• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି ।

  • ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ଖୁସି ।

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ହେବାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ତାଲିବାନ ଓ ସମର୍ଥକ ଖୁସି ମନାଇଛନ୍ତି । ସେପଟେ ଆଫଗାନବାସୀ ନିଜର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । 

ସଂପୂର୍ଣ୍ଣ ଭାବେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଆଜି ସକାଳେ ଆଫଗାନିସ୍ତାନବାସୀଙ୍କ ମନରେ ଭୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍‌ରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ପାଖରେ ନଗଦ ଟଙ୍କା ଅଭାବ ଆଶଙ୍କା କରି ଲୋକମାନେ ଟଙ୍କା କାଢ଼ି ନେଉଥିଲେ । ଆମେରିକା ସୈନ୍ୟ ପଳାଇବା ପରେ ସେମାନଙ୍କ ଭବିଷ୍ୟତ କଣ ହେବ ସେନେଇ ଆଫଗାନବାସୀ ଏବେ ଆଶଙ୍କା ପ୍ରକାଶ କରିଛନ୍ତି । ସଂଧ୍ୟାବେଳେ ମହିଳାମାନେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ତାଲିବାନ ଶାସନ ଅମଳରେ ମହିଳାଙ୍କ ଭାଗ୍ୟ କଣ ହେବ ସେନେଇ ସମସ୍ତେ ଚିନ୍ତିତ ଅଛନ୍ତି ।

ସେପଟେ ପଞ୍ଜଶିର ଦଖଲ ପାଇଁ ଉଦ୍ୟମ ବେଳେ ନର୍ଦର୍ଣ୍ଣ ଆଲାଏନ୍ସ ଓ ତାଲିବାନୀ ସୈନ୍ୟଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି । ଏଥିରେ ୩୫୦ ଜଣ ତାଲିବାନ ସୈନ୍ୟ ପ୍ରାଣ ହରାଇଛନ୍ତି । ଏହାଛଡ଼ା ୪୦ ଜଣ ତାଲିବାନ ସୈନ୍ୟଙ୍କୁ ନର୍ଦର୍ଣ୍ଣ ଆଲାଏନ୍ସ ଯବାନମାନେ ବନ୍ଧକ ରଖିଥିବା ଜଣାପଡ଼ିଛି । ଖାବକ ସେରରେ ତାଲିବାନୀମାନେ ପ୍ରବେଶ ପାଇଁ ଉଦ୍ୟମ ବେଳେ ପ୍ରତିରୋଧର ସାମନା କରିଥିଲେ ।

ସେହିପରି ଗୁଲବାହର ରାସ୍ତାରେ ପ୍ରବେଶ ଲାଗି ଚେଷ୍ଟା କରୁଥିବା ବେଳେ ତାଲିବାନୀ ସୈନ୍ୟଙ୍କୁ ପ୍ରତିରୋଧ କରିଛନ୍ତି ନର୍ଦର୍ଣ୍ଣ ଆଲାଏନ୍ସ । ଖାବକ ସେରରେ ବିଫଳତା ପରେ ଗୁଲବାହର ରାସ୍ତାରେ ପଞ୍ଜଶିରକୁ ପ୍ରବେଶ ଲାଗି ତାଲିବାନୀ ଚେଷ୍ଟା କରିଥିଲେ । ହେଲେ ନର୍ଦର୍ଣ୍ଣ ଆଲାଏନ୍ସ ଏଠାରେ କଡ଼ା ଜବାବ ଦେଇଛି ।