• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଗୀତ ଗାଇ ଚର୍ଚ୍ଚାରେ ଛୋଟ ବାଳକ 

  • ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲା ବାଳକ 

  • ଗୀତରେ ଗୀତରେ ବଖାଣୀଲା ସବୁକିଛି 

ଇସଲାମାବାଦ : ମିଶିକି ଲୁଟିବା, ମିଶିକି ଖାଇବା....ଏହି ଗୀତଟି ଗାଇ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଛୋଟ ବାଳକ ଅଲ୍ଲୀ ହାଇଦର । କୁନି ପିଲାଟି ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ଏକ ଗୀତ ଟିଏ ଗାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରତି ଥିବା ତାର କ୍ରୋଧକୁ ପଦାକୁ ବାହାରି ଆସିଛି । ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓଟିରେ ଜଣେ ସାମ୍ବାଦିକଙ୍କ ଏହି ପିଲାଟିକୁ ଭେଟି କିଛି ପଚାରୁଥିବା ନଜର ଆସିଛି । ସାମ୍ୱାଦିକ ଜଣକ ପ୍ରଥମେ   ପିଲାଟିକୁ ତାର ନାମ ପଚାରିଥିଲେ । ତା ପରେ ସାମ୍ୱାଦିକ ଜଣଙ୍କ ତାଙ୍କୁ ପଚାରିଥିଲେ କି ନିଜ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିଷୟରେ କିଛି କହିବାକୁ ଚାହୁଁଛ ? ଏହାର ପ୍ରତି ଉତ୍ତର ଦେଇ ପିଲାଟି କହିଲା- ‘ ହଁ, ମୁଁ ଇମ୍ରାନ ଖାନ୍‌ଙ୍କ ବିଷୟରେ ଗୋଟେ ନଜମ୍‌ କହିବାକୁ ଚାହୁଁଛି । ଏହାପରେ ପିଲାଟି ଗୀତ ଗାଇବା ଆରମ୍ଭ କରିଥିଲା । 

ପିଲାଟି ଏହି ଗୀତରେ ଗାଇଛି, 'ନୟା ଚିଚୋରା ସର୍ଦ୍ଦାର, ଏହା ଲୁଟ୍ ହୋଇଛି।' ହାଏ, ପରିବର୍ତ୍ତନକୁ ପସନ୍ଦ କଲେ ନାହିଁ, ଚାରିଆଡେ କେବଳ ମୁଦ୍ରାସ୍ଫୀତି ଅଛି । କେବଳ ଏତିକି ନୁହେଁ, ଗୀତରେ ସେ ଚାଇନାର ଚୋରିରେ ପାକିସ୍ତାନ୍‌ର ଇମ୍ରାନ ଖାନଏକ ଅଂଶୀଦାରଥିବାର କହିଥିବାବେଳେ ପିଲାଟି ନିଜ ଗୀତ ମାଧ୍ୟମରେ ଏମିତି ଅନେକ କିଛି କହିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର୍ତ୍ତମାନପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଭ୍ୟୁ ଆସିସାରିଲାଣି । ସୋସିଆଲ୍‌ ମିଡିଆର ୟୁଜରମାନେ ଏହି ଭିଡିଓକୁ ବେଶ୍‌ ପସନ୍ଦ କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରିହାସ କରୁଛନ୍ତି । ଭିଡିଓଟିରେ ଅନେକ କମେଣ୍ଟ ମଧ୍ୟ ଆସିଛି । ଭିଡିଓକୁ ନେଇ କିଛି ୟୁଜର କହିଛନ୍ତି,ଏହା ସମ୍ପୂର୍ଣ୍ଣ ଠିକ୍, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଦେଶରେ ଦରଦାମ୍‌ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାସହ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ପିଲାଟି ଗୋଟିଏ ଗୀତରେ ସମଗ୍ର ଦେଶର ସ୍ଥିତିକୁ ଦର୍ଶାଇଛି ।