• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ତାଲିବାନର ନୂତନ ନିୟମ

  • କୋର୍ଟଙ୍କ ନିର୍ଦ୍ଦେଶ ବିନା ସର୍ବସାଧାରଣରେ ହ ଟାଙ୍ଗ ହେବନାହିଁ ଲୋକଙ୍କ ମୃତ ଦେ

କାବୁଲ: ତାଲିବାନ୍‌ର ନୂଆ ନିର୍ଦ୍ଦେଶାଦେଶ । ଏଣିକି ସର୍ବସାଧାରଣରେ ଲୋକଙ୍କ ହତ୍ୟା କରି ରାସ୍ତା ମଝିରେ ଟଙ୍ଗା ହେବନାହିଁ । ତାଲିବାନ୍‌ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏହି ନିର୍ଦ୍ଦେଶାଦେଶ ଦେଇଛି । ଯେଉଁଥିରେ କୁହାଯାଇଛି, ଆଫଗାନିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଫାଶିର ନିର୍ଦ୍ଦେଶାଦେଶକୁ ସାର୍ବଜୀନ ରୂପରେ ଜାରି ନହେବା ପର୍ଯ୍ୟନ୍ତ ଲୋକମାନେ ଖୁଲମ୍‌ଖୁଲା ଦଣ୍ଡରୁ ବଞ୍ଚିତ ହେବେ ।

ଗତ କିଛି ଦିନ ହେବ ତାଲିବାନର ବର୍ବରତା କାଣ୍ଡର ଭିଡିଓ ଗୁଡିକୁ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ତାଲିବାନ୍‌ ଆଫଗାନିସ୍ତାନରେ ଲୋକଙ୍କ ହତ୍ୟା କରି ତାଙ୍କ ମର ଶରୀରକୁ ରାସ୍ତା ମଝିରେ ଝୁଲାଇବା ସହ ଲୋକମାନଙ୍କୁ ଖୁଲମଖୁଲା ଚାବୁକ ମାରିବା ଘଟଣା ଦେଖିବାକୁ ମିଳିଥିଲା । ପୂର୍ବରୁ ତାଲିବାନ୍‌ ସରକାର ଅନେକ ଥର କହିସାରିଛି ଯେ, ତାଲିବାନ୍‌ ୨୦ ବର୍ଷ ପୁରୁଣା ଶାସନ ପରି କିଛି କରିବ ନାହିଁ । ହେଲେ ଭିଡିଓ ଭାଇରାଲ୍ ହେବା ପରେ ତାଲିବାନ୍‌ର ଅସଲ ରୂପ ସର୍ବସମ୍ମୁଖକୁ ଆସିଥିଲା ।

ବର୍ତ୍ତମାନ ତାଲିବାନ୍‌ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏକ ନୂଆ ନିର୍ଦ୍ଦେଶାଦେଶ ଦେଇଛି । ଯେଉଁଥିରେ କୁହାଯାଇଛି, ଆଫଗାନିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଫାଶିର ନିର୍ଦ୍ଦେଶାଦେଶକୁ ସାର୍ବଜୀନ ରୂପରେ ଜାରି ନହେବା ପର୍ଯ୍ୟନ୍ତ ଲୋକମାନେ ଖୁଲମ୍‌ଖୁଲା ଦଣ୍ଡରୁ ବଞ୍ଚିତ ହେବେ । ଏନେଇ ତାଲିବାନ୍‌ର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଦୋଷୀଙ୍କୁ ସାର୍ବଜନୀନ କରାଯିବା ଆବଶ୍ୟକ ନହେବା ପର୍ଯ୍ୟନ୍ତ ତଥା କୋର୍ଟଙ୍କ ନିର୍ଦ୍ଦେଶ ନ ଦିଆଯିବା ପର୍ଯ୍ୟନ୍ତ ସର୍ବସାଧାରଣରେ କୌଣସି ଦଣ୍ଡ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ପରିଷଦ ନିଷ୍ପତ୍ତି ନେଇଛନ୍ତି । ଡନ୍ ଖବରକାଗଜ ଅନୁଯାୟୀ ଜାବୁଲ୍ଲା ମୁଜାହିଦ୍ କହିଛନ୍ତି, ଯଦି ଅପରାଧୀଙ୍କୁ ଦଣ୍ଡ ଦିଆଯାଏ, ତେବେ ଏହି ଦଣ୍ଡର ବ୍ୟାଖ୍ୟା କରାଯିବା ଉଚିତ ଯାହା ଦ୍ୱାରା ଲୋକମାନେ ଅପରାଧ ବିଷୟରେ ଜାଣିପାରିବେ।

ସୂଚନା ଅନୁସାରେ, ଗତ ମାସରେ ଆଫଗାନିସ୍ତାନରେ ଚାବୁକ୍‌ ମାଡ ଓ ଖୁଲ୍‌ଖୁଲା ଭାବରେ ଫାଶି ଦଣ୍ଡ ଘଟଣା ପାଇଁ ଆମେରିକା ତାଲିବାନକୁ ଦୃଢ ନିନ୍ଦା କରିଥିଲା। ଯେଉଁଥିରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନବାସୀ ତଥା ଆଫଗାନ୍‌ର ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କ ସପକ୍ଷରେ ଆମେରିକା ରହିଛି । ଏହାସହ ତାଲିବାନ୍‌ର ଏଭଳି ବର୍ବରତା କାଣ୍ଡକୁ ବନ୍ଦ କରିବା ଦାବି କରିଛି ଆମେରିକା ।