• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମଝି ଆକାଶରେ ବିମାନ ଦୁର୍ଘଟଣା

  • ଦୁର୍ଘଟଣାରେ ୧୫ ମୃତ

ମସ୍କୋ: ମଝି ଆକାଶରେ ବିମାନ ଦୁର୍ଘଟଣା । ସ୍କାଏଡାଇଭରଙ୍କୁ ନେଇକି ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।  ଋଷ୍‌ରେ ଏଲ୍‌ ୪୧୦ ନାମକ ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ତାର ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।  ମସ୍କୋରୁ ଉଡାଣ ଭରିଥିବାର ପ୍ରାୟ ୯୬୦ କିଲୋମିଟର ଦୂରରେ ଥିବା ମେଞ୍ଜଲିସ୍କ ସହରରେ ଏହି ବିମାନଟି ଦୁର୍ଘଟଣାଗସ୍ତ ହେଇଥିଲା । ଦୁର୍ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।  

ଏନେଇ ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୭ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବାବେଳେ ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଦୁଇଜଣ ବିମାନ ଚାଳକଙ୍କ ସମେତ ୨୦ ଜଣ ପାରାଚ୍ୟୁଟିଷ୍ଟଙ୍କୁ ବିମାନଟି ଉଡ଼ାଣ ପରେ ହିଁ ଖୁବ୍ ଶୀଘ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ଟର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । L-410 ହେଉଛି ଏକ ଡବଲ୍ ଇଞ୍ଜିନ୍ଥିବା ହାଲୁକା ବିମାନ, ଯାହା ପ୍ରାୟ ୧୯ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାର କ୍ଷମତା ରଖିଥାଏ । ଏହି ବିମାନଟି ଗତ ୧୯୮୭ ମସିହାରୁ କାର୍ଯ୍ୟ କରିଆସୁଥିବା ଜଣାପଡିଛି ।

ସୂଚନାନୁସାରେ, ଚଳିତ ବର୍ଷ ଆରମ୍ଭରେ ଋଷରେ ଦୁଇଟି L-410 ବିମାନରେ ସାଂଘାତିକ ଦୁର୍ଘଟଣା ଘଟିଥିଲା ​​ଯେଉଁଥିରେ ମୋଟ୍‌ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସବୁ ଘଟଣା ପରେ ଋଷ୍‌ ବିମାନ ଦୁର୍ଘଟଣାରେ ପ୍ରଥମ ଥିଲା । ହେଲେ ସୋବିଏତ ସମୟରୁ ଚାଲୁଥିବା ବିମାନଗୁଡିକୁ ଚଳିତ ବର୍ଷ ପରିବର୍ତ୍ତନ କରାଯାଇ ସେଥିରେ ଉନ୍ନତି ଅଣାଯାଇଛି ।

https://www.abplive.com/news/world/russian-plane-crashes-fifteen-people-killed-in-incident-1980544