• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆସ ବୁଲିଯିବା ପ୍ଲିଟବିସ୍ ହ୍ରଦ

  • ଚର୍ଚ୍ଚାରେ କ୍ରୋଏଶିଆର ପ୍ଲିଟବିସ୍ ହ୍ରଦ

ନୂଆଦିଲ୍ଲୀ: ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ କରେ କ୍ରୋଏଶିଆର ପ୍ଲିଟବିସ୍ ହ୍ରଦ ନ୍ୟାଶନାଲ୍ ପାର୍କ । ହ୍ରଦ ତ ସେମିତିରେ ବି ମନମୁଗ୍ଧକର । ହେଲେ ଏଠାରେ କଣ ବିଶେଷତା ରହିଛି । ଯାହା କାରଣରୁ ଏହା ବିଶ୍ୱ ଐତିହ୍ୟରେ ସାମିଲ ହୋଇପାରିଛି ।

ପ୍ଲିଟବିସ୍ ହ୍ରଦ ରାଷ୍ଟ୍ରୀୟ ଉଦ୍ୟାନ । ଏହା ଏକ ବିଶ୍ୱ ଐତିହ୍ୟସ୍ଥଳୀ ଓ କ୍ରୋଏଶିଆର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ଯାହା ବେଶ୍ ଆକର୍ଷଣୀୟ । ଏହି ଅବିଶ୍ୱନୀୟ ରାଷ୍ଟ୍ରୀୟ ଉଦ୍ୟାନରେ ୩୦୦ ବର୍ଗ କିମିର ଏକ ବିଶାଳ କ୍ଷେତ୍ରରେ ସୁନ୍ଦର ଜଙ୍ଗଲ ଭୂମି, ହ୍ରଦ, ଗୁମ୍ଫା ଓ ଝରଣା ସାମିଲ ଅଛି । ଏଠାରେ ପାଖାପାଖି ୧୬ଟି ହ୍ରଦ ରହିଛି । ସେଥିମଧ୍ୟରୁ ୧୨ଟି ହ୍ରଦ ଭୂମି ଉପରକୁ ରହିଛି ଓ ୪ଟି ଭୂମି ତଳେ । ଆଉ ବାସ୍ତବରେ ଏହି ହ୍ରଦ ଗୁଡିକ ହି ଏହି ରାଷ୍ଟ୍ରୀୟ ଉଦ୍ୟାନର ଆଶ୍ଚର୍ଯ୍ୟ । ହ୍ରଦରେ ଅନେକ ପ୍ରକାରର ଖଣିଜ ପଦାର୍ଥ ରହିଥିବା କାରଣରୁ ଏହାର ରଙ୍ଗ ଫିରୋଜୀ ରଙ୍ଗର ଦୃଶ୍ୟମାନ ହୁଏ ।

