• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଜି ଓ କାଲି ଡେଡଲାଇନ୍ । ଆଫଗାନିସ୍ତାନର ତାଲିବାନ ଦଖଲ ପରେ ଆମେରିକାର ସୈନ୍ୟଙ୍କ ପାଖରେ ଆଉ ମାତ୍ର ଦୁଇ ଦିନ ଅଛି । ଏହି ସମୟ ମଧ୍ୟରେ ୩୦୦ ଆମେରିକୀୟଙ୍କ ସମେତ ପ୍ରାୟ ୪୫,୦୦ ଲୋକ ଆଫଗାନିସ୍ତାନ ଛାଡିବାକୁ ଚାହୁଁଛନ୍ତି । ୩୧ ଅଗଷ୍ଟ ସମୟସୀମା ପୂର୍ବରୁ କିଛି ଦେଶ ଉଦ୍ଧାର କାର୍ଯ୍ୟ ଶେଷ କରିବା ପରେ ଘରକୁ ଫେରି ସାରିଛନ୍ତି । ଫ୍ରାନ୍ସ ପରେ ବର୍ତ୍ତମାନ ବ୍ରିଟେନ ମଧ୍ୟ ଆଫଗାନିସ୍ତାନ ମିଶନ ଶେଷ କରି ଦେଶକୁ ଫେରିଛି ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଧାର୍ଯ୍ୟ ସମୟ ପୂର୍ବରୁ ଆଫଗାନିସ୍ତାନ ଛାଡିବାକୁ ଚାହୁଁଥିବା ପ୍ରାୟ ୩୦୦ଆମେରିକୀୟ ନାଗରିକଙ୍କୁ ଆମେରିକା ବାହାର କରିବାରେ ସକ୍ଷମ ବୋଲି କହିଛନ୍ତି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିବନ୍ । ବାଇଡେନ ପ୍ରଶାସନର ବର୍ତ୍ତମାନର ଯୋଜନା ଅନୁଯାୟୀ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ କୌଣସି ଦୂତାବାସ ରଖାଯିବ ନାହିଁ । ନିକଟରେ କାବୁଲ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ବାଇଡେନ ଆଉ ଏକ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲେ ।

ସେପଟେ ତାଲିବାନର ଅଗଷ୍ଟ ୩୧ ଧାର୍ଯ୍ୟ ସମୟର ୪ ଦିନ ପୂର୍ବରୁ ବ୍ରିଟେନ ନିଜର ୨୦ ବର୍ଷର ସାମରିକ ଅଭିଯାନକୁ ସମାପ୍ତ କରିଛି । ଗତକାଲି ବ୍ରିଟିଶ ରୟାଲ ବାୟୁସେନା କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ସହ ବ୍ରିଟେନର ଆଫଗାନିସ୍ତାନ ଅଧ୍ୟାୟ ଶେଷ ହୋଇଛି । ଆଫଗାନିସ୍ତାନରେ ବ୍ରିଟେନର 'ଅପରେସନ୍ ପିଟିଂ' ଶେଷ ହୋଇଛି । ଆଫଗାନିସ୍ତାନରୁ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଏହି ମିଶନକୁ 'ଅପରେସନ୍ ପିଟିଂ' ନାମ ଦେଇଥିଲା । ଏହି ଅପରେସନ୍ ଅଧୀନରେ ବ୍ରିଟେନ ୧୫, ୦୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ତାଲିବାନର ଆକ୍ରୋଶରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଛାଡି ପଳାଇବାକୁ ଚାହୁଁଛନ୍ତି । ହେଲେ ତାଲିବାନ ଆଫଗାନୀ ମାନଙ୍କୁ କାବୁଲ ବିମାନ ବନ୍ଦର ନିକଟକୁ ଯିବାକୁ ଦେଉନାହିଁ । ଏଥିପାଇଁ ଚିନ୍ତାରେ ଅଛନ୍ତି ଆଫଗାନୀ । କ’ଣ ହେଉ ସେମାନଙ୍କ ଆଗାମୀ ଭବିଷ୍ୟତ ।