• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମେକ୍ସିକୋ ସିଟିରେ ଭୟଙ୍କର ଭୂମିକମ୍ପ ଝଟକା

  • ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ

ମେକ୍ସିକୋ ସିଟି : ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା । ଭୂମିକମ୍ପ ଝଟକା ଏତେ ତୀବ୍ର ଥିଲା ଯେ ସହରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ରାଜଧାନୀ ମେକ୍ସିକୋ ସିଟିରେ ମଧ୍ୟ ଘରଗୁଡ଼ିକ ଦୋହଲି ଯାଇଥିଲା । ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ ଅନୁସାରେ ଏହି ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୬.୮ ରେକର୍ଡ ହୋଇଥିବା ବେଳେ ଭୂମିକମ୍ପ କେନ୍ଦ୍ର ଅଲାପୁକ୍ଲୋର ୧୭ କିଲୋମିଟର ଉତ୍ତର-ପୂର୍ବ (ପ୍ରାୟ ୧୦ ମାଇଲ) ଦୂରରେ ଥିଲା । ତେବେ ଭୂମିକମ୍ପରେ ଏପଯର୍ଯ୍ୟନ୍ତ ଜନଜୀବନ ହାନିର କୌଣସି ଖବର ମିଳିନାହିଁ । କିଛି ସ୍ଥାନରେ କାର ଭାଙ୍ଗିରୁଜି ଯାଇଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି । ଭୂମିକମ୍ପ ପରେ ଲୋକମାନେ ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପ୍ରଭାବରେ ସୁନାମି ଆସିବାର ଆଶଙ୍କା ରହିଥିବାରୁ ଲୋକମାନଙ୍କୁ ସତର୍କ କରାଯାଇଛି ।

ସୂଚନାଯୋଗ୍ୟ ଭୂମିକମ୍ପ ଝଟକା ଏତେ ଭୟାବହ ଥିଲା ଯେ କିଛି ଲୋକ ନିଜ ନିଜ ଘରୁ ବାହାରକୁ ଆସିଥିଲେ କିନ୍ତୁ ରାତିରେ ପ୍ରବଳ ବର୍ଷା ହେତୁ ବିପଦ ସତ୍ତ୍ୱେ ଅଧିକାଂଶ ଲୋକଙ୍କୁ ଘର ଭିତରେ ରହିବାକୁ ପଡ଼ିଥିଲା ।

ସେପଟେ ଗତ ମାସରେ ପୂର୍ବ ମେକ୍ସିକୋରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ତିନି ଜଣ ନିଖୋଜ ଥିଲେ । ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ପବନ ବହୁଥିଲା । ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଅନେକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ସହରରେ ଜଳମଗ୍ନ ହୋଇ ଯାଇଥିଲା । ବିଦ୍ୟୁ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ଆଉ ଏଥିପାଇଁ ଲୋକଙ୍କୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।