବିମାନବନ୍ଦରରରେ କାର୍ଯ୍ୟ କରୁଛନ୍ତି କରୁଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।