• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୨୫ ବର୍ଷର ଯୁବତୀ ପରି ଦେଖାଯାଉଛନ୍ତି ୪୬ ବର୍ଷୀୟ ମହିଳା  

ଉତହା: ଜଣେ ମହିଳା ପାଇଁ ପିଲାମାନଙ୍କର ଜନ୍ମ ପରେ ନିଜକୁ ମେଣ୍ଟେନ୍ ରଖିବା ଏକ ସହଜ କାମ ନୁହେଁ । ତେବେ,ଯଦି ଜଣେ ମହିଳା ୭ଜଣ ସନ୍ତାନକୁ ଜନ୍ମ କରି ୨୫ ବର୍ଷ ବୟସର ତରୁଣୀ ଭଳି ଦେଖା ଯାଆନ୍ତି ତାହେଲେ ଏହା ଆଶ୍ଚର୍ଯ୍ୟର କଥା, ତେବେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଅଟେ ।

ଉତହା(Utah)ର ବାସିନ୍ଦା ଜେସିକା ଏନସ୍ଲୋଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ୪୬ ବର୍ଷୀୟ ଜେସିକା ପ୍ରାୟ ୨୫ ବର୍ଷର ଯୁବତୀ ପରି ଦେଖା ଯାଉଛନ୍ତି ।ଜେସିକା ଏନସ୍ଲୋଙ୍କର ୭ଟି ସନ୍ତାନ ଅଛନ୍ତି । ଜେସିକାଙ୍କର ବଡ ଝିଅ ୨୩ ବର୍ଷ ବୟସର । ଝିଅ ମାନଙ୍କ ସହିତ ବାହାରକୁ ଯିବା ସମୟରେ ଜେସିକାଙ୍କୁ ଲୋକମାନେ ତାଙ୍କ ଝିଅର ସାନ ଭଉଣୀ ବୋଲି ଭାବିଥାନ୍ତି । ଜେସିକାଙ୍କ ଝିଅ ୧୮ ଓ ୨୩ ବର୍ଷର ହୋଇଥିବା ବେଳେ ଝିଅଙ୍କ ସହିତ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓରେ ଲୋକମାନେ ତାଙ୍କୁ ୩ ଭଉଣୀ ବୋଲି ଭାବନ୍ତି । ଜେସିକା ତାଙ୍କ ସୋସିଆଲ ଆକାଉଣ୍ଟରେ ତାଙ୍କ ପିଲାଙ୍କ ସହିତ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ସେ କହନ୍ତି ଯେ ତାଙ୍କର ପିଲାମାନେ ତାଙ୍କ ସହିତ ଭିଡିଓ ଫଟୋ ସେୟାର କରିବାକୁ ମନା କରିଥିବା ବେଳେ ତାଙ୍କ ସୋସିଆଲ ମିଡିଆ ଫଲର୍ସୋ ମାନେ ଭିଡିଓ ଓ ଫଟୋକୁ ବହୁତ ପସନ୍ଦ କରଥାନ୍ତି ।

 ସବୁବେଳେ ଜେସିକା ତାଙ୍କର ଇନଷ୍ଟାଗ୍ରାମ ଆକାଣ୍ଟରେ ବହୁତ ସକ୍ରିୟ ଥାନ୍ତି । ନିକଟରେ ସେ ତାଙ୍କ ଝିଅର ୨୩ ତମ ଜନ୍ମଦିନର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହାପରେ ଜେସିକାଙ୍କ ୟଙ୍ଗ୍ ଲୁକ୍ କୁ ଦେଖି ସମସ୍ତେ ତାଙ୍କର ଫ୍ୟାନ ହୋଇଗଲେ । ଜେସିକା କୁହନ୍ତି ଯେ ତାଙ୍କୁ ସାଧାରଣତଃ ଲୋକମାନେ ତାଙ୍କ ଝିଅଠୁ ମାତ୍ର ୩ ବର୍ଷ ବଡ଼ ହେବେ ବୋଲି ଭାବନ୍ତି । ସୋସିଆଲ ମିଡିଆରେ ଜେସିକାଙ୍କ ଫଟୋକୁ ସମସ୍ତେ ପସନ୍ଦ କରିଥିବା ବେଳେ ଫଲୋର୍ସମାନେ ତାଙ୍କୁ ଜାଆଁଳା ଭଉଣୀ ବୋଲି ସମ୍ବୋଧନ କରିଥାନ୍ତି ।

ଜେସିକା ୧୯୯୪ ମସିହାରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ ,ସେତେବେଳକୁ ତାଙ୍କ ୧୯ ବର୍ଷ ହୋଇଥିଲା । ଜେସିକା ୨ ଥର ବିବାହ କରିଥିବା ବେଳେ ତାଙ୍କର ପ୍ରଥମ ବିବାହରେ ୪ଟି ଓ ଦ୍ୱିତୀୟ ବିବାହ ହେବା ପରେ ୩ଟି ସନ୍ତାନ ଜନ୍ମ ହୋଇଥିଲେ । ଜେସିକା ୭ଟି ସନ୍ତାନର ମା ହୋଇ ତାଙ୍କ ପିଲାମାନଙ୍କ ଲାଳନପାଳନ ମଧ୍ୟ କରିଛନ୍ତି । ଜେସିକା ହେଉଛନ୍ତି ସବୁଠୁ ଫିଟ୍ ଓ ପରଫେକ୍ଟ ମାଆ । ଜେସିକା ନିଜ ଶରୀରକୁ ଫିଟ୍ ଓ ମେଣ୍ଟେନ ରଖିବା ପାଇଁ ସପ୍ତାହରେ ୩ଦିନ ଜିମ୍ ଓ ପ୍ରତିଦିନ ସକାଳୁ ବ୍ୟାୟାମ କରନ୍ତି । ତାଙ୍କର ଦିନ ଆରମ୍ଭ ସକାଳ ୪ରୁ ହେଉଥିବା ବେଳେ ସାରାଦିନ ସେ ନିଜ ପିଲାମାନଙ୍କ ସହିତ ବିତାଇଥାନ୍ତି ।