ଆଉ ଖଣିଜ ପଦାର୍ଥ ଅନୁଯାୟୀ ଏହାର ରଙ୍ଗ ମଧ୍ୟ ବଦଳୁଥାଏ । ପର୍ଯ୍ୟଟକ ଏହାର ଆଖପାଖରେ ଘଂଚ ଜଙ୍ଗଲ ଓ ସମୃଦ୍ଧ ବନ୍ୟ ଜୀବନର ଉପଭୋଗ କରିପାରିବେ । ଏହି ରାଷ୍ଟ୍ରୀୟ ଉଦ୍ୟାନ ବିଲୁଆ, ଚୀଲ, ପେଚା, ୟୁରୋପୀୟ ଭାବୁ ଓ ପକ୍ଷୀମାନଙ୍କର ୧୨୬ ପ୍ରଜାତିର ବାସସ୍ଥାନ । ଥଣ୍ଡା ଦିନେ ଏହାର ପାଣି ବରଫ ପାଲଟିଯାଏ । କିନ୍ତୁ ବସନ୍ତ ଓ ପତ୍ରଝଡା ସମୟରେ ଏଠାରେ ପାଣିର ମାତ୍ରା ଅଧିକ ଥାଏ । ଏଠାରେ କ୍ରୋଏଶିଆର ସବୁଠାରୁ ବଡ ଝରଣା ବି ରହିଛି । କୁହାଯାଏ ଏଠାରେ ୯୦ଟି ଝରଣା ରହିଛି । ତେବେ ପ୍ଲିଟଭିସ ହ୍ରଦ ୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଏଠାରେ ଥିବା ୧୬ଟି ହ୍ରଦ କ୍ୟାପେଲା ମାଉଣ୍ଟେନର ଉତ୍ତର-ଦକ୍ଷିଣ ଦିଗରେ ଅବସ୍ଥିତ । କିଛି ବର୍ଷ ହେବ କୋରାନା କ୍ରିକର ଦକ୍ଷିଣ ବାଗରେ ଏକ ସୁନ୍ଦର ସ୍ଥାନ ଆପେ ଆପେ ନିର୍ମିତ ହେଉଛି । ଯାହା ଅତ୍ୟଧିକ ଚୂନ ପଥର କାଷ୍ଟିଂ ପ୍ରକ୍ରିୟା କାରଣରୁ ନିର୍ମିତ ହେଉଛି । ଯାହାକୁ ଲାଇମ୍ ଷ୍ଟୋନ ଫରମେସନ୍ କୁହାଯାଏ । ଏଠାକାର ତାପମାତ୍ରା ସବୁ ସମୟରେ ଥଣ୍ଡା ରହିଥାଏ ।

ଫଳରେ ଏଠାରେ ସବୁ ବେଳେ ଆପଣ ବରଫ ଦେଖିବାକୁ ପାଇବେ । ତେଣୁ ଏହି ଲାଇମ ଷ୍ଟୋନ ଏହି ସ୍ଥାନ ପାଇଁ ଆଉ ଏକ ବରଦାନ ପାଲଟିଯାଇଛି । ତେବେ ଏହି ନ୍ୟାଶନାଲ୍ ପାର୍କ କ୍ରୋଏଶିଆର ସବୁଠାରୁ ପୁରାତନ ଓ ସବୁଠାରୁ ବଡ ରାଷ୍ଟ୍ରୀୟ ଉଦ୍ୟାନ । ୧୯୭୯ ମସିହାରେ ଏହି ସୁନ୍ଦର ସ୍ଥାନଟି ବିଶ୍ୱ ଐତିହ୍ୟରେ ସାମିଲ ହୋଇସାରିଛି । ୧୯୪୯ ମସିହାରେ ଏହି ସ୍ଥାନର ସ୍ଥାପନା କରାଯାଇଥିଲା । ହଜାର ହଜାର ବର୍ଷ ଧରି ଜମା ହୋଇଥିବା ଚୂନ ପଥର, ମାଟି, ଶବ ଇତ୍ୟାଦିକୁ ନେଇ ଏହାର ଗଠନ କରାଯାଇଥିଲା । ଆଉ ଏହି ସ୍ଥାନକୁ ଦେଖିଲେ କୌଣସି କଳ୍ପନା କିମ୍ବା ସ୍ବପ୍ନ ଠାରୁ ଏହା କମ୍ ଲାଗେ ନାହିଁ । ଏଠାକାର ରାଜକୀୟ ପରିବେଶ ଦୁନିଆର ଦୁର୍ଲ୍ଲଭ ଚମତ୍କାରର ମଧ୍ୟରୁ ଗୋଟିଏ । ଆଉ ଏହି ଚମତ୍କାରର ସାକ୍ଷୀ ହେବାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ପ୍ରତିବର୍ଷ ଆସିଥାଆନ୍ତି । ଆଉ ଏହି ସ୍ଥାନକୁ ଦେଖି କେବଳ ଗୋଟିଏ କଥା ହି କୁହନ୍ତି । ଏହା ଅଦ୍ଭୁତ ଓ ଅବିଶ୍ୱସନୀୟ । ତେଣୁ ରଚନାତ୍ମକ ପୁସ୍ତକ ଇତ୍ୟାଦିରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି ।