• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଉଚ୍ଛୁଳା ସମୁଦ୍ରର ଢ଼େଇ ପରି, ନିଇତି କୂଳ ଲଂଘୁଥାଏ । ଅଢ଼େଇ ଅକ୍ଷରରେ କିବା ଶକ୍ତି ଥାଏ, ଯେଉଁଥିରୁ ମୁକୁଳିବା ଭାରି କଷ୍ଟ । ପ୍ରେମିକାର କଥା କୁହା ଆଖି ପ୍ରେମିକକୁ ରାତିରେ ଶୁଆଇ ଦିଏନି । ଆଉ ପ୍ରେମିକର ମିଠା ମିଠାରେ ସମ୍ପର୍କକୁ ଆହୁରି ମଜଭୁତ କରେ । ଉଚ୍ଚ, ନୀଚ୍ଚ ଜାତି, ଧର୍ମ, ବର୍ଣ୍ଣ, ବୟସ ଦେଖେନି ପ୍ରେମ । ଏପରି ଏକ ନିଆରା ପ୍ରେମ କାହାଣୀ ଆମେରିକାରେ ୬୧ ବର୍ଷୀୟ ଟିକ୍‌ଟକ୍ ଷ୍ଟାର ଚେରିଲ ମ୍ୟାକଗ୍ରେଗୋର ଏବଂ ତାଙ୍କ ସ୍ୱାମୀ ୨୪ ବର୍ଷିୟ କୁରାନ ମ୍ୟାକକେନଙ୍କର । ବୟସରେ ଢ଼େର ତାରତମ୍ୟ ଥିଲେ ବି ଉଭୟେ ବିବାହ ବନ୍ଧନରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।

ବର ୨୪ କୁ କନ୍ୟା ୬୧ । ପ୍ରେମ ସମ୍ପର୍କର ଗୋଟିଏ ବର୍ଷ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଚେରିଲ ଓ କୁରାନଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ସେପ୍ଟେମ୍ବର ୩ ଉଭୟରେ ଲାଇଭ୍ ଷ୍ଟ୍ରିମ୍ କରି ଉଭେୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କଏହି ବିବାହ ଚର୍ଚ୍ଚାର ପରିଧିକୁ ଆସିଛି । ଉଭୟଙ୍କ ମଧ୍ୟରେ ୩୭ ବର୍ଷର ବୟସ ବ୍ୟବଧାନ ରହିଛି ।  ଆମେରିକାରେ ରହୁଥିବା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସତରେ ଖୁବ ଭିନ୍ନ ।

ଗତ ବର୍ଷ ହିଁ ଚେରିଲ ଓ କୁରାନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ହେଲେ ସେମାନେ ପରସ୍ପରକୁ ୨୦୧୨ ରୁ ଜାଣିଥିଲେ । ଉଭୟଙ୍କ ପ୍ରଥମ ସାକ୍ଷାତ ସମୟରେ କୋରାନଙ୍କ ବୟସ ଥିଲା ମାତ୍ର ୧୫ ବର୍ଷ । ସେତେବେଳେ ସେ ଚେରିଲଙ୍କ ପୁଅର ରେଷ୍ଟୁରାଣ୍ଟରେ କାମ କରୁଥିଲେ । ସେତେବେଳେ କେହି ଭାବି ବି ନଥିଲେ କି ସେମାନଙ୍କ ମଧ୍ୟରେ କେବେ ପ୍ରେମ ପରି କିଛି ସମ୍ପର୍କ ଆରମ୍ଭ ହେବ । ହେଲେ ଗତ ବର୍ଷ ନଭେମ୍ବରରେ ସାକ୍ଷାତ ହେବା ପରେ ପ୍ରେମର ମଞ୍ଜି ବୁଣିହୋଇଥିଲା । ପୂର୍ବରୁ ଚେରିଲ ଟିକଟକରେ ଭିଡିଓ ତିଆରି କରୁଥିଲେ । ଆଉ ଏକ ଭିଡିଓରେ ନେଗେଟିଭ୍ କମେଣ୍ଟ ଆସିବାରୁ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଉ ସେତେବେଳେ ତାଙ୍କୁ କୁରାନ ହିଁ ସମ୍ଭାଳିଥିଲେ । ଆଉ ଏହାରି ଭିତରେ ୧୭ ନାତି ନାତୁଣୀଙ୍କ ଜେଜେମା ଚେରିଲ, କୁରାନଙ୍କ ପ୍ରେମରେ ପଡ଼ିଯାଇଥିଲେ ।

ଏକ ବର୍ଷର ପ୍ରେମ ସମ୍ପର୍କ ପରେ କୁରାନ୍ ବିବାହ ପାଇଁ ଚେରିଲଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଆଉ ଗତ ବର୍ଷ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ ଘୋଷଣା କରିଥିଲେ । କୋରାନ ଚେରିଲଙ୍କୁ ଦୁଇ ଲକ୍ଷ ୨୦ ହଜାର ଟଙ୍କାର ମୁଦ ଦେଇ ପ୍ରପୋଜ କରିଥିଲେ । ପ୍ରେମସମ୍ପର୍କ ନେଇ ଯେତେବେଳେ ଉଭୟେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ସେତେବେଳେ ଅନେକ ନେଗେଟିଭ୍ କମେଣ୍ଟ ଆସିଥିଲା । କିନ୍ତୁ ସେସବୁ ଉପରେ ଦୃଷ୍ଟ ନଦେଇ ଆଗକୁ ବଢିଥିଲେ ପ୍ରେମୀଯୁଗଳ । ଫଳରେ ବର୍ତ୍ତମାନ ଉଭୟ ଆଇନତଃ ସ୍ୱାମୀ ଏବଂ ସ୍ତ୍ରୀ ହୋଇଯାଇଛନ୍ତି । କୁରାନ୍ ଏବଂ ଚେରିଲ୍ ତାଙ୍କ ବିବାହକୁ ସ୍ମୃତିରେ ରଖିବାକୁ ବିବାହକୁ ଲାଇଭ୍ ଷ୍ଟ୍ରିମ୍ କରିଥିଲେ, ଯାହାକୁ ପ୍ରାୟ ଏକ ଲକ୍ଷ ଲୋକ ଦେଖିଥିଲେ । ଏହି ବିବାହରେ ଉଭୟଙ୍କ ଘନିଷ୍ଠ ବନ୍ଧୁସାମିଲ ଥିଲେ ।