• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରାଚି : ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା । ’ଜୟ ଶ୍ରୀରାମ ଓ ହର ହର ମହାଦେବ ନାମରେ ପ୍ରକମ୍ପିତ ହେଲା ପାକିସ୍ତାନର ଗଗନ ପବନ । ନିକଟରେ ପାକିସ୍ତାନର ରହୀମ ୟାର ଖାନ ଅଞ୍ଚଳରେ ଥିବା ମନ୍ଦିରରେ ଭଙ୍ଗାରୁଜା ଘଟଣା ଘଟିବା ପରେ ହିନ୍ଦୁ ସମାଜର ହଲ୍ଲାବୋଲ । ରବିବାର ଦିନ ପାକିସ୍ତାନର କରାଚିରେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଚାଲିଥିବା ଅତ୍ୟାଚାରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନରେ ହିନ୍ଦୁଙ୍କ ପ୍ରତି ଦମନଲୀଳା ମନୋଭାବକୁ ବିରୋଧ କରିଛନ୍ତି 

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏଠାରେ ହର ହର ମହାଦେବ, ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ ଉଠାଇଥିଲେ ପ୍ରଦର୍ଶନକାରୀ । ବିକ୍ଷୋଭକାରୀ ମାନେ ଏଠାରେ ଗେରୁଆ ପତାକା ଉତ୍ତୋଳନ ଧରି 'ଆମେ ଚାହୁଁ ନ୍ୟାୟ' ଲେଖାଥିବା ପ୍ଲାକାର୍ଡ ମଧ୍ୟ ଦେଖାଇଥିଲେ ।

ବିକ୍ଷୋଭରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ କରାଚିରେ ଥିବା ପ୍ରସିଦ୍ଧ ପ୍ରାଚୀନ ହନୁମାନ ମନ୍ଦିରର ମୁଖ୍ୟ ପୁରୋହିତ ରାମନାଥ ମିଶ୍ର ମହାରାଜ ମଧ୍ୟ ଥିଲେ । ରହୀମ ୟାର ଖାନ ଅଞ୍ଚଳରେ ଥିବା ଗଣେଶ ମନ୍ଦିର ଯେପରି ଭଙ୍ଗାରୁଜା କରାଯାଇଥିଲା, ତାହା ଅତି ନିନ୍ଦନୀୟ ବିଷୟ । ଇସଲାମରେ କେହି ଧର୍ମବିରୋଧୀ କାମ କଲେ ଯେପରି ତାଙ୍କୁ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଏ, ସେହିଭଳି ଯେଉଁମାନେ ଆମ ଧର୍ମ ମନ୍ଦିର ଭଙ୍ଗାରୁଜା କରିଛନ୍ତି, ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ୍ । ହିନ୍ଦୁ ଧର୍ମକୁ ଏଠାରେ ଅପମାନିତ କରାଯାଉଛି । ସ୍କୁଲ ବହିରେ ହିନ୍ଦୁ ଧର୍ମ ବିଷୟରେ ଆପତ୍ତିଜନକ ତଥ୍ୟ ରହିଛି । ଏଭଳି ଘଟଣା ଉପରେ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ପାକିସ୍ତାନର ରହୀମୟାର ଖାନ ଅଞ୍ଚଳରେ ଗଣେଶ ମନ୍ଦିର ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ବିବାଦ ଦେଖା ଦେଇଥିଲା । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ । ସେପଟେ ଏଘଟଣା ନେଇ ପାକିସ୍ତାନୀ ସୁପ୍ରିମକୋର୍ଟ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।