• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଲୋକେ ବେଶ ଆଶ୍ଚର୍ଯ୍ୟଚକିତ ହୋଇପଡନ୍ତି । ଏହିପରି ଏକ ଘଟଣା କେନିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ୪୫ ବର୍ଷର ଯୁବକ ମାନସିକ ଭାରସାମ୍ୟ ହରାଇ ଛୁରୀରେ ନିଜର ପ୍ରାଇଭେଟ୍ ପାର୍ଟ(ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି।

ଶୁଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ନିଜର ବିବାହ ସମସ୍ୟାକୁ ନେଇ ଏଭଳି ଅଘଟଣ ଘଟାଇଛନ୍ତି । ଘଟଣାର ପ୍ରାୟ ୧୬ ଘଣ୍ଟା ପରେ ପରିବାର ଲୋକ ଏହି ବିଷୟରେ ଜାଣିବାକୁ ପାଇଥିଲେ । ଏହା ପରେ ପୀଡିତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁ କ୍ଷେତ୍ରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ପ୍ରାଇଭେଟ୍ ପାର୍ଟକୁ କାଟିବାକୁ ଚେଷ୍ଟା କରେ, ତେବେ ଏହାକୁ ଫାଲ୍ସିସାଇଡ କୁହାଯାଇଥାଏ ।

ଡାକ୍ତରଙ୍କ କହିବାନୁଯାୟୀ ପରିବାରବର୍ଗ ପୀଡିତଙ୍କୁ ଘଟଣାର ଠିକ୍ ୧୬ ଘଣ୍ଟା ପରେ ମେଡିକାଲକୁ ଆଣିଥିଲେ । ପରିବାର ଲୋକ ପୀଡିତଙ୍କ ସହିତ ତାଙ୍କର କଟିଯାଇଥିବା ପ୍ରାଇଭେଟ୍ ପାର୍ଟକୁ ମଧ୍ୟ ଆଣିଥିଲେ । ଡାକ୍ତର କହିଛନ୍ତି ଯେ ବ୍ୟକ୍ତି ଜଣକ ନିଜ ଜୀବନସାଥୀ ସହ ଶାରିରୀକ ସମ୍ପର୍କ ସମସ୍ୟାକୁ ନେଇ ବେଶ ଚିନ୍ତିତ ଥିଲେ । ଏହି ସମସ୍ୟାକୁ ନେଇ ତାଙ୍କର ମାନସିକ ସ୍ଥିତି ବିଗିଡିବାରେ ଲାଗିଥିଲା । ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବା ହେତୁ ସେ ତାଙ୍କର ପ୍ରାଇଭେଟ ପାର୍ଟକୁ କାଟି ଦେଇଥିବାର ସୂଚନା ଦେଇଛନ୍ତି ଡାକ୍ତର ।  ଏପରି କାର୍ଯ୍ୟ କରୁଥିବା ରୋଗୀମାନେ ସାଧାରଣତଃ ମାନସିକ ବିକୃତି, ମତିଭ୍ରମ କିମ୍ବା ନିଶାଡି ହୋଇଥାନ୍ତି ।

ଏହି ପୁରା ଘଟଣା କେନିଆର ଏକ ମେଡିକାଲ ପତ୍ରିକାରେ ପ୍ରକାଶିତ ହୋଇଛି । ତେବେ ଏଥିରେ ପୀଡିତାଙ୍କ ନାମ କିମ୍ବା ଠିକଣା ଆଦି ସୂଚନା ଦିଆଯାଇ ନାହିଁ । ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରଥମେ ଡାକ୍ତରମାନେ ତାଙ୍କ ପ୍ରାଇଭେଟ୍ ପାର୍ଟର ବିଚ୍ଛିନ୍ନ ଅଂଶ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୀର୍ଘ ବିଳମ୍ବ ହେତୁ ଡାକ୍ତରମାନେ ତାଙ୍କ ପ୍ରାଇଭେଟ ପାର୍ଟକୁ ଯୋଡି ପାରିନଥିଲେ ଏବଂ ତାଙ୍କୁ ଏହି ନିଷ୍ପତ୍ତିକୁ ବଦଳାଇବାକୁ ପଡିଥିଲା । ଫଳରେ ତାଙ୍କର ଅପରେସନ୍ ହୋଇପାରି ନଥିଲା ।