• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାକାଶରେ ନିର୍ମାଣ ହେଲା ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଇତିହାରେ ପ୍ରଥମ ଥର ପାଇଁ ମହାକାଶରେ ଶୁଭିଛି ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିଛନ୍ତି ଅଭିନେତା ଓ ଅଭିନେତ୍ରୀ । ସ୍ପେସ୍‌ରେ ପ୍ରଥମ ଫିଲ୍ମ ସୁଟିଂ ହେବା ପରେ ପୃଥିବୀକୁ ଫେରିଛନ୍ତି ରୁଷୀୟ ଟିମ୍‌ । ଫିଲ୍ମ ସୁଟିଂ ପାଇଁ ୧୨ ଦିନ ମହାକାଶରେ ବିତାଇଥିଲା ପୂରା ଟିମ୍‌ ।

କାଜାଖାସ୍ତାନ ବାଇକୋନରରୁ ସୋୟୁଜ MS-19 ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ ସମସ୍ତ କ୍ର୍ୟୁ ମେମ୍ବର । ଅଭିନେତ୍ରୀ ୟୁଲିଆ ପେରେସିଡ୍ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିପେନକୋ ଅକ୍ଟୋବର ୫ ରେ ଫିଲ୍ମ ସୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଅନ୍ତରୀକ୍ଷ ଯାତ୍ରୀଙ୍କୁ ସ୍ପେଶ୍ ଷ୍ଟେସନରେ ସହାୟତା ଯୋଗାଇଥିବା ଜଣେ ଡାକ୍ତରଙ୍କ ଉପରେ ଆଧାରିତ । ଡାକ୍ତର ଭୂମିକାର ଅଭିନୟ କରୁଥିବା ୟୁଲିଆ ପେରେସିଡଙ୍କୁ ଜଣେ କ୍ରୁ ସଦସ୍ୟଙ୍କୁ ମହାକାଶ କକ୍ଷପଥରେ ଅପରେସନ୍‌ କରିବାକୁ ପଡେ । ଆଉ ସେଥିପାଇଁ ୟୁଲିଆ ପେରେସିଡ ମହାକାଶ ଯାତ୍ରା କରନ୍ତି ।

ତେଣୁ ସତସତିକା ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌ରେ ହିଁ ଫିଲ୍ମର କିଛି ଅଂଶ ସୁଟ୍ କରିବାକୁ ଯୋଜନା କରିଥିଲେ ରୁଷୀୟ ଫିଲ୍ମ ନିର୍ଦ୍ଦେଶକ କିମ୍ ସିପେନକୋ । ଆଉ ସେଥିପାଇଁ ସେ ନିଜେ ଅଭିନେତ୍ରୀ ୟୁଲିଆ ପେରେସିଡ୍ ଏବଂ ଭେଟେରାନ ମହାକାଶଚାରୀ ଆନଣ୍ଟେନ୍ ସାପ୍ଲେରୋଭଙ୍କ ସହ ସେଠାକୁ ଯାଇଥିଲେ । ପୂର୍ବରୁ ସ୍ପେଶ୍ ଏକ୍ସ ମାଲିକ ଇଲନ୍ ମସ୍କ ହଲିଉଡ୍ ସୁପର୍ଷ୍ଟାରଷ୍ଟାର ଟମ୍ କ୍ରୁଜ୍‌ଙ୍କୁ ନେଇ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଘୋଷଣା କରିଥିବା ବେଳେ, ରୁଷ ଏହି ରେସ୍‌ରେ ଆଗେଇ ଯାଇଛି ।