• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • OIC ର କୁମ୍ଭୀର କାନ୍ଦଣା

  • ପୁଣି ଜାତିସଂଘରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ

  • ଭାରତ ଦେଲା ମୁହଁତୋଡ ଜବାବ୍

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଇସ୍‌ଲାମିକ୍ ସହଯୋଗୀ ସଂଗଠନ OIC ବାରମ୍ବାର ଜାତିସଂଘରେ ଏହାକୁ ବିରୋଧ କରିବାରେ ଲାଗିଛି । କିଛିଦିନ ପୂର୍ବେ ତୁର୍କୀର ରାଷ୍ଟ୍ରପତି ମଧ୍ୟ କାଶ୍ମୀର ପ୍ରସଙ୍ଗ ନେଇ ଭାରତକୁ ସମାଲୋଚନା କରିଥିଲେ । ଭାରତ ପକ୍ଷରୁ OICକୁ ଏବେ କଡ଼ା ଜବାବ ଦିଆଯାଇଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଭାରତ ପକ୍ଷରୁ OICକୁ ଜାତିସଂଘରେ ଚେତାବନୀ ଦିଆଯାଇଛି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚି କହିଛନ୍ତି ଯେ, ଭାରତର ଅବିଚ୍ଛେଦ୍ୟ ଅଙ୍ଗ କାଶ୍ମୀର ସହ ଜଡିତ କୌଣସି ବି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଓଆଇସିର ଅଧିକାର ନାହିଁ । ଭାରତ ପକ୍ଷରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କୁହାଯାଇଛି ଯେ ଏପରି ଏକ ଗମ୍ଭୀର ପ୍ରସଙ୍ଗରେ ଏହି ବୈଠକରେ ମତ ଦେବା ଦୁଃର୍ଭାଗ୍ୟଜନକ ।

ଓଆଇସି ମହାସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକଟି ଜାତିସଂଘରେ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନର ଇଶାରାରେ ପରେ ଓଆଇସିର ମୁଖ୍ୟସଚିବ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ଜାତିସଂଘର ଏହି ବୈଠକରେ ପ୍ରଶ୍ନ ଉଠାଇଥିଲେ । ମିଳିତ ଜାତିସଂଘ ଏବଂ ଓଆଇସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ସ୍ଥିତି ଅନୁଯାୟୀ ଜାମ୍ମୁ କାଶ୍ମୀରର ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାର ଅଧିକାର ଦିଆଯିବା ଉଚିତ୍ ବୋଲି କୁହାଯାଇଥିଲା । ଓଆଇସି ଏହା ମଧ୍ୟ କହିଛି ଯେ ଜାମ୍ମୁ କାଶ୍ମୀର ୧୯୪୮ ପରଠାରୁ ଏକ ଆନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି ଅନୁଯାୟୀ ଜାମ୍ମୁ କାଶ୍ମୀର ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଦକ୍ଷିଣ ଏସିଆରେ ଶାନ୍ତିର ପରିବେଶ ଆସିବ ନାହିଁ ବୋଲି ଓଆଇସି କହିଛି । OICର ଏହି ଦାବିକୁ ଭାରତ କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛି । ଭାରତ କହିଛି ଯେ ଜାମ୍ମୁ କାଶ୍ମୀର ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଯଦି ବି କୌଣସି ବିବାଦ ଥାଏ ତେବେ ଏହାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯିବା ଉଚିତ । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ନେଇ OIC ଅଯଥାରେ ଚିନ୍ତିତ ଥିବାର ଅଭିନୟ କରୁଛି ବୋଲି ଭାରତ କହିଛି ।

ନିକଟରେ ମିଳିତ ଜାତିସଂଘର ଏକ ସାଧାରଣ ବେଠକରେ ତୁର୍କୀର ରାଷ୍ଟ୍ରପତି କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ସମାଲୋଚନା କରିଥିଲେ । ଭାରତ ମଧ୍ୟ ଏହାର କଡା ଜବାବ୍ ଦେଇଥିଲା ।