• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ

  • ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେର୍ ବାହାଦୁର ଦେଓବା

  • ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତ ଧକ୍କା ଦେଇଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

  • ପାର୍ଲାମେଣ୍ଟରେ ଆସ୍ଥା ଭୋଟରେ ହାରିବା ସତ୍ତ୍ୱେ ସଂଖ୍ୟାଲଘୁ ସରକାର ଚଳାଉଛନ୍ତି ଓଲି

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଉସ୍ ଅପ୍ ରିପ୍ରେଜେଣ୍ଟେଟିଭକୁ ଗତକାଲି ନେପାଳର ସୁପ୍ରିମକୋର୍ଟ ପୁଣି କାର୍ଯ୍ୟକ୍ଷମ କରିବା ସହିତ ୨୮ ଘଣ୍ଟା ଭିତରେ ଶେର ବାହାଦୁର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତ ଧକ୍କା ଦେଇଛି । ପାର୍ଲାମେଣ୍ଟରେ ଆସ୍ଥା ଭୋଟରେ ହାରିବା ସତ୍ତ୍ୱେ ସଂଖ୍ୟାଲଘୁ ସରକାର ଚଳାଉଛନ୍ତି ଓଲି ।

ତାଙ୍କର ସୁପାରିଶ ଅନୁସାରେ ରାଷ୍ଟ୍ରପତି ୨୭୫ ସଭ୍ୟ ବିଶିଷ୍ଟ ପାର୍ଲାମେଣ୍ଟର ନିମ୍ନ ସଦନକୁ ଗତ ମେ ୨୨ ରେ ଭଙ୍ଗ କରିଥିଲେ ଏବଂ ନଭେମ୍ବର ୧୨ ଓ ୧୯ ରେ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ୩୦ରୁ ଅଧିକ ପିଟିସନ । ଆଉ ଏହାର ଶୁଣାଣି କରି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭକୁ ପୁଣି ଥରେ କାର୍ଯକ୍ଷମ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଗଠନ ନେଇ ସହଯୋଗୀ ଦଳଗୁଡ଼ିକ ସହିତ ନେପାଳି କଂଗ୍ରେସ ଆଲୋଚନା କରୁଛି ।

ଶେର ବାହାଦୁର ଦେଓବା ନେପାଳର ଜଣେ ବରିଷ୍ଠ ବିରୋଧୀ ନେତା । ସେ ୨୦୧୭ରେ ନେପାଳର ୪୦ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ପରେ ୨୦୦୧ରୁ ୨୦୦୩ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ନେପାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଶେର ବାହାଦୁର ଦେଓବା । ବର୍ତ୍ତମାନ ସେ ନେପାଳୀ କଂଗ୍ରେସର ସଭାପତି ଦାୟିତ୍ୱରେ ଅଛନ୍ତି ।