• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ପାକ୍ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ତାଲିବାନୀଙ୍କ ନା । ଇମ୍ରାନ୍ ଖାନ୍‌ଙ୍କୁ ଆଇନା ଦେଖାଇଲା ସଂଗଠନ । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଦୃଢ ସମର୍ଥନ କରୁଥିବା ପାକିସ୍ତାନକୁ 'ନୂତନ ସରକାର' ରେଡ୍ ସିଗନାଲ ଦେଖାଇଛି । ସରକାର ଗଠନ ଦିଗରେ ହସ୍ତକ୍ଷେପ ନକରିବା ପାଇଁ ତାଲିବାନୀ ସଂଗଠନଙ୍କ ପକ୍ଷରୁ ପାକିସ୍ତାନ୍‌କୁ କଡ଼ା ଚେତାବନୀ ଦିଆଯାଇଛି । କେବଳ ପାକିସ୍ତାନ୍ ନୁହେଁ ବରଂ କୌଣସି ଦେଶ ତାଲିବାନ୍ ସରକାରଙ୍କ ଅନ୍ତରୀଣ ମାମଲାରେ ମୁଣ୍ତ ନଖେଳାଇବା ପାଇଁ ମଧ୍ୟ ତାଲିବାନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ତାଲିବାନୀ ସରକାଙ୍କୁ ପ୍ରଶଂସାରେ ପୋତି ପକାଉଥିବା ପାକିସ୍ତାନ୍‌କୁ ଏକ ଶକ୍ତ ଧକ୍କା ମିଳିଛି ।

ଆଫଗାନିସ୍ତାନ୍‌ରେ ଏକ ସମାବେଶୀ ସରକାର ଗଠନ କରିବା ପାଇଁ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଲିବାନକୁ ପରାମର୍ଶ ଦେଇଥିଲେ । ନୂଆ ସରକାରଙ୍କ ଉତ୍ତରଦାୟିତ୍ୱ ଏବଂ ବିଶ୍ୱାସ ବୃଦ୍ଧି ପାଇଁ ସମସ୍ତ ଜାତୀୟ,ଧାର୍ମିକ ଓ ରାଜନୈତିକ ପ୍ରତିନିଧି ସାମିଲ କରାଯାଏ । ସମାବେଶୀ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ସାର୍ବଜନୀନ କ୍ଷେତ୍ରର ହସ୍ତକ୍ଷେପର କାର୍ଯ୍ୟକାରିତାକୁ ସୂଚିତ କରେ । ତେବେ ଇମ୍ରାନ୍ ଖାନ୍‌ଙ୍କ କଥାକୁ ଗ୍ରହଣ କରିବାକୁ ରାଜି ନୁହେଁ ଆଫଗାନ୍‌ର ନୂଆ ସରକାର । ତାଲିବାନର ମୁଖପାତ୍ର ତଥା ଉପସୂଚନା ମନ୍ତ୍ରୀ ଜବିଉଲ୍ଲାହ୍ ମୁଜାହିଦ୍ ସ୍ପଷ୍ଟ ଭାବରେ କହିଛନ୍ତି, ତାଲିବାନ୍ ସରକାର ଗଠନରେ ହସ୍ତକ୍ଷେପ କରିବା ପାଇଁ କୌଣସି ଦେଶକୁ ଅଧିକାର ଦିଆଯାଇ ନାହିଁ ।

ନିକଟରେ ଇମ୍ରାନ୍ ଖାନ୍ ସୋସିଆଲ ମିଡିଆ ମାଧ୍ୟମରେ ତାଲିବାନୀ ସଂଗଠନ ସହ ଆଲୋଚନା ହୋଇଥିବା କହିଥିଲେ । ସରକାର ଗଠନ ଦିଗରେ ସହାୟକ ହେବା ବୋଲି ଆଫଗାନିସ୍ତାନର ପଡୋଶୀ ରାଷ୍ଟ୍ର ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିବା କହିଥିଲେ । ବିଶେଷ କରି କାଜାକିସ୍ତାନ୍‌ର ରାଷ୍ଟ୍ରପତି ଇମୋଲି ରେହମାନ୍‌ଙ୍କ ସହ ସେ ଘଣ୍ଟା ଘଣ୍ଟା ଧରି ବିଚାରବିମର୍ଷ କରିଥିଲେ । ଆଫଗାନିସ୍ତାନରର ନୂଆ ସରକାରରେ ତାଜିକ୍ ଏବଂ ହଜାରା ବ୍ୟତୀତ ଉଜବେକିସ୍ତାନର ଲୋକମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ ଇମ୍ରାନ୍ ।

ଇମ୍ରାନ୍ ଖାନ୍ ଆହୁରି କହିଛନ୍ତି, ଆଫଗାନିସ୍ତାନରେ ଦୀର୍ଘ ୪୦ ବର୍ଷ ଧରି ସଂଘର୍ଷପୂର୍ଣ୍ଣ ସ୍ଥିତି ଚାଲୁଥିଲା ବର୍ତ୍ତମାନ ସମାବେଶୀ ସରକାର ଗଠନ କରି ଶାନ୍ତି ଏବଂ ସ୍ଥିରତା ଆଣିବାର ସମୟ ଆସିଛି । ଏହା କେବଳ ଆଫଗାନିସ୍ତାନର ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଦରକାର । ତେବେ ଏ ପ୍ରସଙ୍ଗରୁ ଦୂରେଇ ରହିବାକୁ ପାକିସ୍ତାନ୍‌କୁ କହିଛି ତାଲିବାନ୍ । ଆଫଗାନିସ୍ତାନରେ ସମାବେଶୀ ସରକାର ଦାବି କରିବାରର ଅଧିକାର କୌଣସି ଦେଶର ନାହିଁ ବୋଲି ସେ କହିଛନ୍ତି । ସରକାର ଗଠନରେ ପଡୋଶୀ ରାଷ୍ଟ୍ରକୁ ସାମିଲ କରିବା ମାନେ ନିଜ ଦେଶରେ ଗୁପ୍ତଚର ପାଳିବା । ଏହା ପାକିସ୍ତାନ୍‌କୁ ଏକ ଶକ୍ତ ଚାପୁଡ଼ା ସଦୃଶ୍ୟ ହୋଇଛି ।

ସୂଚନାଯୋଗ୍ୟ ସାଂଘାଇ ସହଯୋଗ ସଂଗଠନ (SCO) ର ସଦସ୍ୟ ଦେଶମାନେ ପୂର୍ବରୁ କହିଥିଲେ, ଯୁଦ୍ଧ ଗ୍ରସ୍ତ ଦେଶରେ ସମାବେଶୀ ସରକାର ଗଠନ ହେବା ଆବଶ୍ୟକ । ଯେଉଁଥିରେ ସମସ୍ତ ଦେଶରେ ସମସ୍ତ ଜାତି, ଧର୍ମ ଏବଂ ରାଜନୀତି ଗୋଷ୍ଠୀର ପ୍ରତିନିଧୀଙ୍କ ରହିବା ଜରୁରୀ ।