• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପରାଜିତ ହେଲା ପଞ୍ଜଶିର ।

  • ତାଲିବାନ ସୂତ୍ରରୁ ପ୍ରକାଶ ।

  • 'ସଂପୂର୍ଣ୍ଣ ଆଫଗାନିସ୍ତାନ'କୁ କବ୍‌ଜା କଲା ତାଲିବାନ ।

  • ମିଛ ବୋଲି କହିଲେ ସାହ୍ଲେ ।

କାବୁଲ: ଆଫଗାନିସ୍ତାନରେ ତାଲିବାନର ବିଦ୍ଧିବଦ୍ଧ ସରକାର ଘୋଷଣା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ 'ସଂପୂର୍ଣ୍ଣ ଆଫଗାନିସ୍ତାନ'କୁ କବ୍‌ଜା କରି ନେଇଛନ୍ତି । ଶୁକ୍ରବାର ସୁଦ୍ଧା ପଞ୍ଜଶିର ମଧ୍ୟ ତାଲିବାନ ଆଗରେ ହାର ମାନିଛି । କିନ୍ତୁ ଏବେ ସୁଦ୍ଧା ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିରୋଧରେ ପଞ୍ଜଶିରରେ ଏବେ ବି ଲଢ଼େଇ ଜାରି ରହିଥିବା କୁହାଯାଉଛି । ସେଠାରେ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ତାଲିବାନ ଦ୍ୱାରା ପଞ୍ଜଶିର ମଧ୍ୟ ଦଖଲ ହୋଇସାରିଛି । ତାଲିବାନର ବିଭିନ୍ନ ସୂତ୍ରରୁ ଏନେଇ ଖବର ଆସିଥିବା ରଏଟର୍ସର ରିପୋର୍ଟରୁ ଜଣାପଡ଼ିଛି । ପ୍ରାୟ ୩ଟି ସୂତ୍ରରୁ ରଏଟର୍ସ ଏହି ଖବର ସଂଗ୍ରହ କରିଥିବା ରିପୋର୍ଟରେ ଦର୍ଶାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଜଣେ ତାଲିବାନ କମାଣ୍ଡର କହିଛନ୍ତି, 'ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛୁ । ବାଧା ସୃଷ୍ଟିକାରୀଙ୍କୁ ପରାସ୍ତ କରାଯାଇଛି ଏବଂ ପଞ୍ଜଶିରରେ ଏବେ ଆମ ଅଧୀନରେ ରହିଛି । ଏହି ସମୟରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିଷୟରେ ମଧ୍ୟ ଖବର ଆସିଥିଲା ଯେ, ସେ ଆଫଗାନିସ୍ତାନ ଛାଡି ଚାଲିଯାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ସାଲେହ ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ ଟୋଲୋ ନ୍ୟୁଜକୁ କହିଛନ୍ତି ଯେ, ତାଙ୍କ ଦେଶ ଛାଡିବା ଖବର ମିଥ୍ୟା । ବିବିସି ୱାର୍ଲ୍ଡର ଜଣେ ସାମ୍ବାଦିକଙ୍କ ପକ୍ଷରୁ ଟ୍ୱିଟରରେ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । କୁହାଯାଉଛି ଯେ ସେହି ଭିଡିଓଟି ସାହ୍ଲେ ନିଜେ ତାଙ୍କୁ ପଠାଇଛନ୍ତି । ଏହି ଭିଡିଓରେ ସେ କହୁଛନ୍ତି ଯେ, ଏଥିରେ କୌଣସି ଦ୍ୱିମତ ନାହିଁ ଯେ, ଆମେ ଏକ କଠିନ ପରିସ୍ଥିତିରେ ଅଛୁ । ଆମେ ତାଲିବାନ ଆକ୍ରମଣର ଶିକାର ହେଉଛୁ । ତଥାପି ଆମେ ଏହାକୁ ବିରୋଧ କରୁଛୁ ।

ସେ ଟ୍ୱିଟ୍ କରି କହିଛନ୍ତି, 'ପ୍ରତିରୋଧ ଚାଲିଛି ଏବଂ ଏହା ଜାରି ରହିବ । ମୁଁ ମୋର ମାଟି ସହିତ, ମାଟି ପାଇଁ ଏବଂ ଏହାର ସମ୍ମାନ ରକ୍ଷା କରିବାକୁ ଏଠାରେ ରହିଛି । ପୂର୍ବତନ ଉପରାଷ୍ଟ୍ରପତିଙ୍କ ପୁଅ ଅବ୍ଦୁଲ୍ଲା ସାହ୍ଲେ ମଧ୍ୟ ପଞ୍ଜଶିର ପରାଜିତ ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, 'ଏହା ମିଥ୍ୟା ।' କାରଣ ଏବେ ବି ପଞ୍ଜଶିରକୁ ସୁରକ୍ଷା ଦେବ ପାଇଁ ହଜାର ହଜାର ଯୋଦ୍ଧା ନିୟୋଜିତ ଅଛନ୍ତି । ତାଲିବାନ ୧୫ ଅଗଷ୍ଟରେ ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଥିଲା । ଏଥି ସହିତ, ଅଗଷ୍ଟ ୩୧ରେ, ଆମେରିକା ସେନା ମଧ୍ୟ ନିଜ ଦେଶକୁ ସମ୍ପୂର୍ଣ୍ଣ ରୂପେ ଫେରି ଯାଇଛି ।

ଆଫଗାନିସ୍ତାନରେ ସରକାର ଗଠନ ନେଇ ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । କିଛି ରିପୋର୍ଟ ସାମ୍ନାକୁ ଆସିଥିଲା ଯେଉଁଥିରେ ତାଲିବାନ ସୂତ୍ରରୁ କୁହାଯାଇଛି ଯେ, ମୁଲ୍ଲା ଅବଦୁଲ ଘାନି ବାରଦର ନୂଆ ଆଫଗାନିସ୍ତାନ ସରକାରର ନେତୃତ୍ୱ ନେବେ । ରଏଟର୍ସ ଅନୁଯାୟୀ, ଆଫଗାନିସ୍ତାନର ଏହି ନୂଆ ସରକାରର ପ୍ରାଥମିକତା ଅର୍ଥନୀତିରେ ଉନ୍ନତି ଆଣିବା ।