• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆତଙ୍କୀ ଆକ୍ରମଣ ହେବା ନେଇ ଜାରି ହୋଇଛି ହାଇ ଆଲର୍ଟ  

  • ଆଗାମୀ ଉତ୍ସବର ମାହୋଲରେ ଆକ୍ରମଣ କରିବେ ଆତଙ୍କବାଦୀ 

ନୂଆଦିଲ୍ଲୀ : ପାର୍ବଣର ଗହଳିପୂର୍ଣ୍ଣ ସ୍ଥାନରେ ହୋଇପାରେ ଆତଙ୍କୀ ହମଲା । ଭାରତର ଉତ୍ସବ ମାହୋଲରେ ବିଷ ମିଶାଇବା ତଥା ଆକ୍ରମଣ କରିବା ପାଇଁ ଆତଙ୍କୀ ସଂଗଠନମାନେ ଜୋରସୋରରେ ନିଜ ପ୍ରସ୍ତୁତ କରୁଛନ୍ତି । ଯାହା ଦ୍ୱାରା ଭାରତର ଶାନ୍ତିରେ ଅସ୍ଥିରତା ଦେଖାଯିବ । ଏନେଇ ଗୁପ୍ତଚର ଏଜେନ୍ସିମାନେ  ଭାରତକୁ ଆଲର୍ଟ କରିଛନ୍ତି । ଆଗାମୀ ଦିନରେ ଦେଶରେ ପାଳିତ ହେବାକୁ ଥିବା ବିଭିନ୍ନ ଉତ୍ସବକୁ ପଣ୍ଡ କରିବା ପାଇଁ  ପାକିସ୍ତାନ ଓ ଆଫଗାନିସ୍ତାନର ଆତଙ୍କବାଦୀ ମାନେ ଆକ୍ରମଣ କରିପାରନ୍ତି ବୋଲି ଗୁପ୍ତଚର ଏଜେନ୍ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।

ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଲଶ୍କର-ଏ-ତାଇବା, ହରକେଟ୍-ଉଲ୍-ଅନସର ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀମାନେ ଭାରତ ସୀମାରେ ଆକ୍ରମଣ କରିପାରନ୍ତି । ଏହାସହ ସେମାନେ ସ୍ପଷ୍ଟ ଭାବେ କହିଛନ୍ତି, ଭାରତରେ ପ୍ରବେଶ କରିବାରେ ଆଫଗାନ୍‌ ଆତଙ୍କବାଦୀଙ୍କୁ ପାକିସ୍ତାନର ଏକ ଆତଙ୍କୀ ସଂଗଠନ ସାହାଯ୍ୟ କରୁଛି । ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ହିଁ ଏହି ସୂଚନା ମିଳିଥିବାର ଜଣେ ଅଧିକାରୀ କହିଛନ୍ତି ।

ନ୍ୟୁଜ୍‌ ଏଜେନ୍ସି ANI ଅନୁସାରେ, ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ଖୋଲାଖୋଲି ଭାବେ ସାହାଯ୍ୟ କରୁଛି । ଏହାସହ LoC ନିକଟରେ ଥିବା ପାକିସ୍ଥାନ ପାଖ ନକ୍ସଲ ସେକ୍ଟରରେ ଥିବା ଆତଙ୍କୀ ଶିବିର ମଧ୍ୟରେ ୫୦ ଜଣ ଆତଙ୍କବାଦୀ ରହିଛନ୍ତି । ଏହି ଆତଙ୍କୀମାନେ  ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି । ଯୋଜନା ଅନୁଯାୟୀ, ଏହି ଆତଙ୍କବାଦୀମାନଙ୍କୁ ପୁଞ୍ଚ ନଦୀ ପାର କରି ଭାରତରେ ପ୍ରବେଶ କରିବାକୁ ତାଲିମ ଦିଆଯଆଇଛି । ଏହାସହ ଟ୍ୟୁବ୍ ଏବଂ ସ୍ନର୍କେଲିଙ୍ଗ୍ ମାଧ୍ୟମରେ ନଦୀ ପାର ହେବା ପାଇଁ ମଧ୍ୟ ତାଲିମ ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଅଧିକାରୀ କହିଛନ୍ତି, ଏହି ଆତଙ୍କବାଦୀମାନଙ୍କୁ ଟିଫିନ୍ ବୋମା ତିଆରି କରିବାରେ ତାଲିମ ଦିଆଯାଇଛି । ଯାହା ଦ୍ୱାରା ଭାରତରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଆତଙ୍କୀ ସଂଗଠନ ଦ୍ୱାରା ବୋମା ବନାଇବା ପାଇଁ କଞ୍ଚା ମାଲ୍‌ ଗୁଡିକୁ ଯୋଗାଇ ଦିଆଯିବ । ଅଧିକାରୀମାନେ ଗୁପ୍ତଚର ଏଜେନ୍ସିଙ୍କଠାରୁ ଏହିସବୁ ସୂଚନା ପାଇବା ପରେ, ରାଜ୍ୟ ପୋଲିସ ଅଧିକାରୀ ଏବଂ ସାମରିକ ବାହିନୀକୁ ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାର ଗୁପ୍ତଚର ଏଜେନ୍ସିମାନେ ସୂଚନା ଦେଇଛନ୍ତି।