• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ

  • ପାକିସ୍ତାନ୍‌କୁ ଅଚଳ ଡ୍ରୋନ୍ ଦେଇଛି ଚୀନ୍ 

ଇସଲାମାବାଦ : ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା ଖରାପ ହୋଇସାରିଥିବା ସାମରିକ ଉପକରଣ ଦେବା ଏହାର ମୁଖ୍ୟ କାରଣ ହୋଇପାରେ । ପାକିସ୍ତାନୀ ସେନା ଚୀନ୍‌ରୁ କିଛି ଅତ୍ୟାଧୁନିକ ସାମରିକ ଅସ୍ତ୍ର ଓ ଡ୍ରୋନ୍ ଆମଦାନୀ କରିଥିଲା । ହେଲେ ଚୀନ୍‌ରୁ ଆସିଥିବା ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ରୂପେ ବେକାର ସାବ୍ୟସ୍ତ ହୋଇଛି, କୌଣସି ବି ଡ୍ରୋନ୍ କାମ କରୁନାହିଁ । ଖରାପ ଅସ୍ତ୍ରଶସ୍ତ୍ର ତଥା ତଥା ନିମ୍ନମାନର ସର୍ଭିସିଂ ଯୋଗୁଁ ପାକିସ୍ତାନୀ ସେନା ରକ୍ଷଣାବେକ୍ଷଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଉଡ଼ିବା ଆଗରୁ ଖସିପଡ଼ୁଛି ଚୀନୀ ଡ୍ରୋନ୍

ଭାରତ ବିରୋଧରେ ସାମରିକ ଶକ୍ତି ବଢ଼ାଇବା ପାଇଁ ପାକିସ୍ତାନ୍ ଚୀନ୍ ଠାରୁ ତିନୋଟି ଶକ୍ତିଶାଳୀ ଡ୍ରୋନ୍ କ୍ରୟ କରିଥିଲା । ତେବେ ଦେଶରେ ଚୀନୀ ଡ୍ରୋନ୍ ପହଞ୍ଚିବା ପରଠାରୁ ହଁ ସେନା ଏହାକୁ ପାକିସ୍ତାନୀ ବାୟୁସେନାରେ ମଧ୍ୟ ସାମିଲ କରିଥିଲା । କିନ୍ତୁ କିଛି ଦିନ ମଧ୍ୟରେ ଏହି ମାନବ ବିହୀନ ସଶସ୍ତ୍ର ଡ୍ରୋନ୍ ଖରାପ ହୋଇଯାଇଛି । ତେବେ ନୂଆ ଭାବି ଆମଦାନୀ ଡ୍ରୋନ୍ ଖରାପ ହୋଇଯିବା ପରେ କ୍ରୋଧରେ ଜର୍ଜରିତ ହୋଇ ଫିଙ୍ଗି ଦେଇଛି ପାକ୍ ସେନା । ଜାନୁଆରୀ ୨୦୨୧ରେ ଚାଇନାର ଚେଙ୍ଗଡୁ ବିମାନ ଶିଳ୍ପ ଦ୍ୱାରା ଏହି ଡ୍ରୋନ୍ ଯୋଗାଇ ଦିଆଯାଇଥିଲା ।

ଚୀନ୍‌ରୁ ପାକିସ୍ତାନୀ ସେନାକୁ ପଠାଯାଇଥିବା ଡ୍ରୋନର ଯନ୍ତ୍ରପାତି ସବୁ ନିମ୍ନମାନର ଥିବା ସହ ସେଗୁଡ଼ିକ ବ୍ୟବହାର ପାଇଁ ଯୋଗ୍ୟ ନଥିଲା । ଏହା ବ୍ୟତୀତ ସବୁଠୁ ବଡ ସମସ୍ୟା ହେଉଛି ଡ୍ରୋନ୍ ଇନ୍ଧନ ଲିକ୍ ହେଉଛି । ତେବେ ଏ ପ୍ରସଙ୍ଗରେ China National Aero‑Technology Import & Export ନୀରବ ରହିବା ସହ କିଛି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଅନ୍ୟପଟେ ଓଲଟି ପାକିସ୍ତାନୀ ଉପରେ ଦୋଷ ଲଦିଛି ଚୀନ୍ । ପାକ୍ ସେନା ଦ୍ୱାରା ପଠାଯାଇଥିବା ଇଞ୍ଜିନିୟରମାନଙ୍କୁ ଅକ୍ଷମ ବୋଲି କୁହାଯାଉଥିବା ଖବର ମିଳିଛି । ଅନ୍ୟପଟେ ପାକିସ୍ତାନୀ କର୍ତ୍ତୃପକ୍ଷ ଅଚଳ ହୋଇପଡ଼ିଥିବା ଡ୍ରୋନ ଠିକ୍ କରିବା ପାଇଁ ଚୀନ୍ ଦଳ ପଠାଇବାକୁ ଦାବି କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଚୀନ୍ ପକ୍ଷରୁ ଏନେଇ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ ।