• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ୨୦୨୧ ଶେଷ ହେବାକୁ ଅଳ୍ପ ଦିନ ବାକି । ଅନେକ ଲୋକ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ନୂତନ ବର୍ଷର ଉତ୍ସବ ପୂର୍ବରୁ ନାଷ୍ଟ୍ରେଦମସଙ୍କ ଏକ ଭବିଷ୍ୟତବାଣୀ ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି । ଫ୍ରାନ୍ସର ଭବିଷ୍ୟ‌ତବକ୍ତା ନାଷ୍ଟ୍ରେଦମସ 'ଲେସ୍ ପ୍ରଫିଟିସ୍' ନାମକ ଏକ ବହିରେ ବିଶ୍ୱ ବିଷୟରେ ଅନେକ ଭବିଷ୍ୟତବାଣୀ କରିଥିଲେ। ନାଷ୍ଟ୍ରେଦମସଙ୍କର ୭୦ ପ୍ରତିଶତ ଭବିଷ୍ୟତବାଣୀ ସତ୍ୟ ଅଟେ ବୋଲି ବିଶ୍ୱାସ କରାଯାଏ । ୨୦୨୧ ରେ ହୋଇଥିବା ମହାମାରୀ ସମ୍ପର୍କରେ ଭବିଷ୍ୟତବାଣୀ କରିଥିଲେ ନାଷ୍ଟ୍ରେଦମସ, ଯାହା ସତ ବୋଲି ପ୍ରମାଣିତ ହୋଇଛି । ୨୦୨୨ ପାଇଁ ମଧ୍ୟ ନାଷ୍ଟ୍ରେଦମସ କିଛି ଆଶ୍ଚର୍ଯ୍ୟଜନକ ତଥା ଭୟାନକ୍ ଭବିଷ୍ୟତବାଣୀ କରିଛନ୍ତି ।

୨୦୨୨ ପାଇଁ ନାଷ୍ଟ୍ରେଦମସ କ’ଣ ଭବିଷ୍ୟତବାଣୀ କରିଛନ୍ତି ?

ପରମାଣୁ ବୋମା ବିସ୍ଫୋରଣ

ନାଷ୍ଟ୍ରେଦମସଙ୍କ ପୂର୍ବାନୁମାନ ଅନୁଯାୟୀ ୨୦୨୨ରେ ଏକ ବିନାଶକାରୀ ପରମାଣୁ ବୋମା ବିସ୍ଫୋରଣ ହେବ ଏବଂ ଏହା ଜଳବାୟୁରେ ପରିବର୍ତ୍ତନ ଆଣିବ । ପରମାଣୁ ବୋମା ବିସ୍ଫୋରଣ ହେତୁ ପୃଥିବୀର ପାଗରେ ଅନେକ ପରିବର୍ତ୍ତନ ହେବା ସହ ସମୁଦ୍ର ପତ୍ତନ ବୃଦ୍ଧି ପାଇବ । ଯେଉଁଥିପାଇଁ ଅନେକ ଦ୍ୱୀପ ଏବଂ ଛୋଟ ଦେଶଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ଅନ୍ୟପଟେ ରେଡିଏସନ୍ ଯୋଗୁଁ କୋଟି କୋଟି ଲୋକ ଅକାଳରେ ପ୍ରାଣ ହରାଇବେ।

ଦୁନିଆକୁ ଆଚ୍ଛାଦନ କରିବ ଅନ୍ଧକାର

୨୦୨୨ରେ ବଡ଼ ବଡ଼ ଦୈବୀ ଦୁର୍ବିପାକ ଘଟିବ । ଯେଉଁଥିପାଇଁ ୩ ଦିନ ପାଇଁ ବିଶ୍ୱ ଅନ୍ଧକାରମୟ ହେବ । ତିନି ଦିନ ପରେ ଜଗତ ଆଲୋକିତ ହେବା ପରେ ଆଧୁନିକତାର ସମାପ୍ତ ହୋଇଯିବ । ମାନବ ଜାତି ପୁଣି ଥରେ ଆଦିମ ଯୁଗକୁ ପହଞ୍ଚିଯିବ ।

ପୃଥିବୀ ସହିତ ଧକ୍କା ହେବ ଆଷ୍ଟ୍ରୋଏଡ

ବାହ୍ୟ ଗ୍ରହର ଧକ୍କା ହୋଇ ଭାଙ୍ଗିଯିବା ପରେ ଏକ ଆଷ୍ଟ୍ରୋଏଡ ପୃଥିବୀ ସହ ଧକ୍କା ହେବ । ପୃଥିବୀକୁ ଆଷ୍ଟ୍ରୋଏଡ ଧକ୍କା ଦେବାପରେ ସମୁଦ୍ରରେ ସୁନାମୀର ଶକ୍ତିଶାଳୀ ତରଙ୍ଗ ସୃଷ୍ଟି ହେବ । ଏହି କାରଣରୁ ଆଖପାଖ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ଏହାଦ୍ୱାରା ହଜାର ହଜାର ଲୋକ ପ୍ରାଣ ହରାଇବେ ।

ମୁଦ୍ରାସ୍ଫୀତି ମଧ୍ୟ ଲୋକଙ୍କ ଜୀବନ ନେଇଯିବ

୨୦୨୨ରେ ବିଶ୍ୱ ଅର୍ଥନୀତିରେ ପରିବର୍ତ୍ତନ ଆସିବ । ଆମେରିକୀୟ ଡଲାରରେ ଏକ ବଡ଼ ଧରଣର ହ୍ରାସ ଘଟିବ । ୨୦୨୨ରେ ମହଙ୍ଗାମାଡ଼ରେ ଆକ୍ତାମାକ୍ତା ହୋଇଯିବେ ଜନତା, ମୁଦ୍ରାସ୍ଫୀତି ଶିଖରରେ ରହିବ । ଅହେତୁକ ମୂଲ୍ୟବୃଦ୍ଧି ହେତୁ ଲୋକ ଅନାହାରରେ ପ୍ରାଣ ହରାଇବେ ।

ଫ୍ରାନ୍ସରେ ଧ୍ୱଂସଲୀଳା

୨୦୨୨ ପ୍ରାନ୍ସ ପାଇଁ ଅଶୁଭ ସାବ୍ୟସ୍ତ ହେବ । ଆସନ୍ତା ବର୍ଷ ବଡ଼ ବାତ୍ୟା ଆସିବ । ସବୁ କିଛି ନଷ୍ଟଭ୍ରଷ୍ଟ କରିପକାଇବ । ଏହି କାରଣକୁ କେବଳ ଫ୍ରାନ୍ସ ନୁହଁ ଦୁନିଆରେ ଫସଲ ଏବଂ ଗଛ ବହୁ ପରିମାଣରେ ନଷ୍ଟ ହୋଇଯିବ । ଫଳରେ ଭୋକରେ ଆଉଟୁ ପାଉଟୁ ହେବେ ଲୋକେ ।