• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାସିଂଟନ୍ : ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ । ସେଥିମଧ୍ୟରୁ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ୫ ଆତଙ୍କବାଦୀ ସଂଗଠନ ଟାର୍ଗେଟରେ ରହିଛି ଭାରତ । ପାକିସ୍ତାନ, ଆତଙ୍କବାଦୀ ସଂଗଠନ ତଥା ଅଣ-ଆତଙ୍କବାଦୀ ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରାଯାଇଛି, ଯେଉଁଠାରୁ ଆତଙ୍କୀ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଉଛନ୍ତି ।

ଗତ ସପ୍ତାହରେ କ୍ୱାଡ୍ ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରେସର ଦ୍ୱିପାକ୍ଷିକ ଅନୁସନ୍ଧାନ ୱିଙ୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ଏଥିମଧ୍ୟରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନ, ଭାରତ ଏବଂ କାଶ୍ମୀରକୁ ଟାର୍ଗେଟ କରୁଥିବା ସଂଗଠନ, ଘରୋଇ ବ୍ୟାପାରରେ ସୀମିତ ସଂଗଠନ ଏବଂ ସିଆଓ ବିରୋଧରେ କାମ କରୁଥିବା ଆତଙ୍କବାଦୀ ସଂଗଠନ ସାମିଲ । ୧୯୮୦ ଦଶକରୁ କିଛି ଆତଙ୍କବାଦୀ ସଂଗଠନ ମଧ୍ୟ ଏଥିରେ ସାମିଲ ଥିବା CRS ରିପୋର୍ଟରେ ଦର୍ଶାଯାଇଛି ।

୧୯୮୦ ଦଶକରେ ପାକିସ୍ତାନରେ ଲଶ୍କର ଗଠନ କରାଯାଇଥିଲା

୧୯୮୦ ଦଶକରେ ପାକିସ୍ତାନରେ ଲଶ୍କର-ଏ-ତୋଇବା (LeT) ଗଠନ କରାଯାଇଥିଲା ଏବଂ ୨୦୦୧ରେ ଏହାକୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବରେ ଚିହ୍ନଟ କରାଯାଇଥିଲା । ଭାରତର ମୁମ୍ବାଇରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ତଥା ଅନ୍ୟାନ୍ୟ ହାଇ-ପ୍ରୋଫାଇଲ୍ ଆକ୍ରମଣ ପାଇଁ LeT ଦାୟୀ ବୋଲି କହିଛି CRS ।

୨୦୦ମସିହାରେ ଜୈଶ-ଇ-ମହମ୍ମଦର ଅସ୍ତିତ୍ୱ ସୃଷ୍ଟି 

୨୦୦ମସିହାରେ ଆତଙ୍କବାଦୀ ନେତା ମାସୁଦ ଅଜହରଙ୍କ ଦ୍ୱାରା ଜୈଶ-ଇ-ମହମ୍ମଦର (ଜେଏମ) ଗଠନ କରାଯାଇଥିଲା । ୨୦୦୧ରେ ଏହାକୁ ମଧ୍ୟ FTO (ବିଦେଶୀ ଆତଙ୍କବାଦୀ ସଂଗଠନ) ଭାବରେ ମଧ୍ୟ ଚିହ୍ନିତ କରାଯାଇଥିଲା । LeT ସହିତ ୨୦୦୧ ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣ ସମେତ ଅନେକ ଆକ୍ରମଣ ପାଇଁ ମଧ୍ୟ ଜେଏମ୍ ଦାୟୀ ।

ହିଜବୁଲ ମୁଜାହିଦ୍ଦିନ ପାକିସ୍ତାନର ସର୍ବ ପୁରାତନ ଆତଙ୍କବାଦୀ ସଂଗଠନ

୧୯୮୯ରେ ଗଠିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ (ଏଚଏମ) ପାକିସ୍ତାନର ସର୍ବବୃହତ ଇସଲାମୀ ଦଳର ଆତଙ୍କବାଦୀ ୱିଙ୍ଗ ବୋଲି କୁହାଯାଏ । ୨୦୧୭ରେ ହିଜବୁଲ ମୁଜାହିଦ୍ଦିନକୁ FTO ତାଲିକାରେ ରଖାଯାଇଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ସର୍ବ ବୃହତ ତଥା ପୁରାତନ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ । CRS ଅନୁସାରେ ପାକିସ୍ତାନରୁ କାମ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକରେ ମଧ୍ୟ ପାକିସ୍ତାନରେ ଅଲ-କାଏଦା ଅନ୍ତର୍ଭୁକ୍ତ । ଯାହା ମୁଖ୍ୟତଃ କରାଚି ଏବଂ ଆଫଗାନିସ୍ତାନରୁ କାମ କରିଥାଏ ।