• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକାର ଇଣ୍ଡିଆନାରେ ଥିବା ପର୍ଜ୍ୟୁ ୟୁନିଭରସିଟି ଲ୍ୟାବରେ ପ୍ରସ୍ତୁତ ହୋଇଛି ଏକ ନିଆରା ଧଳା ରଙ୍ଗ । ଏହା ଏମିତି ଏକ ଧଳା ରଙ୍ଗ ଯାହାର ଅନେକ ଗୁଣବତ୍ତା ରହିଛି । ଦୀର୍ଘ ଦିନ ଧରି ବୈଜ୍ଞାନିକମାନେ ଏମିତି ଏକ ଧଳା ରଙ୍ଗ ପ୍ରସ୍ତୁତ କରିବେ ବୋଲି ଚେଷ୍ଟା ଚଳେଇଥିଲେ । ଯାହାକି ଏବେ ସଫଳ ହୋଇଥିବା କୁହାଯାଉଛି । 

ତେବେ ଏହି ଧଳା ରଙ୍ଗର ବିଶେଷତ୍ୱ ହେଲା ଏହି ରଙ୍ଗ ଲଗାଇବା ପରେ ନା ଏସି ଦରକାର ନା କୁଲର । ଘରର ତାପମାତ୍ରା ନିୟନ୍ତ୍ରିତ ହୋଇ ରହିବ । ଏହାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଏହା ଦାବି କରିଛନ୍ତି । ଏୟାର କଣ୍ତିସନର ଆବଶ୍ୟକତାକୁ ଏହି ଧଳା ରଙ୍ଗ ସମ୍ପୂର୍ଣ୍ଣ ଦୂର କରିବ । ଏହି ରଙ୍ଗ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଯେ ବୈଜ୍ଞାନିକମାନେ ଏମିତି ଏକ ଧଳା ରଙ୍ଗ କାହିଁକି ପ୍ରସ୍ତୁତ କଲେ ? ତେବେ ବାସ୍ତବରେ ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ତାପମାତ୍ରାକୁ ହ୍ରାସ କରିବା ।

ଉକ୍ତ ବିଶ୍ୱବିଦ୍ୟାଳୟର ମେକାନିକାଲ୍ ଇଞ୍ଜିନିୟରିଂର ପ୍ରଫେସର ସିଆଲିନ୍ ରୁଆନ୍ କହିଛନ୍ତି ଯେ, ‘ଆମେ ଏଭଳି ରଙ୍ଗ ପାଇଁ ଗତ ସାତ ବର୍ଷ ଧରି ଗବେଷଣା କରିଆସୁଥିଲୁ । ବିଦ୍ୟୁତ୍ ସଞ୍ଚୟ କରିବା ଏବଂ ଗ୍ଲୋବାଲ୍ ୱାର୍ମିଂ ହ୍ରାସ କରିବା ଆମର ମୁଖ୍ୟ ପ୍ରୟାସ ଥିଲା । ତା’ପରେ ଆମେ ଏପରି ଏକ ରଙ୍ଗ ତିଆରି କରିବାର ବିକଳ୍ପ ପାଇଲୁ ଯାହାକୁ କାନ୍ଥରେ ଲଗାଇଲେ ତାହା ସୂର୍ଯ୍ୟରଶ୍ମୀକୁ ଗ୍ରହଣ କରିବ ନାହିଁ ।’

ପ୍ରଫେସରଙ୍କ କହିବାନୁଯାୟୀ ଏହି ରଙ୍ଗ ଅତ୍ୟଧିକ ଧଳା । ଏହା ୯୮.୧ ପ୍ରତିଶତ ସୂର୍ଯ୍ୟକିରଣ ଏବଂ ଇନ୍‌ଫ୍ରାରେଡ୍ ଉତ୍ତାପ ନିର୍ଗତ କରିଥାଏ । କାରଣ ଏହି ରଙ୍ଗ ସୂର୍ଯ୍ୟଙ୍କଠାରୁ ଖୁବ୍ କମ୍ ଉତ୍ତାପକୁ ଗ୍ରହଣ ଏବଂ ନିର୍ଗତ ମଧ୍ୟ କରିଥାଏ । ଏହି ରଙ୍ଗର ଆବରଣ ହେତୁ ଏହା ଭିତର ପରିବେଶକୁ ଥଣ୍ଡା ରଖିବ ଏବଂ କୋଣସି ବୈଦୁତିକ ଶକ୍ତି ବ୍ୟବହାର ନକରି ତାପମାତ୍ରା ସ୍ୱାଭାବିକ ରହିବ ।

ପ୍ରଫେସର ରୁଆନ୍ କରିଛନ୍ତି ଯେ, ଯଦି ଏହି ରଙ୍ଗରେ ଏକ ହଜାର ବର୍ଗଫୁଟର ଛାତ ଆଚ୍ଛାଦିତ ହୁଏ, ତେବେ ୧୦ କିଲୋୱାଟ କୁଲିଂ ଶକ୍ତି ଉପଲବ୍ଧ ହେବ । ସେହି ଅନୁଯାୟୀ, ଘରେ ଲଗାଯାଉଥିବା ଏୟାର କଣ୍ଡିସନର ଅପେକ୍ଷା ଏହା ଅଧିକ ଶକ୍ତିଶାଳୀ ଭାବେ କାମ କରିବ । ସାଧାରଣ ଧଳା ରଙ୍ଗ ଥଣ୍ଡା ହେବା ପରିବର୍ତ୍ତେ ଗରମ ହୋଇଥାଏ । ବଜାରରେ ଏହି ଅଲ୍ଟ୍ରା ଧଳା ରଙ୍ଗ ଲଞ୍ଚ କରିବାକୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ଏକ ବିଭିନ୍ନ କମ୍ପାନୀ ସହ କଥାବାର୍ତ୍ତା ହୋଇଛନ୍ତି ।