• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରୋନା ପରି ନିଶ୍ୱାସ ପ୍ରଶ୍ୱାସରୁ ବ୍ୟାପେ ବିରଳ ରୋଗ

  • ମହାମାରୀ ଭୟ ଭିତରେ କଣ୍ଟାକ୍ଟ ଟ୍ରେସିଂ ଜାରି

ଟେକ୍ସାସ୍: ଆମେରିକାକୁ ୨୦ ବର୍ଷ ପରେ ଫେରିଲା ଦୁର୍ଲଭ ଭାଇରସ୍ ମଙ୍କି ପକ୍ସ । କରୋନାର ତୃତୀୟ ଲହରୀ ଆରମ୍ଭ ହେବାର ସମ୍ଭାବନା ମଧ୍ୟରେ ଆମେରିକାର ଟେକ୍ସାସରେ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ମହାମାରୀ ସହ ମଙ୍କିପକ୍ସ ପାଇଁ ଚିନ୍ତାରେ ସରକାର । ସଂକ୍ରମିତ ବ୍ୟକ୍ତି ଜଣକ ନିକଟରେ ଆଫ୍ରିକାର ନାଇଜେରିଆ ଯାତ୍ରା କରିଥିବା ଜଣାପଡ଼ିଛି । ରୋଗୀଙ୍କୁ ଏବେ ଡାଲାସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସଂ ଜାରି ରଖିଛନ୍ତି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏବଂ ଅନ୍ୟାନ୍ୟ ଏଜେନ୍ସି ।

ମଙ୍କିପକ୍ସ ଏକ ବିରଳ ରୋଗ, ଦୀର୍ଘ ୨୦ ବର୍ଷ ପରେ ଆମେରିକାକୁ ଫେରିଛି । ପ୍ରାୟ ୨ ଦଶନ୍ଧି ପୂର୍ବରୁ ଆମେରିକାରେ ଏହି ବିରଳ ରୋଗର ଆକ୍ରାନ୍ତ ହୋଇଥିଲେ ଲୋକେ । ୨୦୦୩ରେ ଏହି ଭାଇରସରେ ୪୭ ଜଣ ଲୋକ ସଂକ୍ରମିତ ହୋଇଥିଲେ । ମଙ୍କି ପକ୍ସ ମଣିଷଙ୍କ ମଧ୍ୟରେ ବି ତୀବ୍ର ବେଗରେ ବ୍ୟାପିପାରେ, କିନ୍ତୁ ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ ।  କରୋନା ଭାଇରସ୍ ପାଇଁ ମାସ୍କ ଏବଂ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯାଇଛି ।  ତେଣୁ ସଂକ୍ରମଣ ବ୍ୟାପିବାର ଭୟ ନାହିଁ ବୋଲି କୁହାଯାଇଛି । ମଙ୍କିପକ୍ସ ସାଧାରଣତ କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାରେ ଦେଖାଯାଏ । ଏହି ଭାଇରସ୍ ପଶୁମାନଙ୍କ ଠାରେ ଦେଖାଦିଏ କିନ୍ତୁ ବେଳେବେଳେ ପଶୁଙ୍କ ଠାରୁ ଏହା ମଣିଷଙ୍କ ମଧ୍ୟ ଡେଇଁଥାଏ  ।

ଏହି ରୋଗ ଫ୍ଲୁ ଭଳି ହୋଇଥାଏ । ମଙ୍କିପକ୍ସ ହେଲେ ସଂକ୍ରମିତଙ୍କ ମୁହଁ ଏବଂ ଶରୀରରେ ବଡ଼ ବଡ଼ ଫୋଟକା ପରି ଦାଗ ଦେଖାଯାଏ । ଏହି ସଂକ୍ରମଣ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସ୍ମଲପକ୍ସ ପରି ରୋଗ ହେଉଛି ମଙ୍କିପକ୍ସ । କରୋନା ପରି ନିଶ୍ୱାସ ପ୍ରଶ୍ୱାସରେ ବ୍ୟାପିଥାଏ ମଙ୍କିପକ୍ସ ।

ସୂଚନାଯୋଗ୍ୟ ମଙ୍କିପକ୍ସର ଅଧିକାଂଶ ସଂକ୍ରମଣ ତଥା ପ୍ରକୋପ ପୂର୍ବରୁ ଆଫ୍ରିକାରେ ଦେଖାଦେଇଥିଲା । ୧୯୭୦ରେ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରେ ପ୍ରଥମ ମଙ୍କିପକ୍ସ ସଂକ୍ରମଣ ଚିହ୍ନଟ ହୋଇଥିଲା । ଏଥି ସହିତ ୨୦୦୩ରେ ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ଦେଖା ଦେଇଥିଲା ।